ETV Bharat / bharat

Chhattisgarh polls: 2ୟ ପର୍ଯ୍ୟାୟରେ 53 ପ୍ରାର୍ଥୀ ଦେଲା କଂଗ୍ରେସ

author img

By ETV Bharat Odisha Team

Published : Oct 18, 2023, 10:11 PM IST

ଛତିଶଗଡରେ କଂଗ୍ରେସ ଜାରି କଲା 2ୟ ପର୍ଯ୍ୟାୟରେ 53 ପ୍ରାର୍ଥୀଙ୍କ ନାମ । ରବିବାର ପ୍ରଥମ ପର୍ଯ୍ୟାୟରେ ଆସିଥିଲା 30 ପ୍ରାର୍ଥୀଙ୍କ ନାମ । ଥିଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ନଭେମ୍ବର 7 ଓ 17 ରେ ଭୋଟିଂ । ଅଧିକ ପଢନ୍ତୁ

Chhattisgarh polls: 2ୟ ପର୍ଯ୍ୟାୟରେ 53 ପ୍ରାର୍ଥୀ ଦେଲା କଂଗ୍ରେସ
Chhattisgarh polls: 2ୟ ପର୍ଯ୍ୟାୟରେ 53 ପ୍ରାର୍ଥୀ ଦେଲା କଂଗ୍ରେସ

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଆଜି ଶାସନରେ ଥିବା କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟରେ 53 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆଜି ପାର୍ଥୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ ବୋରାଙ୍କ ପୁଅ ଅରୁଣ ବୋରଙ୍କୁ ଦଳ ଦୁର୍ଗ ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ଛାୟା ବର୍ମାଙ୍କୁ ଦଳ ଧର୍ଶିଓ୍ବା ବିଧାନସଭା କ୍ଷେତ୍ରରୁ ମୈଦାନକୁ ଓହ୍ଲାଇଛି । ମହନ୍ତରାମ ସୁନ୍ଦର ଦାସଙ୍କୁ ରାୟପୁର ଦକ୍ଷିଣ ଆସନରୁ ବିଜେପି ହେଭିଓ୍ବେଟ ବ୍ରିଜମୋହନ ଅଗ୍ରଓ୍ବାଲଙ୍କ ବିରୋଧରେ ନିର୍ବାଚନ ଲଢାଇବା ନେଇ ଦଳ ନିଷ୍ପତ୍ତି ନେଇଛି ।

  • छत्तीसगढ़ में होने वाले विधानसभा चुनाव, 2023 के लिए भारतीय राष्ट्रीय कांग्रेस द्वारा जारी उम्मीदवारों की सूची। pic.twitter.com/mhmgy8Wzzw

    — Congress (@INCIndia) October 18, 2023 " class="align-text-top noRightClick twitterSection" data=" ">

90 ଆସନ ବିଶିଷ୍ଟ କଂଗ୍ରେସ ଶାସିତ ଏହି ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17 ତାରିଖରେ ଭୋଟିଂ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ 20ଟି ଆସନ ପାଇଁ ଭୋଟଗ୍ରହଣ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ 70 ଆସନରେ ନଭେମ୍ବର 17ରେ ମତଗ୍ରହଣ ହେବ । ଶାସନରେ ଥିବା କଂଗ୍ରେସ ରବିବାର ପ୍ରଥମ ପର୍ଯ୍ୟାୟରେ 30 ପ୍ରାର୍ଥୀ ଘୋଷଣା କରିସାରିଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ପାଟନ ବିଧାନସଭା ଆସନରୁ ଟିକେଟ ଦେଇସାରିଛି ଦଳ । ସେହିପରି ଦଳର ଅନ୍ୟତମ ହେଭିଓ୍ବେଟ ତଥା ଉପମୁଖ୍ୟମନ୍ତ୍ରୀ ଟି.ଏନ ସିଂଦେଓଙ୍କୁ ଅମ୍ବିକାପୁର ଆସନରୁ ଦଳ ପ୍ରାର୍ଥୀ କରିଛି ।

2018 ନିର୍ବାଚନରେ କଂଗ୍ରେସ ଏଠାରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା । ମୋଟ 90 ଆସନରୁ 68 ଆସନରେ ବିଜୟୀ ହୋଇଥିଲା କଂଗ୍ରେସ । ଡାକ୍ତର ରମଣ ସିଂଙ୍କ ନେତୃତ୍ବାଧୀନ ବିଜେପି ସରକାରକୁ କ୍ଷମତାକୁ ବେଦଖଲ କରି ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେପିକୁ ମାତ୍ର 15ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ଚଳିତ ଥର ମଧ୍ୟ ଦଳ କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ରହିଛି । ଦଳର ମୁଖ୍ୟମନ୍ତ୍ରୀ ଚେହେରା ଭୁପେଶ ବଘେଲ ହଁ ରହିବେ ।

ଏହା ମଧ୍ୟ ପଢନ୍ତୁ:- କଂଗ୍ରେସ ହାଇକମାଣ୍ଡ ଭାବେ ଖଡଗେଙ୍କ ବର୍ଷେ ପୂର୍ତ୍ତି: କେତେ ସଫଳ, କ’ଣ ରହିଛି ଚ୍ୟାଲେଞ୍ଜ

ଚଳିତ ଥର ନିର୍ବାଚନ ହେବାକୁ ଥିବା 5 ରାଜ୍ୟ ମଧ୍ୟରେ 2ଟି ରାଜ୍ୟ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଶାସନରେ ରହିଛି । ସେହିପରି ମଧ୍ୟ ପ୍ରଦେଶରେ କ୍ଷମତାରେ ନଥିଲେ ମଧ୍ୟ ଦଳର ସାଙ୍ଗଠନିକ ସ୍ଥିତି ଶାସକ ବିଜେପିକୁ କଡା ମୁକାବିଲା କରିବା କରି ଦୃଶ୍ୟମାନ ହେଉଛି । ଦଳ ରାଜସ୍ଥାନ ଓ ଛତିଶଗଡରେ କ୍ଷମତା ବଜାୟ ରଖିବା ସହ ମଧ୍ୟ ପ୍ରଦେଶରେ ମଧ୍ୟ କ୍ଷମତାକୁ ଫେରିବା ନେଇ ଦଳୀୟ ନେତା ଦାବି କରୁଛନ୍ତି । ଅନ୍ୟ ସମସ୍ତ ରାଜ୍ୟରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । ମାତ୍ର କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17 ତାରିଖରେ ଭୋଟିଂ ହେବ । ସମସ୍ତ 5 ରାଜ୍ୟରେ ଡିସେମ୍ବର 3 ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହି 5 ରାଜ୍ୟର ଫଳାଫଳ ସେମିଫାଇନାଲ ବୋଲି ରାଜନୀତି ସମୀକ୍ଷକ କହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.