ETV Bharat / bharat

ପୁଣି କଂଗ୍ରେସ ହାଇକମାଣ୍ଡ ହେବେ କି ରାହୁଲ ? CWC ବୈଠକରେ ରଖିଲେ ଉତ୍ତର - sonia gandhi

ଆସନ୍ତାବର୍ଷ କଂଗ୍ରେସକୁ ମିଳିବ ନୂଆ ହାଇକମାଣ୍ଡ । ଆଜି ଦଳୀୟ କାର୍ଯ୍ୟକରିଣୀ ବୈଠକରେ ନିଷ୍ପତ୍ତି ପରେ ସୂଚନା ଦେଲେ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ । ଅଧିକ ପଢନ୍ତୁ...

ଆସନ୍ତାବର୍ଷ ସେପ୍ଟେମ୍ବରରେ କଂଗ୍ରେସକୁ ମିଳିବ ନୂଆ ହାଇକମାଣ୍ଡ, ସେପର୍ଯ୍ୟନ୍ତ ଦୟିତ୍ବ ତୁଲାଇବେ ସୋନିଆ
ଆସନ୍ତାବର୍ଷ ସେପ୍ଟେମ୍ବରରେ କଂଗ୍ରେସକୁ ମିଳିବ ନୂଆ ହାଇକମାଣ୍ଡ, ସେପର୍ଯ୍ୟନ୍ତ ଦୟିତ୍ବ ତୁଲାଇବେ ସୋନିଆଆସନ୍ତାବର୍ଷ ସେପ୍ଟେମ୍ବରରେ କଂଗ୍ରେସକୁ ମିଳିବ ନୂଆ ହାଇକମାଣ୍ଡ, ସେପର୍ଯ୍ୟନ୍ତ ଦୟିତ୍ବ ତୁଲାଇବେ ସୋନିଆ
author img

By

Published : Oct 16, 2021, 8:38 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ କଂଗ୍ରେସକୁ ମିଳିବ ନୂଆ ହାଇକମାଣ୍ଡ । ଆସନ୍ତାବର୍ଷ ଅଗଷ୍ଟ 21ରୁ ସେପ୍ଟେମ୍ବର 20 ମଧ୍ୟରେ ଦଳର ନୂଆ ମୁଖ୍ୟ ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଜି (ଶନିବାର) ଘୋଷଣା କରିଛି କଂଗ୍ରେସ । ଆଜି ଏନେଇ ବସିଥିବା ଦଳୀର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ।

ଏପଟେ ଆଜିର CWC ବୈଠକରେ ଦଳର ଅଧିକାଂଶ ନେତୃବୃନ୍ଦ ପୁନର୍ବାର ରାହୁଲଙ୍କୁ ଅଧ୍ୟକ୍ଷ ପଦରେ ରହିବାକୁ ଅପିଲ କରିଥିଲେ । ତେବେ ରାହୁଲ ମଧ୍ୟ ଏନେଇ ଚିନ୍ତା କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ତେବେ ବେଣୁଗୋପାଲ ପୁଣି କହିଛନ୍ତି, ଦଳରେ ଶୀର୍ଷରୁ ତୃଣମୂଳସ୍ତର ପର୍ଯ୍ୟନ୍ତ ଏକ ତାଲିମ କାର୍ଯ୍ଯକ୍ରମ ଆରମ୍ଭ କରିବାକୁ ଯାଉଛି । ସବୁ ସ୍ତରରେ କର୍ମୀ ଏବଂ ନେତାମାନଙ୍କୁ ଦଳୀୟ ବିଚାରଧାରା, ନୀତି ସମ୍ପର୍କରେ ତାଲିମ ପ୍ରଦାନ କରାଯିବା ସହ ଦଳର କର୍ମକର୍ତ୍ତାମାନେ ତୃଣମୂଳସ୍ତରର ଦଳୀୟ ବାର୍ତ୍ତାକୁ ପହଞ୍ଚାଇବା, ନିର୍ବାଚନ ପରିଚାଳନା, ବର୍ତ୍ତମାନର ସରକାରଙ୍କ ବିଫଳତା ଏବଂ ପ୍ରଚାରର ପ୍ରତିବାଦରେ ଅଭିଯାନ ଆରମ୍ଭ କରିବା ପାଇଁ ପ୍ରଶିକ୍ଷିତ ହେବେ । ସେହିପରି ଆସନ୍ତାବର୍ଷ ନଭେମ୍ବର 1 ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଦଳ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଥିବାବେଳେ, ବ୍ଲକ କମିଟି କର୍ମକର୍ତ୍ତା ପାଇଁ ଏପ୍ରିଲ 1ରୁ ନିର୍ବାଚନ ଆରମ୍ଭ ପ୍ରକ୍ରିୟା ଆରମ୍ଭ କରିବ ଦଳ ।

ସେହିପରି ବର୍ତ୍ତମାନ ସୋନିଆ ଗାନ୍ଧି ଦଳର ଅନ୍ତରୀଣ ମୁଖ୍ୟ ଅଛନ୍ତି । ସେ ଆସନ୍ତାବର୍ଷ ଦଳର ପୂର୍ଣ୍ଣକାଳୀନ ମୁଖ୍ୟ ଚୟନ ପାଇଁ ନିର୍ବାଚନ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇବା ନେଇ ମଧ୍ୟ ସହମତି ପ୍ରକାଶ କରିଛନ୍ତି । 2019 ଲୋକସଭା ନିର୍ବାଚନରେ ​​ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ପରେ ସୋନିଆ ଅନ୍ତରୀଣ ଭାବେ ଏହି ଦାୟିତ୍ବ ନେବା ପାଇଁ ରାଜି ହେବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି ।

ସେହିପରି ଦଳର ନୂଆ ହାଇକମାଣ୍ଡ ଚୟନ କରିବା ପାଇଁ କିଛି ଦଳୀୟ ନେତା ବାରମ୍ବାର ଦାବି କରିବା ସହ ଚାପ ପକାଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏପରି ସ୍ଥଳେ ଆଜିର କେନ୍ଦ୍ରୀୟ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଆସନ୍ତାବର୍ଷ ସେପ୍ଟେମ୍ବରରେ ଦଳର ନୂଆ ପୂର୍ଣ୍ଣକାଳୀନ ହାଇକମାଣ୍ଡ ଚୟନ ପ୍ରକ୍ରିୟା ଆରମ୍ଭ ହେବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.