ETV Bharat / bharat

21ରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ! 24 ନିର୍ବାଚନ ନେଇ ପ୍ରସ୍ତୁତି - କଂଗ୍ରେସ

CWC meet on Dec 21: 24 ନିର୍ବାଚନ ରଣନୀତି ପ୍ରସ୍ତୁତ ନେଇ ଡିସେମ୍ବର 21 ରେ ଅନୁଷ୍ଠିତ ହେବାକୁ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । ପରାଜୟ କାରଣ ଖୋଜି ଦଳକୁ ଦୃଢ଼ ସଶକ୍ତ କରିବା ସହ ଆଗାମୀ ନିର୍ବାଚନ ଷ୍ଟ୍ରାଟେଜି ପ୍ରସ୍ତୁତ କରିପାରେ ଦଳ । ଅଧିକ ପଢ଼ନ୍ତୁ

congress to hold CWC meet on Dec 21
21ରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ
author img

By ETV Bharat Odisha Team

Published : Dec 17, 2023, 1:34 PM IST

ନୂଆଦିଲ୍ଲୀ: ଡିସେମ୍ବର 21ରେ ଅନୁଷ୍ଠିତ ହେବାକୁ ଯାଉଛି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ 24 ସାଧାରଣ ନିର୍ବାଚନର ରଣନୀତି ବିଷୟରେ ଚର୍ଚ୍ଚା ହୋଇପାରେ ବୋଲି ସୁତ୍ରରୁ ଜଣାପଡ଼ିଛି । ଆଉମଧ୍ୟ ନିକଟ ନିର୍ବାଚନରେ 5ରୁ 4 ରାଜ୍ୟରେ ପରାଜୟର କାରଣ ବିଷୟରେ ବି ବୈଠକରେ ଆଲୋଚନା ହୋଇପାରେ । ତେବେ 24 ନିର୍ବାଚନ ପୂର୍ବରୁ ଦଳକୁ ସୁଦୃଢ଼ କରିବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ନୂଆ ଯୋଜନା ପ୍ରସ୍ତୁତ କରିପାରେ ।

ତେବେ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ଦଳର ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ଯକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଅନ୍ୟ ପ୍ରମୁଖ ନେତାମାନେ ଯୋଗ ଦେବାର ସମ୍ଭାବନା ରହିଛି । ଦଳକୁ ସଜାଡ଼ି ପୁଣି ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡିବାକୁ ଯାଉଛି କଂଗ୍ରେସ । 21ଡିସେମ୍ବରରେ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ନିର୍ବାଚନ ରଣନୀତି ସହ 4 ରାଜ୍ୟରେ ପରାଜୟକୁ ନେଇ ମଧ୍ୟ ଆଲୋଚନା ହୋଇପାରେ । ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ସ୍ବର ଶାଣିତ କରିବା ସହ ଲୋକମାନଙ୍କ ନିକଟତର ହେବାକୁ ଦଳ ପ୍ରସ୍ତୁତ କରିପାରେ ରଣନୀତି ।

ଏହାମଧ୍ୟ ପଢନ୍ତୁ.. 19ରେ ଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟ ବୈଠକ, ଏଥରର ନାରା ‘ମୈ ନେହିଁ ହମ’

ତେବେ 2024 ନିର୍ବାଚନ ପୂର୍ବରୁ ଏହି ବୈଠକ କଂଗ୍ରେସ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ । ଦେଶରେ ବେକାରୀ ସମସ୍ୟା ଓ ଦରବୃଦ୍ଧି ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କ ବିଫଳତାର ପ୍ରଚାର କରି ନିଜର ଭୋଟ ବ୍ୟାଙ୍କକୁ ଦୃଢ କରିବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିପାରେ । ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ପୁଣି ଆରମ୍ଭ ହେବା ନେଇ ଏହି ବୈଠକରେ ନିଷ୍ପତି ନିଆଯାଇପାରେ । ତେବେ ପୂର୍ବରୁ ପଶ୍ଚିମ ପଦଯାତ୍ରା କରି ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଦଳ ଯୋଜନା କରୁଥିବା ବେଳେ ଏହାର ଚୂଡ଼ାନ୍ତ ନିଷ୍ପତି ଖୁବଶୀଘ୍ର ନିଆଯାଇପାରେ ବୋଲି ସୁତ୍ରରୁ ପ୍ରକାଶ ପାଇଛି ।

ଅନ୍ୟପଟେ ବିରୋଧୀ ମେଣ୍ଟ 'ଇଣ୍ଡିଆ' ବୈଠକର 2 ଦିନ ପରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଡିସେମ୍ବର 19 ଅପରାହ୍ମ 3ଟାରେ ନୂଆଦିଲ୍ଲୀଠାରେ ଚତୁର୍ଥ ଥର ପାଇଁ 'ଇଣ୍ଡିଆ' ମେଣ୍ଟ ବୈଠକ ବସିବାକୁ ଯାଉଛି । 'ମୁଁ ନୁହେଁ, ଆମେ' ଏହି ବୈଠକରେ ମୁଖ୍ୟ ଉଦ୍ଦେଶ୍ୟ ହେବାକୁ ଯାଉଛି । ବିରୋଧୀ ମେଣ୍ଟ ଏକାଠି ହୋଇ ମୋଦି ସରକାରଙ୍କ ବିରୋଧରେ ଗୋଟି ଚାଳନା ନେଇ ଏହି ବୈଠକରେ ବ୍ଲୁ' ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.