ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସମସ୍ତ ଦୋଷୀଙ୍କୁ ମୁକ୍ତ କରାଯିବା ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହେବ କଂଗ୍ରେସ (Congress to file a fresh review petition in SC)। ସର୍ବୋଚ୍ଚ କୋର୍ଟ ଦେଇଥିବା ମୁକ୍ତି ନିର୍ଦ୍ଦେଶ ନେଇ ପୁନଃବିଚାର କରିବା ପାଇଁ କଂଗ୍ରେସ ଆବେଦନ କରିବ । ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ସର୍ବୋଚ୍ଚ କୋର୍ଟରେ ଏହି ମୁକ୍ତି ରାୟର ପୁନଃବିଚାର କରିବା ପାଇଁ ଏକ ଆବେଦନ ଦାଖଲ କରି ସାରିଛନ୍ତି ।
-
Congress to file a fresh review petition in Supreme Court challenging premature release of convicts on the grounds set up in the order in Former PM Rajiv Gandhi's assassination case: Sources
— ANI (@ANI) November 21, 2022 " class="align-text-top noRightClick twitterSection" data="
">Congress to file a fresh review petition in Supreme Court challenging premature release of convicts on the grounds set up in the order in Former PM Rajiv Gandhi's assassination case: Sources
— ANI (@ANI) November 21, 2022Congress to file a fresh review petition in Supreme Court challenging premature release of convicts on the grounds set up in the order in Former PM Rajiv Gandhi's assassination case: Sources
— ANI (@ANI) November 21, 2022
ଏହା ମଧ୍ୟ ପଢନ୍ତୁ :-Rajiv Gandhi Assassination Case: ଦୋଷୀଙ୍କୁ ଛାଡ ନିର୍ଦ୍ଦେଶର ପୁନଃବିଚାର ପାଇଁ ଆବେଦନ କଲା କେନ୍ଦ୍ର
ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ସମସ୍ତ ୭ଦୋଷୀଙ୍କୁ ମୁକ୍ତ କରାଯାଇ ସାରିଛି । ପୂର୍ବରୁ ଜଣଙ୍କୁ ଓ ନିକଟରେ ଅବଶିଷ୍ଟ ୬ ଜଣ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା । ତେବେ ଏହାକୁ ନେଇ କଂଗ୍ରେସ ତୀବ୍ର ଆପତ୍ତି ଉଠାଇବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲା । ପରେ କେନ୍ଦ୍ର ସରକାର ଏନେଇ ସର୍ବୋଚ୍ଚ କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିବାବେଳେ, ଏବେ କଂଗ୍ରେସ ମଧ୍ୟ ସର୍ବୋଚ୍ଚ କୋର୍ଟଙ୍କ ରାୟର ପୁନଃବିଚାର ନେଇ ଏକ ଆବେଦନ ଦାଖଲ କରିବାକୁ ଯାଉଛି ।
ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବାବେଳେ, ସମସ୍ତେ ପ୍ରାୟ ଗତ ୩ଦଶନ୍ଧି ଧରି ସଜ୍ଜା କାଟି ସାରିଛନ୍ତି । ସେମାନଙ୍କର ଆଚରଣରେ ସୁଧାର ଓ ଉତ୍ତମ ବ୍ୟବହାର ପାଇଁ ସେମାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ଏପରି ନିର୍ଦ୍ଦେଶ ଭୁଲ ପରମ୍ପରା ସୃଷ୍ଟି କରୁଛି ବୋଲି କଂଗ୍ରେସ ଅଭିଯୋଗ କରି ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ନେଇ ଆପତ୍ତି ଉଠାଇଛି ।