ETV Bharat / bharat

କୋଭିଡ୍‌ ନିୟନ୍ତ୍ରଣ ଏକ ସାମୂହିକ ଦାୟିତ୍ବ

ପ୍ରତ୍ୟାବର୍ତ୍ତନ ଏବଂ ବ୍ୟାପକ ସଂଚରଣର ଉଠାପକା ଖେଳ ସହିତ ମାରାତ୍ମକ କୋରୋନା ଭାଇରସ୍‌ ଏବେ ସାରା ମାନବ ଜାତି ଆଗରେ ଏକ ଆହ୍ବାନ ସୃଷ୍ଟି କରିଛି । ଶିକାର ଉପରେ ଝାମ୍ପ ମାରିବା ଆଗରୁ ବାଘ ଯେମିତି କିଛି ପାଦ ପଛେଇ ଯାଏ, ଠିକ୍‌ ସେହିଭଳି, କୋଭିଡ୍‌ ପ୍ରତ୍ୟାବର୍ତ୍ତନର ତୀବ୍ରତା ଏବେ ପୁଣି ଭୟାବହ ରୂପରେ କାୟାବିସ୍ତାର କରୁଛି । ଦେଶରେ ଦିନକ ଭିତରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବା ଘଟଣାରୁ ଏହି ବିକଟ ସମସ୍ୟାର ଆକାର ନିରୂପଣ କରାଯାଇପାରେ । ସଂକ୍ରମଣର ବ୍ୟାପ୍ତି ହାରକୁ ବିଚାର କଲେ ଏବେ ଭାରତ କେବଳ ଆମେରିକା ପଛରେ ଯାହା ରହିଛି ।

author img

By

Published : Apr 8, 2021, 4:12 PM IST

କୋଭିଡ୍‌ ନିୟନ୍ତ୍ରଣ ଏକ ସାମୂହିକ ଦାୟିତ୍ବ
କୋଭିଡ୍‌ ନିୟନ୍ତ୍ରଣ ଏକ ସାମୂହିକ ଦାୟିତ୍ବ

ପ୍ରତ୍ୟାବର୍ତ୍ତନ ଏବଂ ବ୍ୟାପକ ସଂଚରଣର ଉଠାପକା ଖେଳ ସହିତ ମାରାତ୍ମକ କୋରୋନା ଭାଇରସ୍‌ ଏବେ ସାରା ମାନବ ଜାତି ଆଗରେ ଏକ ଆହ୍ବାନ ସୃଷ୍ଟି କରିଛି । ଶିକାର ଉପରେ ଝାମ୍ପ ମାରିବା ଆଗରୁ ବାଘ ଯେମିତି କିଛି ପାଦ ପଛେଇ ଯାଏ, ଠିକ୍‌ ସେହିଭଳି, କୋଭିଡ୍‌ ପ୍ରତ୍ୟାବର୍ତ୍ତନର ତୀବ୍ରତା ଏବେ ପୁଣି ଭୟାବହ ରୂପରେ କାୟାବିସ୍ତାର କରୁଛି । ଦେଶରେ ଦିନକ ଭିତରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବା ଘଟଣାରୁ ଏହି ବିକଟ ସମସ୍ୟାର ଆକାର ନିରୂପଣ କରାଯାଇପାରେ । ସଂକ୍ରମଣର ବ୍ୟାପ୍ତି ହାରକୁ ବିଚାର କଲେ ଏବେ ଭାରତ କେବଳ ଆମେରିକା ପଛରେ ଯାହା ରହିଛି । ସେହିଭଳି ଭୂତାଣୁ ସଂକ୍ରମଣର ବେଗ ଦୃଷ୍ଟିରୁ ଭାରତର ସ୍ଥିତି ଆମେରିକା, ଫ୍ରାନ୍‌ସ, ବ୍ରାଜିଲ ଏବଂ ବେଲଜିୟମ ପଛରେ ରହିଛି । ସଂକ୍ରମଣ ସଂଖ୍ୟାବୃଦ୍ଧି ଏବଂ ତଜ୍ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଗତ ମାସରେ ନାଗପୁରରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା । ଇନ୍ଦୋର, ଭୋପାଳ, ସୁରତ, ରାଜକୋଟ, ଅହମ୍ମଦାବାଦ ଏବଂ ଭଦୋଦରା ଭଳି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି, ଜାତୀୟ ରାଜଧାନୀରେ ମଧ୍ୟ ଗତକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଉଦ୍‌ବେଗର ବିଷୟ ଯେ, କେବଳ ଉତ୍ତର ପୂର୍ବ ରାଜ୍ୟ ସମୂହ ବ୍ୟତୀତ, ଅନ୍ୟ ସମସ୍ତ ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତ୍ବରାନ୍ବିତ ବେଗରେ କୋଭିଡ୍‌ ସଂକ୍ରମଣ ଯୋଗୁଁ ଭୟଭୀତ ଫ୍ରାନ୍‌ସ, ବେଲଜିୟମ ଏବଂ ଇଟାଲୀ ମଧ୍ୟ ଲକ୍‌ଡାଉନ୍‌ ଉପାୟ ଅବଲମ୍ବନ କରୁଛନ୍ତି । ପରିସ୍ଥିତି ଅଣାୟତ୍ତ ହେଲେ, ଭାରତରେ ମଧ୍ୟ ଏଭଳି ପଦକ୍ଷେପ ଅନିବାର୍ଯ୍ୟ ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ତୁରନ୍ତ ସୁଧାରଧର୍ମୀ ପଦକ୍ଷେପ ନେବା ଉଚିତ । ଯଦିଓ ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଛତିଶଗଡ଼ ଓ ଗୁଜରାଟରେ ସଂଖ୍ୟାଧିକ ସଂକ୍ରମଣର ରିପୋର୍ଟ ମିଳିଛି, ତଥାପି ଅନ୍ୟ ସବୁ ରାଜ୍ୟରେ ମଧ୍ୟ ଉଦ୍‌ବେଗଜନକ ପରିସ୍ଥିତି ଲାଗି ରହିଛି ।

ଲକ୍‌ଡାଉନ୍‌ ଜାରି ବଦଳରେ ବ୍ୟାପକ ରୋଗ ପରୀକ୍ଷଣ, ଟିକାକରଣ, ମାସ୍କ ପିନ୍ଧିବା ଏବଂ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଉପରେ ବିଶେଷଜ୍ଞମାନେ ଗୁରୁତ୍ବ ପ୍ରଦାନ କରୁଥିବା ବେଳେ କୋଭିଡ୍‌ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ସରକାର କଠୋର ପଦକ୍ଷେପ ନେବା ଉଚିତ ।

କୋରୋନା ନିୟନ୍ତ୍ରଣ ନାଁରେ ଗତ ବର୍ଷ ଜାରି କରାଯାଇଥିବା ଲକ୍‌ଡାଉନ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ନଷ୍ଟ ହୋଇଯାଇଥିଲା । ନିତିଦିନ କାମ କରି ପେଟ ପୋଷୁଥିବା ଅଗଣିତ ଲୋକଙ୍କ ଜୀବନଧାରା ଓଲଟପାଲଟ ହୋଇଯାଇଥିଲା । ସହରାଞ୍ଚଳର 12 କୋଟି ଲୋକ ଏବଂ ଗ୍ରାମାଞ୍ଚଳର 28 କୋଟି ଲୋକ ଜୀବିକା ହରାଇ ଦାରିଦ୍ର୍ୟ ପରିସର ମଧ୍ୟକୁ ଠେଲି ହୋଇଯାଇଥିଲେ । ଲକ୍‌ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକଙ୍କ ଜୀବନର ବିପର୍ଯ୍ୟସ୍ତ ସ୍ଥିତିକୁ ମଧ୍ୟ ଆମେ ଦେଖିଥିଲେ । ପରବର୍ତ୍ତୀ ଦୁଇ ମାସ ଭିତରେ ବର୍ତ୍ତମାନର ସଂକ୍ରମଣ ସ୍ଥିତି ଆହୁରି ଉତ୍କଟ ହେବ ବୋଲି କୁହାଯାଉଥିବାରୁ ସଂକ୍ରମଣ ସଂଖ୍ୟାବୃଦ୍ଧି ରୋକିବା ଦିଗରେ ସମସ୍ତେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଉଚିତ । ଦୀର୍ଘ ଦିନ ହେଲା ଚିକିତ୍ସା ବିଶେଷଜ୍ଞମାନେ କହିଆସୁଛନ୍ତି ଯେ, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଏବଂ ଶାରୀରିକ ଦୂରତା ବଜାୟ ରଖିବା ଭଳି କୋରୋନା ଆଚରଣ ବିଧି ପାଳନ ବଳରେ 70 ପ୍ରତିଶତ ସଂକ୍ରମଣକୁ ରୋକାଯାଇପାରିବ । ଜଣେ କୋରୋନା ରୋଗୀ 400 ଜଣଙ୍କୁ ସଂକ୍ରମଣ କରିପାରନ୍ତି ବୋଲି ଏକ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । କେହି ଯଦି କୋରୋନା ସଂକ୍ରମିତ ବୋଲି ପରୀକ୍ଷଣରୁ ଜଣାପଡ଼େ, ତେବେ ତାଙ୍କର ଅନ୍ୟୂନ 30 ଜଣ ସଂପର୍କୀୟ ଏବଂ ସହଯୋଗୀଙ୍କୁ ଚିହ୍ନଟ କରାଯାଇ ତିନି ଦିନ ପାଇଁ ଅନ୍ୟମାନଙ୍କ ପାଖରୁ ଦୂରେଇ ରଖାଯିବ ବୋଲି ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି । ସବୁ ରାଜ୍ୟ ଏହି ନିର୍ଦ୍ଦେଶାବଳୀକୁ ନିଷ୍ଠାର ସହ ପାଳନ କରିବା ଉଚିତ । ଏହା ବ୍ୟତୀତ, 18ରୁ 45 ବର୍ଷ ବୟସ ବର୍ଗର ସବୁ ଲୋକଙ୍କୁ ପ୍ରତିଷେଧକ ଟିକା ଦେବା ପାଇଁ ସରକାର ଅନୁମତି ଦେବା ଉଚିତ ବୋଲି ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘ (FICCI) ଦେଇଥିବା ବହୁମୂଲ୍ୟ ପ୍ରସ୍ତାବକୁ ମଧ୍ୟ ଅନୁସରଣ କରିବା ଉଚିତ । ରୋଗ ପରୀକ୍ଷଣ ଓ ଟିକାଦାନ ପ୍ରକ୍ରିୟାର ସଂପ୍ରସାରଣ ପାଇଁ ମଧ୍ୟ ମହାସଂଘ ଆହ୍ବାନ ଦେଇଛି ।

ଯଦି ସବୁ ନାଗରିକ ମାସ୍କ ପିନ୍ଧିବା, ହାତ ସଫା ରଖିବା ଏବଂ ଶାରୀରିକ ଦୂରତା ବଜାୟ ରଖିବା ଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତି, ତେବେ ଏହି ଭୂତାଣୁ ବ୍ୟାପିବାର ବେଗକୁ ବହୁଦୂର ଯାଏ ନିୟନ୍ତ୍ରଣରେ ରଖାଯାଇପାରିବ । ବ୍ୟକ୍ତିଗତ ସଚେତନତା ସହିତ ଆନୁଷ୍ଠାନିକ ସତର୍କତାମୂଳକ ପଦକ୍ଷେପ ବଳରେ ହିଁ କୋଭିଡ୍‌ର ପ୍ରକୋପକୁ ନିୟନ୍ତ୍ରଣ କରାଯାଇପାରିବ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.