ETV Bharat / bharat

ଖୁବଶୀଘ୍ର ପଞ୍ଜାବରେ ନୂଆ ପିିିସିସି ମୁଖ୍ୟ ଓ ବିଧାୟକ ଦଳ ନେତା ଚୟନ: କଂଗ୍ରେସ

ଖୁବ ଶୀଘ୍ର ପୂରଣ ହେବ ପଞ୍ଜାବ ପିସିସି ପଦବୀ ଓ ଚୟନ ହେବେ ବିଧାୟକ ଦଳ ନେତା । ସୂଚନା ଦେଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ଚୌଧୁରୀ । ସିଦ୍ଧୁଙ୍କ ଇସ୍ତାଫା ପରେ ଖାଲି ପଡିଛି ପ୍ରଦେଶ କଂଗ୍ରେସ ମୁଖ୍ୟ ପଦବୀ । ଅଧିକ ପଢନ୍ତୁ

ଖୁବଶୀଘ୍ର ପଞ୍ଜାବର ନୂଆ ପିିିସିସି ମୁଖ୍ୟ ଓ ବିଧାୟକ ଦଳ ଚୟନ

author img

By

Published : Mar 28, 2022, 5:06 PM IST

ଚଣ୍ଡିଗଡ: ବିଧାନସଭା ନିର୍ବାଚନରେ ପରାଜୟ ପରେ ଖୁବ ଶୀଘ୍ର ପଞ୍ଜାବରେ ନିଯୁକ୍ତ ହେବେ ନୂଆ ପିସିସି ସଭାପତି ଓ ବିଧାୟକ ଦଳ ନେତା । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳ ହାଇକମାଣ୍ଡ ଏନେଇ ଚୂଡାନ୍ତ ନିର୍ଣ୍ଣୟ ନେବା ନେଇ ଆଜି ସୂଚନା ଦେଇଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ଚୌଧୁରୀ । ଇଟିଭି ଭାରତ ସହ ଆଲୋଚନା କରି ହରିଶ କହିଛନ୍ତି, ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରସ୍ତାବିତ ନାମ ଉପରେ ବିଚାର ଜାରି ରହିଛି । ଏନେଇ ଏକ ସମ୍ଭାବ୍ୟ ତାଲିକା କେନ୍ଦ୍ରୀୟ କମିଟିକୁ ପ୍ରଦାନ କରାଯିବା । ପରେ ହାଇକମାଣ୍ଡ ଚୂଡାନ୍ତ ମୋହର ମାରିବେ ।

ଗତ ନିର୍ବାଚନ (୨୦୧୭) ୧୭୭ ଆସନରୁ ୭୭ରେ ବିଜୟୀ ହୋଇ ସରକାର କରିଥିଲା କଂଗ୍ରେସ । ତେବେ ଚଳିତଥର ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ୯୨ ଆସନ ଜିତି କ୍ଷମତାରୁ କଂଗ୍ରେସକୁ ବେଦଖଲ କରିଛି କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟି । ମାତ୍ର ୧୮ ଆସନ ଜତିଥିବା କଂଗ୍ରେସ ରାଜ୍ୟରେ ସତ୍ତା ହାରାଇବା ପରିସ୍ଥିତିକୁ ଆସିଥିଲା । କେନ୍ଦ୍ରୀୟ କମିଟି ବୈଠକ ପରେ ସୋନିଆ ଗାନ୍ଧୀ ପିସିସି ମୁଖ୍ୟ ସିଦ୍ଧୁଙ୍କୁ ଇସ୍ତାଫା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସିଦ୍ଧୁଙ୍କ ଇସ୍ତାଫା ପରେ ପ୍ରଦେଶ କଂଗ୍ରେସ ମୁଖ୍ୟ ପଦବୀ ଖାଲି ପଡିଥିବାବେଳେ ବିଧାୟକ ଦଳର ନେତା ମଧ୍ୟ ଚୟନ ହେବା ବାକି ରହିଛି । ତେବେ ଏପରି ସ୍ଥଳେ ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଦଳ । ଖୁବ ଶୀଘ୍ର ଉଭୟ ପଦବୀ ପୂରଣ ହେବା ନେଇ ରାଜ୍ୟ ପ୍ରଭାରୀ ସୂଚନା ଦେଇଛନ୍ତି । ସିଦ୍ଧୁଙ୍କ ପରେ କିଏ ପଞ୍ଜାବ କଂଗ୍ରେସର କମାଣ୍ଡ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.