ETV Bharat / bharat

Assembly Poll: ତିନି ରାଜ୍ୟରେ ପ୍ରାର୍ଥୀ ଦେଲା କଂଗ୍ରେସ, ପାଟନାରୁ ଲଢିବେ ଭୂପେଶ-ଚିଣ୍ଡୱାରାରୁ କମଲ ନାଥ

author img

By ETV Bharat Odisha Team

Published : Oct 15, 2023, 10:02 AM IST

Updated : Oct 15, 2023, 3:11 PM IST

ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାରେ ପ୍ରାର୍ଥୀ ଦେଲା କଂଗ୍ରେସ।

Congress releases First List Of Candidates

ହାଇଦ୍ରାବାଦ: ପାଖେଇ ଆସୁଛି 5 ରାଜ୍ୟରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପ୍ରତିଦ୍ବନ୍ଦି ଦଳ ପ୍ରାର୍ଥୀ ଘୋଷଣା କରୁଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମଧ୍ୟପ୍ରଦେଶର144 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ରାଜ୍ୟ ପିସିସି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଚିଣ୍ଡୱାରା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ସେହିପରି ଛତିଶଗଡ଼ର 30ଟି ବିଧାନସଭା ଆସନ ଓ ତେଲେଙ୍ଗାନାର 55ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପାଟନା ଆସନରୁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂଦେଓ ଅମ୍ବିକାପୁରରୁ ପ୍ରାର୍ଥୀ ହେବା ନେଇ ଦଳ ଘୋଷଣା କରିଛି । ତେଲେଙ୍ଗାନାର ପିସିସି ସଭାପତି ରେଭେନ୍ତ ରେଡ୍ଡୀ କୋଡେଙ୍ଗା ଆସନରୁ ପ୍ରତିଦ୍ବନ୍ଦିତା କରିବେ ।

  • Congress releases a list of 30 candidates for the upcoming election in Chhattisgarh

    CM Bhupesh Baghel to contest from Patan, Deputy CM TS Singh Deo from Ambikapur pic.twitter.com/GYwidZZZis

    — ANI (@ANI) October 15, 2023 " class="align-text-top noRightClick twitterSection" data=" ">
  • Congress releases a list of 55 candidates for the upcoming Telangana Assembly polls

    Telangana Congress president Revanth Reddy to contest from Kodangal pic.twitter.com/pEZCXboCxx

ଅକ୍ଟୋବର 9 ତାରିଖରେ ବିଜେପି 3 ରାଜ୍ୟ ପାଇଁ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଛତିଶଗଡ଼ ପାଇଁ ପୂର୍ବରୁ ଗୋଟିଏ ପର୍ଯ୍ୟାୟ ଓ ମଧ୍ୟ ପ୍ରଦେଶ ପାଇଁ ଦୁଇଟି ପର୍ଯ୍ୟାୟରେ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ପ୍ରଥମ ଥର ପାଇଁ ରାଜସ୍ଥାନରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପ୍ରଥମ ପର୍ଯ୍ୟାୟରେ ଦଳ ରାଜସ୍ଥାନ ପାଇଁ 41 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା । ସେହିପରି ଛତିଶଗଡ ପାଇଁ 64 ପ୍ରାର୍ଥୀ ଏବଂ ମଧ୍ୟ ପ୍ରଦେଶ ପାଇଁ 57 ଜଣ ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ପ୍ରକାଶ ପାଇଥିଲା । ଛତିଶଗଡ଼ ଏହା ଥିଲା ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା । ମଧ୍ୟ ପ୍ରଦେଶ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଗତ ସୋମବାର 57 ଜଣ ପ୍ରାର୍ଥୀଙ୍କ ନାମ ସହ 3ୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଥିଲା ଦଳ ।

ଏହା ମଧ୍ୟ ପଢନ୍ତୁ-Assembly Poll: ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ପ୍ରାର୍ଥୀ ଦେଲା ବିଜେପି

  • Congress releases a list of 144 candidates for the upcoming Madhya Pradesh Assembly polls

    State Congress President and former cm Kamal Nath to contest from Chhindwara pic.twitter.com/4e6Gx4d37D

ନିକଟରେ 5ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ନିର୍ବାଚନ ଆୟୋଗ । ନଭେମ୍ବର 7ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ । ଛତିଶଗଡ଼ 2ଟି ପର୍ଯ୍ୟାୟରେ ଓ ଅନ୍ୟ 4 ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନଭେମ୍ବର 7 ଓ 17ରେ ଭୋଟ ଗ୍ରହଣ ହେବ । 7 ତାରିଖରେ ମିଜୋରାମରେ, 17 ତାରିଖରେ ମଧ୍ୟ ପ୍ରଦେଶ ଗୋଟିଏ ପର୍ଯ୍ୟାୟରେ, 23 ରେ ରାଜସ୍ଥାନରେ ଓ 30ରେ ତେଲେଙ୍ଗାନାରେ ଭୋଟ ଗ୍ରହଣ ହେବ । ଡିସେମ୍ବର 3 ତାରିଖରେ ସମସ୍ତ 5 ରାଜ୍ୟରେ ଭୋଟ ଗଣତି ସହ ଜନାଦେଶ ପ୍ରକାଶ ପାଇବ । ନିର୍ବାଚନ ତାରିଖ ଘୋଷଣାର ଗୋଟିଏ ଦିନ ପରେ ରାଜସ୍ଥାନରେ ନଭେମ୍ବର 23 ନୁହଁ ବରଂ 25 ତାରିଖରେ ନିର୍ବାଚନ ହେବା ନେଇ ଘୋଷଣା କରାଯାଇଥିଲା ।

Last Updated : Oct 15, 2023, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.