ETV Bharat / bharat

ଜମ୍ମୁରେ ନକଲି PMO କାର୍ଯ୍ୟାଳୟ ଅଧିକାରୀ ଗିରଫ: ପାଇଥିଲା Z+ ସିକ୍ୟୁରିଟି, ବିତାଉଥିଲା ବିଳାସମୟ ଜୀବନ

author img

By

Published : Mar 17, 2023, 3:20 PM IST

କାଶ୍ମୀରରେ ଜଣେ ଠକ PMO କାର୍ଯ୍ୟାଳୟ ଅଧିକାରୀ ଗିରଫ ହୋଇଛି । ଗୁଜୁରାଟର ଜଣେ ବ୍ୟକ୍ତି ନିଜକୁ ପ୍ରଧାନମନ୍ତ୍ରୀଙ୍କ ଜଣେ ବରିଷ୍ଠ ଅଧିକାରୀ ପରିଚୟ ଦେଇ ବିଳାସ ପୂର୍ଣ୍ଣ ଜୀବନ ବିତାଉଥିଲେ । ଶେଷରେ ଧରାପଡି ଜେଲକୁ ଗଲେ । ଅଧିକ ପଢ଼ନ୍ତୁ

Gujrati Conman arrested in Kashmir
Gujrati Conman arrested in Kashmir

ଶ୍ରୀନଗର: Z+ ସିକ୍ୟୁରିଟି, ବୁଲେଟପ୍ରୁଫ ଗାଡ଼ି ସହ ପଞ୍ଚ ତାରକା ହୋଟଲରେ ରହଣୀ । ଆଉ ଏହି ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ମୁତୟନ ରହିଥିଲେ ବ୍ୟାପକ ପୋଲିସ ଫୋର୍ସ । ଏଭଳି ସୁବିଧା କୌମସି ବଡ ପଦାଧିକାରୀଙ୍କୁ ମିଳିନାହିଁ ବରଂ ଏହି ସୁବିଧା ଜଣେ ଠକକୁ ମିଳିଥିଲା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସମ୍ପୁର୍ଣ୍ଣ ସତ୍ୟ । ଗୁଜୁରାଟରେ ରହୁଥିବା ଜଣେ ଠକକୁ ଜମ୍ମୁକାଶ୍ମୀରରେ ଏଭଳି ସୁବିଧା ଦିଆଯାଇଥିଲା । ନିଜକୁ ପ୍ରଧାନମନ୍ତ୍ରୀଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ପରିଚୟ ଦେଇ ଏଭଳି ସୁବିଧା ପାଇଥିବା ବେଳେ ଜମ୍ମୁ କାଶ୍ମୀର ପରିଦର୍ଶନ ସମୟରେ ତାଙ୍କୁ ଗିରଫ କରିଛି ପୋଲିସ । ଗିରଫ ଠକ ଜଣକ ହେଲେ କିରଣ ପଟେଲ ।

ତାଙ୍କୁ ମାର୍ଚ୍ଚ ୩ ତାରିଖରେ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି । ଏକ ପଞ୍ଚ ତାରକା ହୋଟେଲରୁ କିରଣକୁ ଗିରଫ କରିଥିଲା ପୋଲିସ । ବର୍ତ୍ତମାନ ତାଙ୍କୁ ଶ୍ରୀନଗର କୋର୍ଟରୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ତେବେ କିରଣ ନିଜକୁ ପିଏମଓର ବରିଷ୍ଠ ଅଧିକାରୀ କହି ଫେବୃଆରୀ ମାସରେ ଜମ୍ମୁ କାଶ୍ମୀର ଭ୍ରମଣରେ ଆସିଥିଲେ । କେତେବେଳେ ଗୁଲମର୍ଗ ତ ଆଉ ଦୁଧପାତ୍ରିରେ ରହି ମଜା ନେଉଥିଲେ । ଏହି ସମୟର ଫଟୋ ଭିଡିଓକୁ ନିଜର ଇନଷ୍ଟାଗ୍ରାମ ଏବଂ ଟ୍ବିଟରରେ ସେୟାର କରିଥିଲେ । ଏହାସହ କାଶ୍ମୀରର ଡେପୁଟି କମିଶନରଙ୍କୁ ମଧ୍ୟ ଦେଖା କରିଥିଲେ । ଯେପରି କେହି ସନ୍ଦେହ ନକରିବେ ସେଥିପାଇଁ ସେଠାକାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଥିଲା ।

ତେବେ କେତେକ କାର୍ଯ୍ୟକଳାପକୁ ନେଇ ପୋଲିସ କିରଣଙ୍କ ଉପରେ ସନ୍ଦେହ କରିିଥିଲା । ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତ ସମୟରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । ସେ ପ୍ରଧାନମନ୍ତ୍ରୀଙ୍କ ବରିଷ୍ଠ ଅଧିକାରୀ ନୁହଁ ବରଂ ଜଣେ ମହାଠକ ବୋଲି ଜଣା ପଡିଥିଲା । ଶେଷରେ ମାର୍ଚ୍ଚ ୩ ତାରିଖରେ ଏକ ପଞ୍ଚ ତାରକା ହୋଟୋଲରୁ କିରଣକୁ ଗିରଫ କରିଥିଲା ପୋଲିସ । କିନ୍ତୁ ଏହି ଘଟଣାକୁ ଗୋପନୀୟ ରଖାଯାଇଥିଲା । ଗୁରୁବାର ନ୍ୟାୟିକ ହେପାଜତକୁ ପଠାଇବା ପରେ ମାମଲା ସାମ୍ନାକୁ ଆସିଛି । ଜଣେ ଠକ ନିଜକୁ ପିଏମଓ ଅଫିସର ବରିଷ୍ଠ ଅଧିକାରୀ କହି କେମିତି ଠକି ପାରିଲା ଆଉ ପୋଲିସ କିମ୍ବା କୌଣସି ସରକାରୀ ଅଧିକାରୀ କେମିତି ଜାଣିପାରିଲେ ନାହିଁ ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କିରଣଙ୍କ ସହ ସାକ୍ଷାତ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ପୋଲିସ ଜେରା କରଥିବା ନେଇ ସୁତ୍ରରୁ ଜଣାପଡିଛି । ପ୍ରକାଶଥାଉକି, କିରଣ ପଟେଲକୁ ଗୁଜୁରାଟ ବିଜେପି ସାଧାରଣ ସମ୍ପାଦକ ପ୍ରଦୀପସିଂ ଭାଗେଲା ମଧ୍ୟ କିରଣକୁ ଟ୍ବିଟରରେ ଫଲୋ କରିଛନ୍ତି । ସେ ନିଜ ଟ୍ବିଟଟରେ ଉଲ୍ଲେଖ କରିଛି, "ସେ କମନଓ୍ବେଲଥ ୟୁନିଭରସିଟିରୁ ପିଏଚଡି ପରେ ଆଇଆଇ ଏମ ତ୍ରିଚୁରୁ ଏମ୍‌ବିଏ ସାରିଛନ୍ତି । ଏହାସହ ସେ କମ୍ପ୍ୟୁଟର ସାଇନ୍ସରେ ଏମଟେକ କରିଥିବା ଦର୍ଶାଇଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.