ETV Bharat / bharat

Renaming Nehru Memorial Museum: ଶସ୍ତା ମାନସିକତା କହି କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ

author img

By

Published : Jun 16, 2023, 6:53 PM IST

ନେହେରୁ ମେମୋରିଆଲ ମ୍ୟୁଜିଅମର ନାମ ପରିବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ନେହେରୁ ମେମୋରିଆଲ ମ୍ୟୁଜିଅମର ନାମ ପରିବର୍ତ୍ତନ ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହାକୁ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିଅମ ନାମରେ ନୂତନ ନାମକରଣ କରାଯିବ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ସରକାରଙ୍କ ଏପରି ଘୋଷଣା ପରେ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଏହା ସରକାରଙ୍କ କେବଳ ଶସ୍ତା ମାନସିକତା ଓ ଉଦ୍ଦେଶ୍ୟମୂଳକ ମନୋଭାବକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

ସଂସ୍କୃତି ମନ୍ତ୍ରଣାଳୟ ଶୁକ୍ରବାର ମ୍ୟୁଜିଅମର ନାମ ପରିବର୍ତ୍ତନ ନେଇ ଘୋଷଣା କରିଥିଲା। ନେହେରୁ ମେମୋରିଆଲ ମ୍ୟୁଜିଅମର ନାମକୁ ପରିବର୍ତ୍ତନ କରାଯାଇ ଏହାକୁ ପ୍ରାଇମ ମିନିଷ୍ଟରସ ମ୍ୟୁଜିଅମ ଆଣ୍ଡ ଲାଇବ୍ରେରୀ ସୋସାଇଟି ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏ ନେଇ ମେମୋରିଆଲ ମ୍ୟୁଜିଅମ ଆଣ୍ଡ ଲାଇବ୍ରେରୀ ସୋସାଇଟି ପକ୍ଷରୁ ଏକ ବିଶେଷ ବୈଠକ କରାଯିବା ପରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛି ମନ୍ତ୍ରଣାଳୟ। ତେବେ ଏହି ସୋସାଇଟିର ଉପସଭାପତି ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।

ଏହା ବି ପଢନ୍ତୁ- Bengal Panchayat Poll: 'ଶପଥ ନେଉଛି, 2024ରେ ମୋଦିଙ୍କୁ ଦିଲ୍ଲୀ ଗାଦିରୁ ହଟେଇବି'

ଖଡ଼ଗେ ଏହି ପ୍ରସଙ୍ଗକୁ ନେଇ ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ନିଜର କୌଣସି ଇତିହାସ ସୃଷ୍ଟି କରିପାରନ୍ତି ନାହିଁ, ସେମାନେ ଅନ୍ୟମାନଙ୍କ ଇତିହାସକୁ ହଟାଇବା କାର୍ଯ୍ୟ କରିଥାନ୍ତି। ଏ ନେଇ ସେ କହିଛନ୍ତି, "ନେହେରୁ ମେମୋରିଆଲ ମ୍ୟୁଜିଅମର ନାମ ପରିବର୍ତ୍ତନ କଲେ ଏହା ନେହେରୁଙ୍କର ବ୍ୟକ୍ତିତ୍ବ ଉପରେ ତିଳେ ମାତ୍ର ପ୍ରଭାବ ପକାଇବ ନାହିଁ। ମୋଦି ସରକାରଙ୍କ ଏହି ସଂକୀର୍ଣ୍ଣ ମନୋଭାବ ଭାରତ ପାଇଁ ନେହେରୁଙ୍କ ବଳିଦାନକୁ ପ୍ରଭାବିତ କରିପାରିବ ନାହିଁ। ଏହା କେବଳ କେନ୍ଦ୍ର ସରକାରଙ୍କ ଶସ୍ତା ମାନସିକତା ଓ ଉଦ୍ଦେଶ୍ୟମୂଳକ ମନୋଭାବକୁ ଦର୍ଶାଉଛି। " ଟ୍ବିଟ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଖଡ଼ଗେ।

ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା ହେବା ପରେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, " NMML ପୁସ୍ତକ ଏବଂ ପାଠାଗାରର ଏକ ଭଣ୍ଡାର ଘର ଭାବେ ସାରାମ ବିଶ୍ବରେ ପରିଚିତ। ଆଉ କିଛି ଦିନ ପରେ ଏହା ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିଅମ ଭାବେ ଜଣାଯିବ। ତେବେ ଭାରତୀୟ କଳା ସ୍ଥାପତ୍ୟର ନାମକୁ ବିକୃତ ଏବଂ ନଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଉ କ'ଣ କରିବେ ? " ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କରି ଆତ୍ମଘୋଷିତ ବିଶ୍ବଗୁରୁ ଭଳି ଆଚରଣ କରୁଥିବା କହିଛନ୍ତି ଜୟରାମ।

ସୂଚନା ଥାଉ କି ଗତ 2016 ମସିହାରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲାଇବ୍ରେରୀ ଉତ୍ସର୍ଗୀକୃତ କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ। ନଭେମ୍ବର ମାସରେ NMMLର 162 ତମ ବୈଠକରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ ପରିଷଦ ଅନୁମୋଦିତ କରିଥିଲା। ଗତ ବର୍ଷ ଏପ୍ରିଲ 21ଠାରୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଜନତାଙ୍କ ଲାଗି ଖୋଲାଯାଇଥିଲା। ଏହି ପ୍ରକଳ୍ପର ଉଦଘାଟନ ସମାରୋହରେ ଆମନ୍ତ୍ରିତ ହୋଇଥିବା ନେହେରୁ-ଗାନ୍ଧୀ ପରିବାର ପକ୍ଷରୁ କେହି ଜଣେ ବି ଉପସ୍ଥିତ ନଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.