ETV Bharat / bharat

ରାମ ମନ୍ଦିରକୁ ନେଇ କଂଗ୍ରେସ ଟାର୍ଗେଟରେ ବିଜେପି

author img

By ETV Bharat Odisha Team

Published : Dec 13, 2023, 9:27 PM IST

BJP over Ayodhya temple issue: ବହୁ ପ୍ରତୀକ୍ଷିତ ରାମ ମନ୍ଦିର ଉଦଘାଟନ ହେବାକୁ ଥିବା ବେଳେ ପୁଣି ତେଜିଛି ଏହି ମୁଦ୍ଦା । ସାଧାରଣ ଲୋକଙ୍କୁ ଉଦଘାଟନୀ ଉତ୍ସବରେ ସାମିଲ କରେଇବାକୁ କଂଗ୍ରେସର ଦାବି । ଅଧିକ ପଢନ୍ତୁ

ରାମ ମନ୍ଦିରକୁ ନେଇ କଂଗ୍ରେସ ଟାର୍ଗେଟରେ ବିଜେପି
ରାମ ମନ୍ଦିରକୁ ନେଇ କଂଗ୍ରେସ ଟାର୍ଗେଟରେ ବିଜେପି

ନୂଆଦିଲ୍ଲୀ: ଆସନ୍ତା 2024ରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥି ସହ ଆସନ୍ତା ଜାନୁଆରୀ ମାସରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ଉଦଘାଟନ ହେବାକୁ ଥିବା ବେଳେ କଂଗ୍ରେସ ଏନେଇ ବିଜେପିକୁ କରିଛି ଟାର୍ଗେଟ । କଂଗ୍ରେସର ପଞ୍ଜାବ ୟୁନିଟ ଆସନ୍ତା ଜାନୁଆରୀ 22 ତାରିଖରେ ଲୋକଙ୍କୁ ଟ୍ରେନ କିମ୍ବା ବସରେ ଅଯୋଧ୍ୟାକୁ ନେବେ । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ପଞ୍ଜାବ ଦାୟିତ୍ବରେ ଥିବା କଂଗ୍ରେସର ସମ୍ପାଦକ ଚେତନ ଚୌହାନ କହିଛନ୍ତି, ‘‘ଆମେ ଲୋକଙ୍କୁ ଆସନ୍ତା 22 ଜାନୁଆରୀରେ ଲୋକଙ୍କୁ ଅଯୋଧ୍ୟା ନେବାକୁ ଯୋଜନା କରିଛୁ । ଆମେ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତରେ ଏକତା ଅଛି ବୋଲି ଦେଶବାସୀଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛୁ । ବିଜେପି ଆମକୁ ନିମନ୍ତ୍ରଣ କରିନାହିଁ ତେଣୁ ଆମେ ନିଜ ବ୍ୟବସ୍ଥା ନିଜେ କରିଛୁ । ସେହିପରି ପଞ୍ଜାବ କଂଗ୍ରେସର ମୁଖ୍ୟ ଅମରିନ୍ଦର ସିଂ ରାଜା ୱାରିଙ୍ଗ କହିଛନ୍ତି ଯେ ପ୍ରଭୁ ଶ୍ରୀରାମ ଆମ ସମସ୍ତଙ୍କର । ସେ କେବଳ ବିଜେପି କିମ୍ବା ପ୍ରଧାନମନ୍ତ୍ରୀ ମୋଦିଙ୍କର ନୁହଁନ୍ତି । ପ୍ରଭୁ ଶ୍ରୀରାମଙ୍କ ନାମ ବହୁତ ଥର ଗୁରୁ ଗ୍ରନ୍ଥ ସାହିବରେ ଉଲ୍ଲେଖ ରହିଛି । ମନ୍ଦିରକୁ କିଏ ଉଦଘାଟନ କରୁଛି ସେଟା ଗୁରୁତ୍ବ ରଖେ ନାହିଁ । ବିଜେପି ଏହା ମଧ୍ୟ କହିପାରେ କି ପ୍ରତିଷ୍ଠା ଉତ୍ସବରେ କେବଳ ବିଜେପି କର୍ମୀ ଯିବେ, କଂଗ୍ରେସ କର୍ମୀ ନୁହଁ । ତେଣୁ ପ୍ରଧାନମନ୍ତ୍ରୀ ଯଦି ଅଯୋଧ୍ୟା ଯିବା ପାଇଁ ଟ୍ରେନରେ ବନ୍ଦୋବସ୍ତ କରିପାରିବେ ତାହେଲେ ଭଲ, ନଚେତ ଆମେ ବସ୍ ଯୋଗେ ସେଠାରେ ପହଁଚିବୁ ।

ଏହା ମଧ୍ୟ ପଢନ୍ତୁ ... ଲୋକସଭା ଭିତରେ ଅଭିଯୁକ୍ତକୁ ଛେଚିଲେ ସାଂସଦ, ସୋସିଆଲ ମିଡିଆରେ ଭାଇରାଲ୍

ଏଥି ସହିତ ଚୌହାନ କହିଛନ୍ତି ଯେ ଏଥିରେ କଂଗ୍ରେସର କୌଣସି ରାଜନୈତିକ ଅଭିଳାଷା ନାହିଁ । ପ୍ରଭୁ ରାମ ସମସ୍ତଙ୍କର ଏବଂ ତାଙ୍କ ମନ୍ଦିର ପ୍ରତିଷ୍ଠା ଦିବସରେ ଯୋଗ ଦେବା ପାଇଁ ସଭିଙ୍କ ଅଧିକାର ରହିଛି । ଯଦିବା ରାମ ମନ୍ଦିର, ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉଛି କିନ୍ତୁ ଉତ୍ସବକୁ ଆସୁଥିବା ଅତିଥିମାନଙ୍କ ତାଲିକାକୁ ପିଏମଓରୁ ମଞ୍ଜୁରୀ ମିଳିଛି । ତେଣୁ ବିଜେପି ଏହାକୁ ନେଇ ରାଜନୀତି କରିସାରିଥିବା ବେଳେ ଆଗକୁ ସାଧାରଣ ନିର୍ବାଚନରେ ଏହାକୁ ଆହୁରି ଆଗକୁ ବଢାଇବ ।

ଏହା ସହ ଚୌହାନ କହିଛନ୍ତି ଯେ କଂଗ୍ରେସର ଜାତିଗତ ଜନଗଣନାକୁ ପ୍ରଧାନ୍ୟ ଦେବା ବିଜେପିର ହିନ୍ଦୁତ୍ବ ରାଜନୀତିର କାଉଣ୍ଟର ନୁହେଁ । ଆମର ନେତା ରାହୁଲ ଗାନ୍ଧୀ ସବୁ ବେଳେ କହିଛନ୍ତି ଯେ ଜାତିଗତ ଜନଗଣନା ସାମାଜିକ ନ୍ୟାୟ ଏବଂ ଦେଶର ସମ୍ବଳରେ ସମାନ ଅଧିକାର ଆଣିବା ପାଇଁ ଜରୁରୀ ଅଟେ । ବିଜେପି ମନ୍ଦିରର ମୁଦ୍ଦାକୁ ନେଇ ମାଇଲେଜ ନେବାକୁ ଚେଷ୍ଟା କରୁଛି । କିନ୍ତୁ ଆମେ ସାମାଜିକ ଏବଂ ଆର୍ଥିକ ବିକାଶକୁ ଏଜେଣ୍ଡା ରୂପେ ଗ୍ରହଣକରି ଇଣ୍ଡିଆ ଗଠବନ୍ଧନ ବନାଇଛୁ । ଦେଶରେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ବିଜେପିର ବ୍ରିଟିଶଙ୍କ ଭଳି ଲୋକଙ୍କୁ ଭାଗ କରି ରାଜ କରିବା ନୀତିକୁ ବିରୋଧ କରୁଛୁ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.