ETV Bharat / bharat

କଂଗ୍ରେସର ପୋଷ୍ଟ ଉପରେ ବିବାଦ, ତୁରନ୍ତ ହଟାଇବାକୁ ଦାବି କଲା ବିଜେପି

ଭାରତ ଯୋଡ଼ ଯାତ୍ରା ସମୟରେ କଂଗ୍ରେସର ଟ୍ବିଟକୁ ନେଇ ବିବାଦ । ଏହି ଟ୍ବିଟରେ ବିଜେପି ଓ ଆରଏସଏସକୁ ସିଧାସଳଖ ଟାର୍ଗେଟ କରିଛି କଂଗ୍ରେସ । ଯାହାକୁ ନେଇ ଏବେ ରାଜନୀତି ସରଗରମ । ଅଧିକ ପଢ଼ନ୍ତୁ

congress posts controversial photo of bjp and rss during bharat jodo yatra
କଂଗ୍ରେସର ପୋଷ୍ଟ ଉପରେ ବିବାଦ, ତୁରନ୍ତ ହଟାଇବାକୁ ଦାବି କଲା ବିଜେପି
author img

By

Published : Sep 14, 2022, 7:23 PM IST

ନୂଆଦିଲ୍ଲୀ: ଆରମ୍ଭରୁ କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ନେଇ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଛି ବିଜେପି । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶକୁ ଏକ ଲକ୍ଷ୍ୟରେ 'ଭାରତ ଯୋଡ଼' ଯାତ୍ରା ଆରମ୍ଭ କରିଛି କଂଗ୍ରେସ । ଗତ 7 ତାରିଖରୁ କନ୍ୟାକୁମାରୀଠାରୁ ଯାତ୍ରା ଆରମ୍ଭ କରିଛି । ଏହି ସମୟରେ କଂଗ୍ରେସର ଏକ ଟ୍ବିଟକୁ ନେଇ ବିବାଦ ଦେଖିବାକୁ ମିଳିଛି । ଟ୍ବିଟର ଆକାଉଣ୍ଟରେ ଏକ ହାଫ୍‌ ପ୍ୟାଣ୍ଟର ଫଟୋ ସେୟାର କରି ବିଜେପି ଓ ଆରଏସଏସକୁ ସିଧାସଳଖ ଟାର୍ଗେଟ କରିଛି କଂଗ୍ରେସ । ନିଆଁ ଲଗାଇବା କଂଗ୍ରେସର ଇକୋ ସିଷ୍ଟମ ବୋଲି ବିଜେପି କହିଛି ।

କଂଗ୍ରେସ ନିଜ ଟ୍ବିଟର ଆକାଉଣ୍ଟରେ ଆରଏସଏସର ଏକ ହାଫ୍‌ ପ୍ୟାଣ୍ଟର ଫଟୋ ସେୟାର କରିଛି । ଯେଉଁଥିରେ ପ୍ୟାଣ୍ଟରୁ ନିଆଁ ଜଳିବା ସହ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସେଥିରେ 'ଭାରତ ଯୋଡ଼' ହ୍ୟାସଟ୍ୟାଗ ଦେଇ ଲେଖାହୋଇଛି, " ବିଜେପି ଏବଂ ଆରଏସଏସ ଦେଶରେ ସୃଷ୍ଟି କରୁଥିବା ଘୃଣାରୁ ମୁକ୍ତି କରିବା ପାଇଁ ଆମେ ଏକାଠି ଲଢ଼େଇ କରୁଛୁ । ପର୍ଯ୍ୟାୟ କ୍ରମେ ଆମେ ଆମ ଲକ୍ଷ୍ୟରେ ପହଞ୍ଚିବୁ। " ଏଥିସହ 145 days more to go ଲେଖା ହୋଇଛି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି ।

  • Congress fire burnt Delhi in 1984.

    It’s ecosystem burnt alive 59 karsevaks in Godhra in 2002.

    They have again given their ecosystem a call for violence.

    With Rahul Gandhi ‘fighting against Indian State’, Congress ceases to be political party with faith in constitutional means. https://t.co/28qbFvKkbI

    — Tejasvi Surya (@Tejasvi_Surya) September 12, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ: ଭାରତ ଯୋଡ଼ ଯାତ୍ରାକୁ ସମ୍ବିତଙ୍କ ସମାଲୋଚନା, କହିଲେ ଭାରତ ତୋଡୋ ଯାତ୍ରା

ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା କହିଛନ୍ତି, " 1984ରେ କଂଗ୍ରେସ ଦିଲ୍ଲୀକୁ ଜଳାଇ ଦେଇଥିଲା । ସେହିଭଳି 2002ରେ ଗୋଧ୍ରାରେ 59 କରସେବକଙ୍କୁ ଜିଅନ୍ତା ନିଆଁ ଲଗାଇ ଦିଆଯାଇଥିଲା । ଏହା ସତ୍ତ୍ବେ ସେମାନେ ପୁଣି ହିଂସା ପାଇଁ ଆହ୍ବାନ ଦେଇଛନ୍ତି । ରାହୁଲ ଗାନ୍ଧୀ ଭାରତୀୟଙ୍କ ବିରୋଧରେ ଲଢୁଛନ୍ତି । କଂଗ୍ରେସ ଏବେ ସାମ୍ବିଧାନ ଉପରେ ବିଶ୍ବାସ ରଖୁଥିବା ରାଜନୈତିକ ଦଳ ମଧ୍ୟରେ ନାହିଁ। " ପୂର୍ବରୁ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ଦ୍ବାରା ଜାରି ହୋଇଥିବା ଏଭଳି ଫଟୋକୁ ଦୃଢ ନିନ୍ଦା କର କହିଛନ୍ତି, " ଏହା କଂଗ୍ରେସର ଭାରତ ଯୋଡ଼ ନୁହେଁ ବରଂ ଭାରତ ତୋଡୋ ଏବଂ ନିଆଁ ଲଗାଅ ଯାତ୍ରା । ଦଳ ପ୍ରଥମ ଥର ପାଇଁ ଏଭଳି କରିନାହିଁ । ମୁଁ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି, ଆପଣ କଣ ଦେଶରେ ହିଂସା କରିବାକୁ ଚାହୁଁଛନ୍ତି ?" ତୁତନ୍ତ କଂଗ୍ରେସକୁ ଏହି ଫଟୋ ହଟାଇବା ପାଇଁ ସେ କହିଛନ୍ତି । ଅପରପକ୍ଷେ କଂଗ୍ରେସ ନିଜ ମନ୍ତବ୍ୟକୁ ସଫେଇ ଦେଇ କହିଛି, ବିଜେପି ଏବଂ ଆରଏସଏସ କଂଗ୍ରେସକୁ ଆକ୍ରମଣକାରୀ କହିବା ଉଚିତ ନୁହେଁ । ଏହା ଆମର ଅଭ୍ୟାସ ନୁହେଁ ବୋଲି କଂଗ୍ରେସ କହିଛି ।

  • Delhi | It's not 'Bharat Jodo Yatra' but 'Bharat Todo' and 'Aag Lagao Yatra'. This is not the first time Congress Party has done so. I want to ask Rahul Gandhi do you want violence in this country? Congress should take down this picture immediately: BJP's Sambit Patra pic.twitter.com/5nnK8y2GyW

    — ANI (@ANI) September 12, 2022 " class="align-text-top noRightClick twitterSection" data=" ">

2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଆରମ୍ଭ କରିଥିବା 'ଭାରତ ଯୋଡ଼' ଯାତ୍ରା ଆଗାମୀ 150 ଦିନରେ 10 ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରି କାଶ୍ମୀରରେ ପହଞ୍ଚିବା ସହ ଶେଷ ହେବ । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ବିଫଳ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦାମ ବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ କଂଗ୍ରେସ ଏହି ଯାତ୍ରାରେ ପ୍ରୟାସ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.