ETV Bharat / bharat

ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନ

author img

By

Published : Oct 16, 2022, 8:57 PM IST

ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନ । ପ୍ରକାଶ ପାଇଛି ନିର୍ମଳା ସୀତାରମଣଙ୍କ ଅନ୍ୟ 11 ଜଣଙ୍କ ନାମ । ଏମାନେ ଭାରତକୁ ବିଦେଶୀ ନିବେଶ ପାଇଁ ଏକ ଅସୁରକ୍ଷିତ ସ୍ଥାନରେ ପରିଣତ କରିଥିବା ନେଇ ରହିଛି ଉଲ୍ଲେଖ । ବିଜ୍ଞାପନ ପ୍ରକାଶ ପରେ ନିନ୍ଦା କଲା ଭାରତ । ଅଧିକ ପଢନ୍ତୁ

ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନ
ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ: ଆମେରିକୀୟ ଖବରକାଗଜ 'ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍'ରେ ପ୍ରକାଶ ପାଇଥିବା ମୋଦି ସରକାର ବିରୋଧୀ ବିଜ୍ଞାପନକୁ (Controversial ad against Modi Government ) ନେଇ ବିବାଦ ବଢିବାରେ ଲାଗିଛି । ପ୍ରକାଶ ପାଇଥିବା ଏହି ବିଜ୍ଞାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମେତ ଅନ୍ୟ କିଛି ଜାତୀୟ ସଂସ୍ଥାର ପ୍ରମୁଖ ଅଧିକାରୀ ଏବଂ ନ୍ୟାୟପାଳିକା ସହ ଜଡିତ କିଛି ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରାଯାଇଛି ।

ସେମାନଙ୍କୁ 'ଓ୍ବାଣ୍ଟେଡ' ଭାବରେ ମଧ୍ୟ ଫଟୋରେ ଦର୍ଶାଇବା ସହ ଏମାନଙ୍କ ପାଇଁ ଭାରତ ଆଜି ନିବେଶକଙ୍କ ପାଇଁ ଏକ ଅସୁରକ୍ଷିତ ସ୍ଥାନରେ ପରିଣତ ହୋଇଥିବା ମଧ୍ୟ ଉକ୍ତ ବିଜ୍ଞାପନରେ ଉଲ୍ଲେଖ କରାଯାଇଛି । ତେବେ ଏହି ବିଜ୍ଞାପନ ଏକ ଆମେରିକୀୟ ବେସରକାରୀ ସଂଗଠନ ଦ୍ବାରା ଉକ୍ତ ଖବର କାଗଜ ସଂସ୍ଥାକୁ ମିଳିଥିବା ସୂଚନା ମିଳିଛି । ଏପରି ବିଜ୍ଞାପନ ପ୍ରକାଶ ପାଇବା ପରେ ବିବାଦ ବଢିବା ସହ ଭାରତ ପକ୍ଷରୁ ନିନ୍ଦା କରାଯାଇଛି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଏହି ବିଜ୍ଞାପନ ଉପରେ ଆପତ୍ତି ଜଣାଇବା ସହ ଦୃଢ ପ୍ରତିକ୍ରିୟା ରଖିଛନ୍ତି । କାଞ୍ଚନ କହିଛନ୍ତି, "ଆମେରିକୀୟ ଗଣମାଧ୍ୟମକୁ ଅସ୍ତ୍ର ଭାବରେ ବ୍ୟବହାର କରି ଏପରି କରିବା ଲଜ୍ଜାଜନକ । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ପରି ଗଣମାଧ୍ୟମରେ ଭାରତ ସରକାର ଏବଂ ଭାରତକୁ ଟାର୍ଗେଟ କରି ଏପରି ବିଜ୍ଞାପନ ପ୍ରକାଶନ କରାଇବା ଏକ ଘୃଣ୍ୟ ବିଷୟ ।

ତେବେ ବିଜ୍ଞାପନ ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ଏହା 13 ଅକ୍ଟୋବରରେ ପ୍ରକାଶିତ ହୋଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ତାଙ୍କୁ ତାଙ୍କୁ ଓ ତାଙ୍କ ମାଧ୍ୟମରେ ମୋଦି ସରକାରଙ୍କୁ ଟାର୍ଗେଟ କରିବାକୁ ଚାହିଁଛନ୍ତି ସମ୍ପୃକ୍ତ ବେସରକାରୀ ସଂସ୍ଥା । ଏହି ବିଜ୍ଞାପନରେ ନିର୍ମଳା ସୀତାରମଣଙ୍କ ସହ ଅନ୍ୟ କିଛି ଭାରତୀୟ ଅଧିକାରୀଙ୍କ ଫଟୋ ଲଗାଯିବା ସହ ଏମାନେ ହିଁ ଭାରତକୁ ନିବେଶ ପାଇଁ ସବୁଠୁ ଅସୁରକ୍ଷିତ ସ୍ଥାନରେ ପରିଣତ କରିଥିବା ଲେଖା ମଧ୍ୟ ଯାଇଛି । ଏହାର ଟାଇଟଲ୍ ବା ଶୀର୍ଷକ ରହିଛି 'ମୋଦିଙ୍କ ମ୍ୟାଗ୍ନିଟସ୍କି 11' ।

ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନ

ଏହି ବିଜ୍ଞାପନ 'ଫ୍ରଣ୍ଟିଅର୍ସ ଅଫ୍ ଫ୍ରିଡମ୍' ନାମକ ଏକ ବେସରକାରୀ ସଂସ୍ଥା ଦ୍ୱାରା ପ୍ରାୟୋଜିତ ବୋଲିି ସୂଚନା ମିଳିଛି । ଏହି ଅନୁଷ୍ଠାନ ନିଜକୁ ଏକ ଶିକ୍ଷାନୁଷ୍ଠାନ ବୋଲି ଦାବି କରି ଆସୁଛି । ବିଜ୍ଞାପନରେ 11 ଜଣଙ୍କ ନାମ ପ୍ରକାଶ କରାଯାଇଛି । ମୋଦି ସରକାରଙ୍କ ଏହି ଅଧିକାରୀମାନେ ରାଜନୈତିକ ତଥା ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇବା ପାଇଁ ଜାତୀୟ ଅନୁଷ୍ଠାନକୁ ଅସ୍ତ୍ର ଭାବରେ ବ୍ୟବହାର କରିଛନ୍ତି । ଭାରତକୁ ନିବେଶକଙ୍କ ପାଇଁ ଅସୁରକ୍ଷିତ ସ୍ଥାନରେ ପରିଣତ କରିଛନ୍ତି । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ଉକ୍ତ ବିଜ୍ଞାପନରେ ଉଲ୍ଲେଖ ରହିଛି ।

ଏହି ବିଜ୍ଞାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ଅତିରିକ୍ତ ସଲିସିଟର ଜେନେରାଲ ଏନ.ଭେଙ୍କଟରମଣ, ସିବିଆଇ ଅଧିକାରୀ ଆଶିଷ ପାରିକ, ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ ସମେତ ନ୍ୟାୟ ପାଳିକା ସହ ସମ୍ପୃକ୍ତ କିଛି ବ୍ୟକ୍ତିବେଶଷଙ୍କ ନାମ ମଧ୍ୟ ରହିଛି । 'ଫ୍ରଣ୍ଟିଅର୍ସ ଅଫ୍ ଫ୍ରିଡମ୍'ର ପ୍ରତିଷ୍ଠାତା ତଥା ରିପବ୍ଲିକାନ୍ ସିନେଟର ଜର୍ଜ ଲ୍ୟାଣ୍ଡ୍ରିଥ୍ ଏହି ବିଜ୍ଞାପନକୁ ଟ୍ୱିଟ୍ କରିଛନ୍ତି । କାଞ୍ଚନ ଗୁପ୍ତା ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ସେହିପରି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏହି ବିଜ୍ଞାପନକୁ ନାପସନ୍ଦ କରିବା ସହ ପ୍ରଶ୍ନ ଉଠାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.