ETV Bharat / bharat

ସମୟରେ ପହଞ୍ଚାଇ ପାରିଲାନି ଉବର କ୍ୟାବ୍‌, ଗଣିବ ୨୦ ହଜାର ଜୋରିମାନା - ଉବରକୁ ୨୦ ହଜାର ଜୋରିମାନା

ସମୟରେ ବିମାନବନ୍ଦରରେ ପହଞ୍ଚାଇ ପାରିଲାନି ଉବର କମ୍ପାନୀ କ୍ୟାବ୍‌ । କମ୍ପାନୀ ଉପରେ ୨୦ ହଜାର ଟଙ୍କାର ଜୋରିମାନା କରିଛନ୍ତି ଖାଉଟି ଅଦାଲତ । ଅଧିକ ପଢ଼ନ୍ତୁ

consumer court fined Uber 20000 Rupees after woman missed her flight in Maharashtra
ସମୟରେ ପହଞ୍ଚାଇ ପାରିଲାନି ଉବର କ୍ୟାବ୍‌, ଗଣିବ ୨୦ ହଜାର ଜୋରିମାନା
author img

By

Published : Oct 26, 2022, 11:04 PM IST

ମୁମ୍ବାଇ: ସମୟରେ ବିମାନବନ୍ଦରରେ ପହଞ୍ଚାଇ ପାରିଲାନି ଉବର କମ୍ପାନୀ କ୍ୟାବ୍‌ । ଫଳରେ ଚେନ୍ନାଇ ଯିବାକୁ ଫ୍ଲାଇଟ୍‌ରେ ଚଢ଼ି ପାରିନଥିଲେ ଜଣେ ମହିଳା ପାସେଞ୍ଜର । ଏହାକୁ ନେଇ ମହିଳା ଜଣକ ଖାଉଟି ଅଦାଲତରେ ଏକ ମାମଲା ରୁଜୁ କରିଥିଲେ । ଖାଉଟି ଅଦାଲତ ଏହି ମାମଲାର ଶୁଣାଣି କରି ଉବର କମ୍ପାନୀ ଉପରେ ୨୦ ହଜାର ଟଙ୍କାର ଜୋରିମାନା କରିଛନ୍ତି । ପାସେଞ୍ଜରଙ୍କୁ ଉଚ୍ଚମାନର ସେବା ଯୋଗାଇନଥିବାରୁ କୋର୍ଟ ଉବରକୁ ଭତ୍ସର୍ନା କରିଛନ୍ତି । ତା ସହିତ ଜୋରିମାନା ପୈଠ କରିବାକୁ କହିଛନ୍ତି ।

ମୁମ୍ବାଇ ସହରରେ ଟ୍ରାଫିକ ଜାମ୍‌ ଏକ ନୀତି ଦିନିଆ ସମସ୍ୟା । ତେବେ ଜଣେ ପାସେଞ୍ଜର ବହୁ ସମୟ ଆଗରୁ କ୍ୟାବ୍‌ ବୁକିଂ କରିବା ସତ୍ତ୍ବେ ଏହା ସଠିକ ସମୟରେ ପହଞ୍ଚି ନଥିଲା । ଯାହାଫଳରେ ଟିକେଟ୍‌ ବୁକିଂ କରିଥିବା ଫ୍ଲାଇଟ୍‌ରେ ବସି ପାରିନଥିଲେ ଜଣେ ମହିଳା ପାସେଞ୍ଜର । ଏହାପରେ ପାସେଞ୍ଜର ଜଣକ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ । ଏହାର ଶୁଣାଣି ଉବର ସେବାକୁ ଭତ୍ସର୍ନା କରିଥିଲେ କୋର୍ଟ । ତା ସହିତ ମହିଳାଙ୍କୁ କ୍ଷତିପୂରଣ ବାବଦକୁ ୨୦ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଉବର ସର୍ଭିସ୍‌ର ଉଚିତ ବୁଝାମଣା ଅଭାବ ତଥା ନିମ୍ନମାନର ସେବା ଗୁଣବତ୍ତା କାରଣରୁ ମହିଳାଙ୍କୁ ମାନସିକ ସ୍ତରରେ କ୍ଷତି ପହଞ୍ଚିଛି । ଏଥିପାଇଁ ଏହି କ୍ଷତି ଭରଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଘଟଣା ଗତ ୨୦୧୮ ଜୁନ ମାସ ୧୨ ତାରିଖରେ ଘଟିଥିଲା । ସେହି ଦିନ ମହିଳା ଜଣକ ବିମାନବନ୍ଦର ଯିବାକୁ ଏକ କ୍ୟାବ୍‌ ବୁକ୍‌ କରିଥିଲେ । ସେ ଯେଉଁଠାରୁ କ୍ୟାବ୍‌ ବୁକ୍‌ କରିଥିଲେ ସେଠାରୁ ବିମାନବନ୍ଦର ୩୬ କିଲୋମିଟର । ବିମାନବନ୍ଦରରେ ପହଞ୍ଚିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଏ । ଯିବା ବାଟରେ କ୍ୟାବ୍‌ ଡ୍ରାଇଭର ବିନା କାରଣରେ ଏକ ସିଏନ୍‌ଜି ଷ୍ଟେସନ୍‌ରେ ୧୫ରୁ ୨୦ ମିନିଟ ସମୟ ବିତାଇଥିବା ମହିଳା ଅଭିଯୋଗ କରିଥିଲେ । ଯାହାଫଳରେ ମହିଳାଙ୍କ ଫ୍ଲାଇଟ୍‌ ମିସ୍‌ ହୋଇଥିଲା । ଡ୍ରାଇଭରର ଅବହେଳା ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଟ୍ବିଟର୍‌ରେ ଅଭିଯୋଗ କରିବା ପରେ ଉବର କମ୍ପାନୀ ମହିଳାଙ୍କ ୧୩୯ ଭଡ଼ା ଫେରାଇ ଦେଇଥିଲା । ତେବେ ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ଦେଇନଥିଲା । ଏହାପରେ ମହିଳା ଜଣକ ଅତିରିକ୍ତ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.