ETV Bharat / bharat

କନମ୍ୟାନ ସୁକେଶର ସାଙ୍ଘାତିକ ଅଭିଯୋଗ, AAPକୁ ୨ଟି କିସ୍ତିରେ ଦେଇଛି ୬୦କୋଟି - ୨୦୦ କୋଟି ଟଙ୍କା ଠକେଇ ମାମଲା

ଆପ୍‌ (AAP) ସରକାରଙ୍କ ବିରୋଧରେ କନମ୍ୟାନ ସୁକେଶର ସାଙ୍ଘାତିକ ଅଭିଯୋଗ (Conman Sukesh Chandrasekhar allegation against AAP) । ଆପ୍‌କୁ ସେ ୬୦ କୋଟି ଟଙ୍କା ଦେଇଥିବା ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

Conman Sukesh Chandrasekhar claims harassment by AAP
କନମ୍ୟାନ ସୁକେଶର ସାଙ୍ଘାତିକ ଅଭିଯୋଗ
author img

By

Published : Dec 20, 2022, 5:11 PM IST

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା କନମ୍ୟାନ (ଠକ) ସୁକେଶ ଚନ୍ଦ୍ରଶେଖରର ବଡ଼ ବୟାନ (Conman Sukesh Chandrasekhar allegation against AAP) । ସେ ଆମ ଆଦମୀ ପାର୍ଟି (AAP)କୁ ୨ଟି କିସ୍ତିରେ ୬୦ କୋଟି ଟଙ୍କା ଦେଇଥିବା ମଙ୍ଗଳବାର ଅଭିଯୋଗ ଆଣିଛନ୍ତି । ଦିଲ୍ଲୀ ପଟିଆଲା ହାଉସ କୋର୍ଟରୁ ବାହାରିବା ପରେ ଗଣମାଧ୍ୟମକୁ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ସୁକେଶ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ସେ ଆଣିଥିବା ସମସ୍ତ ଅଭିଯୋଗ ସତ ବୋଲି କହିଛନ୍ତି ମହାଠକ ସୁକେଶ ।

ସୁକେଶ ଗତ ୨ ଦିନ ପୂର୍ବରୁ ଗଣମାଧ୍ୟମ ଉଦ୍ଦେଶ୍ୟରେ ନିଜ ଓକିଲ ଦ୍ବାରା ଏକ ଚିଠି ଜାରି କରିଥିଲେ । ଏଥିରେ ସେ ଲେଖିଥିଲେ ଯେ ଆମ ଆଦମୀ ପାର୍ଟି ବିରୋଧରେ ସେ ଆଣିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ଲାଗି ଆପ୍‌ ସରକାର ତାକୁ ଜେଲରେ ଧମକାଉଥିବା ସେ ଅଭିଯୋଗ ଆଣିଛନ୍ତି । ସେ ବିଜେପି ସରକାରଙ୍କ ଚାପରେ ଆସି ଏହି ପତ୍ର ଲେଖିଥିବା ଲାଗି ସ୍ବୀକାର ନେଇ ଆପ୍‌ ସରକାର ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି । ଆଜି ସୁକେଶଙ୍କୁ ମନି ଲଣ୍ଡରିଂ ମାମଲାରେ କୋର୍ଟରେ ହାଜର କରିବା ସମୟରେ ଆପ୍‌ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ସୁକେଶ ।

ଏହା ବି ପଢନ୍ତୁ- ମହଙ୍ଗା ପଡିଲା ପରକୀୟା ପ୍ରୀତି, ବ୍ଲେଡରେ ଦିଅରର ଗୁପ୍ତାଙ୍ଗ କାଟିଲା ଭାଉଜ

ଦିଲ୍ଲୀର ମଣ୍ଡୌଲୀ ଜେଲରେ ସୁକେଶ ବନ୍ଦୀ ଭାବେ ରହିଥିବା ବେଳେ ସେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଉପରେ ଆଣିଥିବା ଅଭିଯୋଗ ସତ ବୋଲି ଅଭିଯୋଗ କରିଥିଲେ । ସେ କାହା ଚାପରେ ଆସି ଏପରି ଅଭିଯୋଗ ଆଣିନାହାନ୍ତି । ସୁକେଶ ଗତ ଅକ୍ଟୋବର, ନଭେମ୍ବର ମାସରୁ ଗୋଟିଏ ପରେ ଗୋଟିଏ ମୋଟ ୫ଟି ପତ୍ର ଜାରି କରିଛନ୍ତି । ଏହି ସମସ୍ତ ଅଭିଯୋଗର ଯାଞ୍ଚ କରିବା ଲାଗି ସେ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ମଧ୍ୟ ପତ୍ର ଲେଖିଥିଲେ । ସୁକେଶଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ସେ ମହାଠକ ଓ ବିଜେପି ସରକାରଙ୍କ ଚାପରେ ଆସି ଏପରି ଅଭିଯୋଗ ଆଣିଥିବା କେଜ୍ରିୱାଲ ପ୍ରତିକ୍ରିୟାରେ କହିଥିଲେ ।

ସୁକେଶର ଏହି ଅଭିଯୋଗ ଉପରେ ଯାଞ୍ଚ କରିବା ଲାଗି ଏକ ଟିମ ଗଠନ ହୋଇଛି । ଗତ ନଭେମ୍ବର ୧୪ ଓ ୧୫ ତାରିଖରେ ସେମାନେ ମଣ୍ଡୌଳୀ ଜେଲ ଯାଇ ସୁକେଶର ବୟାନ ରେକର୍ଡ କରିଥିଲେ । ଏହି ଟିମ ସମ୍ମୁଖରେ ସୁକେଶ ଦାବି କରିଥିଲା ଯେ ସେ ଆପ୍‌ ସରକାରଙ୍କୁ ୨ଟି କିସ୍ତିରେ ୬୦ କୋଟି ଅର୍ଥ ପ୍ରଦାନ କରିଛି । ଯେଉଁଥିରେ ୧୦ କୋଟି ସୁରକ୍ଷା ଯୋଗାଇବା ଲାଗି ଥିବା ବେଳେ ଆଉ ୫୦ କୋଟି ପାର୍ଟି ଫଣ୍ଡ ଅର୍ଥ ବାବାଦରେ ଦେଇଥିଲା । ଏହା ବଦଳରେ ତାଙ୍କୁ ରାଜ୍ୟସଭାରେ ଆସନ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏ ସମ୍ପର୍କରେ ଜାଣିଥିବା ମଧ୍ୟ କହିଛି ସୁକେଶ ।

ସେପଟେ ଆଜି ସୁକେଶ ଓ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ । ଜ୍ୟାକଲିନ ଠକ ଠାରୁ କିଛି ଅର୍ଥ ଓ ଘର ସମେତ ମହଙ୍ଗା ଉପହାର ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଅଭିନେତ୍ରୀ ମଧ୍ୟ ଆଜି କୋର୍ଟରେ ହାଜର ହୋଇଥିଲେ । ଇଡି ଓ ଦିଲ୍ଲୀ ପୋଲିସ ଏହି ମାମଲାର ଆଜି ଯାଞ୍ଚ କରୁଛି । ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ ଏହି ଅଭିଯୋଗର ସତ୍ୟାସତ୍ୟ ଉପରେ ନିଷ୍ପତ୍ତି ନେବେ କୋର୍ଟ । ଏଥିଲାଗି ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଜ୍ୟାକଲିନଙ୍କୁ ବିଦେଶ ଯାତ୍ରା ଲାଗି ବାରଣ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.