ଭୋପାଳ: କୃଷି ଆଇନକୁ ବିରୋଧ ଏବଂ କୃଷକ ଆନ୍ଦେଳନ ସମର୍ଥନରେ କଂଗ୍ରେସ କର୍ମୀ ମାନେ ଆଜି(ଶନିବାର) ମଧ୍ୟପ୍ରଦେଶର ଭୋପାଳ ଠାରେ ଏକ ରାଲି କରିଛନ୍ତି । କଂଗ୍ରେସ କର୍ମୀ ଆଜି ରାଜଭବନ ଘେରାଉ କରିବାକୁ ଯିବା ସମୟରେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଉତ୍ତେଜନାମୂଳକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ପାଣି ମାଡ ମଧ୍ୟ କରିଛି ।
ନୂତନ କୃଷି ଆଇନକୁ ଦେଶର ବିଭିନ୍ନ କୃଷକ ସଙ୍ଗଠନ ବିରୋଧ କରି ଦୀର୍ଘ ଦିନ ହେବ ଦିଲ୍ଲୀରେ ଧାରଣାରେ ବସିଛନ୍ତି । ବିଭିନ୍ନ ରାଜନୈତିକ ଦଳ ସମେତ କଂଗ୍ରେସ ମଧ୍ୟ କୃଷକଙ୍କ ସମର୍ଥନରେ ରହିଛନ୍ତି ।