ରାୟପୁର: ସତ୍ତା ଫେରିବାକୁ ସର୍ବପୁରାତନ ଦଳ କଂଗ୍ରେସ କସରତ କରୁଛି । 2024ରେ ସରକାର ଗଢିବାକୁ ଦଳର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । 2024 ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ ରାଜଧାନୀ ରାୟପୁରରେ ଆଜିଠୁ କଂଗ୍ରେସ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହେବ । ଆସନ୍ତା ଫେବୃଆରୀ 26 ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଚାଲିବ ଏହି ଅଧିବେଶନ । ଅଧିବେଶନରେ ଦଳର ବହୁ ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହେବେ । ଛତିଶଗଡ ଜାତୀୟ ସଙ୍ଗୀତ 'ଅରପା ପେରୀ କେ ଧାର'ରୁ ଆରମ୍ଭ ହେବ । ବିଶେଷ କରି ଅଧିବେଶନରେ 6ଟି ପ୍ରସ୍ତାବ ଉପରେ ଆଲୋଚନା ହେବ ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପତାକା ଉତ୍ତୋଳନ କରିବେ । ଏହା ପରେ ପୂର୍ବାହ୍ନ 10ଟାରେ କମିଟିର ବୈଠକ ଆରମ୍ଭ ହେବ । ଅପରାହ୍ନ 4ଟାରେ ସବଜେକ୍ଟ କିମିଟିର ବୈଠକ ଅନୁଷ୍ଠିତ ହେବ । 6ଟି ସକଳ୍ପ ଉପରେ ଗୁରୁତ୍ବ ଦିଆଯିବ । ଆସନ୍ତାକାଲି ଅର୍ଥାତ ଫେବୃଆରୀ 25 ତାରିଖରେ 6ଟି ବିଷୟ ଉପରେ ଆଲୋଚନା ହେବ । ରାଜନୀତି, ଅର୍ଥନୀତି ଓ ଅନ୍ତର୍ଜାତୀୟ ସମସ୍ୟା ଭଳି ପ୍ରସଙ୍ଗରେ ଦଳ ଆଲୋଚନା କରିବ । 26 ଫେବୃଆରୀରେ ପ୍ରସ୍ତାବ ପାରିତ ହେବ । ଏହା ପରେ ଜୋରା ଗ୍ରାଉଣ୍ଡରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ।
26 ଫେବୃଆରୀରେ କୃଷି, ଚାଷୀଙ୍କ କଲ୍ୟାଣ, ଯୁବଗୋଷ୍ଠୀ, ରାେଜଗାର, ସାମାଜିକ ନ୍ୟାୟ, ସଶକ୍ତିକରଣ ଏବଂ ଶିକ୍ଷା ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ । ଉକ୍ତ ଦିନ ଦିବସର ଅନ୍ତିମ ଦିନ । ଅଧିବେଶନର ହଜାରରୁ ଅଧିକ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇଛି । ଏହି ମହାଅଧିବେଶନରେ ରାଜ୍ୟର ବିଭିନ୍ନ ଷ୍ଟଲ ମଧ୍ୟ ଲାଗିବ । ଛତିଶଗଡରେ ପ୍ରଥମ ଥର ପାଇଁ କଂଗ୍ରେସର ଏହି ଅଧିବେଶନ ହେବାକୁ ଯାଉଛି । ଛତିଶଗଡ ମାଣ୍ଡିଆ, ଯଅ’ରୁ ଉତ୍ପାଦନ ଖାଦ୍ୟ ପରସା ହେବ ।
ନେତାଙ୍କ ସୁରକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମଗ୍ର ଅଧିବେଶନରେ ପାଖାପାଖି 2000 ପୋଲିସକର୍ମୀ ନିଯୁକ୍ତ ହୋଇଛନ୍ତି । ପ୍ରଥମେ 1500 ପୋଲିସକର୍ମୀ ନିୟୋଜିତ କରିବାକୁ ବ୍ୟବସ୍ଥା ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇଥିଲା । କୃଷି ଓ କୃଷକଙ୍କ କଲ୍ୟାଣ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ଦିଗରେ ଦଳ ସଂକଳ୍ପ ନେବ । ରୋଜଗାର, ଶିକ୍ଷା ଓ ଯୁବଗୋଷ୍ଠୀଙ୍କୁ ନେଇ ଫେବୃଆରୀ 26 ତାରିଖରେ ଏକ ବିତର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶେଷ ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଧିବେଶନକୁ ସମ୍ବୋଧନ କରିବା ସହ ଏକ ଜନସଭା କରିବେ ।
ପ୍ରକାଶ ଥାଉ କି, ନିକଟରେ ନାଗାଲାଣ୍ଡରେ ଏକ ରାଲିରେ ଯୋଗ ଦେଇ 2024ରେ କଂଗ୍ରେସ ସରକାର ଗଠନ କରିବ ବୋଲି କହିଥିଲେ । କଂଗ୍ରେସ ନେତୃତ୍ବରେ କେନ୍ଦ୍ରରେ ସରକାର ଗଠନ ହେବ । 100 ଶାହ-ମୋଦି ଆସିଲେ ବି କଂଗ୍ରେସକୁ ହଟାଇପାରିବେ ନାହିଁ 2024ରେ ଜନତା ହିଁ ତାଙ୍କୁ ଶିକ୍ଷା ଦେବ ବୋଲି କହିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।