ETV Bharat / bharat

Karnataka Polls: କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି, ସରକାର ଗଢ଼ିଲେ ମାଗଣା ବିଜୁଳି ସହ ମିଳିବ ବେକାରୀ ଭତ୍ତା - ମାଗଣା ବିଜୁଳି ସହ ମିଳିବ ମହିଳା ଭତ୍ତା

ନିର୍ବାଚନୀ ଇସ୍ତାହାରେ କର୍ଣ୍ଣାଟକବାସୀଙ୍କ ପାଇଁ କଂଗ୍ରେସର ବଡ଼ ପ୍ରତିଶ୍ରୁତି । ଦଳ ସରକାର ଗଠନ କଲେ ପ୍ରତି ଘରକୁ ମିଳିବ ମାଗଣା ବିଜୁଳି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 2, 2023, 11:57 AM IST

ବେଙ୍ଗାଲୁରୁ: ପାଖଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଜନତାଙ୍କ ଭୋଟ ହାତେଇବାକୁ ଲୋଭନୀୟ ନିର୍ବାଚନୀ ଇସ୍ତାହର ଜାରି କରୁଛନ୍ତି ପ୍ରତିଦ୍ବନ୍ଦି ଦଳ। ସୋମବାର ବିଜେପି ମାନିଫିଷ୍ଟୋ ଜାରି କରିଥିବା ବେଳେ ଆଜି କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ ମାନିଫିଷ୍ଟୋ ଜାରି କରିଛି । ମାଗଣା ବିଦ୍ୟୁତ, ମହିଳା ଭତ୍ତା, ବେକାରୀ ଭତ୍ତା ଓ ସରକାରୀ ବସ୍‌ରେ ମହିଳାଙ୍କୁ ମାଗଣା ଯାତାୟତ ନେଇ ସର୍ବ ଜନଙ୍ଗତା ଶାନ୍ତିୟା ତୋଟା(Sarva Janangada Shanthiya Thota) ନାମକ ନିର୍ବାଚନୀ ଇସ୍ତାହାର ଜାରି କରିଛି କଂଗ୍ରେସ । ମାନିଫାଷ୍ଟୋ କାର୍ଯ୍ୟକ୍ରମରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସିଦ୍ଧରୈମୟା, ଦଳର ପ୍ରଦେଶ ଅଧ୍ୟକ୍ଷ ଡି.କେ ଶିବକୁମାର ଏବଂ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।

କଂଗ୍ରେସ ଘୋଷଣା କରିଛି ଯେ, ଯଦି ଦଳ ଚଳିତ ନିର୍ବାଚନରେ ବିଜୟୀ ହୁଏ ତେବେ ପ୍ରତି ଘରକୁ 200 ୟୁନିଟ ମାଗଣା ବିଦ୍ୟୁତ ସେବା, ପ୍ରତି ମାସରେ ପରିବାରର ମହିଳା ମୁଖ୍ୟକୁ 3 ହଜରା ଟଙ୍କା ଭତ୍ତା, ବେକାରୀ ସ୍ନାତକ ଛାତ୍ରଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ 3ହଜାର ଟଙ୍କା ଭତ୍ତା ଓ ବେକାରୀ ଡିପ୍ଲୋମା ଛାତ୍ରଙ୍କୁ ମାସିକ 15ଶହ ଟଙ୍କା ଭତ୍ତା ପ୍ରଦାନ କରାଯିବ । ଏଥିସହ ନିୟମିତ ଭାବେ KSRTC / BMTC ବସରେ ସମସ୍ତ ମହିଳାଙ୍କୁ ମାଗଣା ଯାତାୟତ ସେବା ଯୋଗାଇ ଦେବାକୁ ପାଇଁ ପ୍ରତିଶୃତି ଦେଇଛି କଂଗ୍ରେସ ।

ଇସ୍ତାହାରରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, "2006 ମସିହାରୁ ଯେଉଁ ମାନେ ସରକାରୀ ଚାକିରିରେ ଯୋଗ ଦେଇଥିବା ସେମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାଯିବ । ଏଥିସହ ରାଜ୍ୟରେ ଖାଲି ପଡିଥିବା ସମସ୍ତ ସରକାରୀ ବିଭାଗର ପଦବୀଗୁଡିକୁ ଆଗାମୀ ଏକ ବର୍ଷ ମଧ୍ୟରେ ପୂରଣ କରାଯିବ ।"

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ 91ଥର ଅପଶବ୍ଦ ଟିପ୍ପଣୀ: ରାହୁଲ କହିଲେ ବ୍ୟକ୍ତିଗତ ନୁହେଁ କର୍ଣ୍ଣାଟକବାସୀଙ୍କ କଥା କୁହ

ଘୋଷଣାପତ୍ରରେ ଆହୁରି ମଧ୍ୟ କୁହାଯାଇଛି ଯେ,"ଆମେ ଦେଶର ସମ୍ବିଧାନ ଓ ଆଇନକୁ ପବିତ୍ର ମାନୁଛୁ । ତେଣୁ ବଜରଙ୍ଗ ଦଳ, ପିଏଫଆଇ କିମ୍ବା ଅନ୍ୟ ସମୁଦାୟଙ୍କୁ ସମ୍ବିଧାନ ଏବଂ ଆଇନର ଉଲଂଘନ କରିବାକୁ ଦିଆଯିବ ନାହିଁ । ସେହିପରି ଦଳ ଅନୁସୂଚିତ ଜାତି ଓ ଜନଜାତୀଙ୍କ ସଂରକ୍ଷଣ ପ୍ରତିଶତକୁ ବୃଦ୍ଧି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ଦଳ । ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣକୁ 15 ପ୍ରତିଶତରୁ 17 ପ୍ରତିଶତ ଓ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ତିନି ପ୍ରତିଶତରୁ ସାତ ପ୍ରତିଶତକୁ ବୃଦ୍ଧି କରିବାକୁ କୁହାଯାଇଛି । ଲିଙ୍ଗାୟତ, ଭୋକାଲିଗାସ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟ ପାଇଁ ସଂରକ୍ଷଣକୁ 4 ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା ପତ୍ରରେ କହିଛି କଂଗ୍ରେସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.