ETV Bharat / bharat

ପୁଣି ମାତିଲେ ନକ୍ସଲ, ଅପହରଣ 11 ଦିନ ପରେ 4 ଠିକାଦାରଙ୍କୁ କଲେ ମୁକ୍ତ

author img

By

Published : Jan 4, 2023, 10:33 PM IST

ଛତିଶଗଡରେ ବିଜାପୁରରେ ପୁଣି ନକ୍ସଲ ହିଂସା । 4 ଠିକାଦାରଙ୍କୁ ଅପହରଣ 11 ଦିନ ପରେ ସୁରକ୍ଷିତ ଛାଡିଦେଲେ ନକ୍ସଲ (Naxalites released kidnapped contractors)। ଡିସେମ୍ବର 24 ରେ କରିନେଇଥିଲେ ଅପହରଣ । ମୁକ୍ତି ପାଇଁ ନିବେଦନ କରିଥିଲା ପରିବାର । ଅଧିକ ପଢନ୍ତୁ

ଛତିଶଗଡରେ 4 ଅପହୃତଙ୍କୁ ମୁକ୍ତ କଲେ ଲାଲ ବାହିନୀ

ହାଇଦ୍ରାବାଦ: ଲାଲଗଡ ଭାବେ ସମଗ୍ର ଦେଶରେ କୁଖ୍ୟାତି ଅର୍ଜନ କରିଥିବା ଛତିଶଗଡ ବିଜାପୁରରେ ପୁଣି ଥରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଛି । ଡିସେମ୍ବର 24ରେ ଅପହରଣର ଶିକାର ହୋଇଥିବା 4ଜଣ କଣ୍ଟ୍ରାକ୍ଟରଙ୍କୁ ଗତ ଦୁଇ ଦିନ ମଧ୍ୟରେ ମୁକ୍ତ କରିଛି ଲାଲ ବାହିନୀ(Naxalites released kidnapped contractors) । 24 ତାରିଖରେ ଏହି 4 ଠିକାଦାରଙ୍କୁ ନକ୍ସଲ ଉଠାଇ ନେଇଥିଲେ । ଗତକାଲି 2ଜଣଙ୍କୁ ମୁକ୍ତ କରିଦେଇଥିବା ବେଳେ ଆଜି (ବୁଧବାର) ଅବଶିଷ୍ଟ ଦୁଇ ଜଣ ଠିକାଦାରଙ୍କୁ ସୁରକ୍ଷିତ ମୁକ୍ତ କରିଛନ୍ତି ନକ୍ସଲ ।

ଅପହରଣ ପରେ ଏମାନଙ୍କୁ ନକ୍ସଲ କ୍ୟାମ୍ପରେ ରଖାଯାଇଥିଲା । ଜଙ୍ଗଲ ମଧ୍ୟରେ 11 ଦିନ ଧରି ବାରମ୍ବାର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ଦୀର୍ଘ ଦିନ ଧରି ଅପହୃତ ଠିକାଦାରମାନେ ଲାଲ କ୍ୟାମ୍ପରେ ରହିବା ପରେ ସୁରକ୍ଷିତ ମୁକ୍ତ ହୋଇଛନ୍ତି । ଗତକାଲି(3 ତାରିଖ)ରେ ଅପହୃତ ଠିକାଦାର କୋଣ୍ଡାଗାଓଁ ବାସିନ୍ଦା ନିମେନ୍ଦ୍ର କୁମାର ଦେୱାନ ଏବଂ ନୀଲଚାନ୍ଦ ନାଗଙ୍କୁ ଏକ ନାଟକୀୟ ଘଟଣାରେ ମୁକ୍ତ କରିଥିଲା ଲାଲ ବାହିନୀ । ସେହିପରି ଆଜି ଆଉ ଦୁଇ ଜଣ ଠିକାଦାର ଟେମୁରୁ ନାଗ ଓ ଚାପଡି ବେତାୟଙ୍କୁ ମୁକ୍ତ କରାଯାଇଛି (Naxalites released kidnapped contractors) ।

ଅପହରଣ ପରେ ପରିବାର ସଦସ୍ୟଙ୍କୁ ଲାଲ କ୍ୟାମ୍ପରେ ଥିବା ଠିକାଦାରଙ୍କ ସହ ଯୋଗାଯୋଗ କରିବାକୁ କୌଣସି ସୁଯୋଗ ଦେଇନଥିଲେ ନକ୍ସଲ । ସମସ୍ତ ଅପହୃତଙ୍କ ପରିବାର ସଦସ୍ୟ ସେମାନଙ୍କୁ ଛାଡି ଦେବା ପାଇଁ ନକ୍ସଲଙ୍କ ନିକଟରେ ନିବେଦନ ମଧ୍ୟ କରିଥିଲେ । ତେବେ ଘଟଣାର 11 ଦିନ ପରେ ନାଟକୀୟ ଢଙ୍ଗରେ ସମସ୍ତ ଅପହୃତଙ୍କୁ ମୁକ୍ତ କରାଯାଇଛି । ଅପହରଣକୁ ଦୀର୍ଘ 11 ଦିନ ବିତିବା ପରେ ଅପହୃତମାନେ ମୁକ୍ତ ହୋଇଥିଲେ ସୁଦ୍ଧା ଗୁଇନ୍ଦା ବିଭାଗ କିମ୍ବା ପୋଲିସ କୌଣସି ସୁରାକ ପାଇନଥିଲା । ବିଜାପୁରରେ କ୍ରମାଗତ ନକ୍ସଲ ବିରୋଧୀ ଅପରେସନ ଜାରି ରହିଥିଲେ ସୁଦ୍ଧା ଲାଲବାହିନୀର ଅସ୍ତିତ୍ବକୁ ପୋଲିସ ପ୍ରଶାସନ ମୂଳୋତ୍ପାଟନ କରିବାରେ ସଫଳତା ପାଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.