ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଫ୍ରାନ୍ସ ସର୍ବୋଚ୍ଚ ନାଗରିକ ସମ୍ମାନ । ତାଙ୍କ ଲେଖା ଓ ବକ୍ତୃତା ପାଇଁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ଦି ଚେଭାଲିଅର ଡି ଲା ଲେଗିଅନ ଡି ସମ୍ମାନରେ ସମ୍ମାନିତ କରାଯାଇଛି (Frances highest civilian honour to Shashi Tharoor ) । ବିଭିନ୍ନ ପ୍ରସଙ୍ଗରେ ତାଙ୍କ କଲମ ଚାଳନା ସହ ବକ୍ତୃତା ପାଇଁ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି ଶଶୀ ଥରୁର । ତାଙ୍କୁ ସମ୍ମାନ ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନେକ ସାଂସଦ ଓ ସାଥୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
-
Thanks. As one who cherishes our relations with France, loves the language and admires the culture, I am honoured to be recognized in this way. My gratitude & appreciation to those who have seen fit to award me this distinction. @FranceinIndia https://t.co/dyy6L1sQEO
— Shashi Tharoor (@ShashiTharoor) August 11, 2022 " class="align-text-top noRightClick twitterSection" data="
">Thanks. As one who cherishes our relations with France, loves the language and admires the culture, I am honoured to be recognized in this way. My gratitude & appreciation to those who have seen fit to award me this distinction. @FranceinIndia https://t.co/dyy6L1sQEO
— Shashi Tharoor (@ShashiTharoor) August 11, 2022Thanks. As one who cherishes our relations with France, loves the language and admires the culture, I am honoured to be recognized in this way. My gratitude & appreciation to those who have seen fit to award me this distinction. @FranceinIndia https://t.co/dyy6L1sQEO
— Shashi Tharoor (@ShashiTharoor) August 11, 2022
1802ରେ ନୋପୋଲିଅନ ବୋନାପାର୍ଟଙ୍କ ଦ୍ବାରା ଫ୍ରାନ୍ସର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ ପରମ୍ପରା ରହିଆସିଛି । ଏହି ସମ୍ମାନ ମିଳିବା ପରେ ଟ୍ବିଟ କରି ପ୍ରତିକ୍ରିୟାରେ ଶଶୀ ଥରୁର କହିଛନ୍ତି,''ଏହା ମୋ ପାଇଁ ଗୌରବର ବିଷୟ। ଏହି ସମ୍ମାନ ଫ୍ରାନ୍ସ ଓ ଭାରତ ମଧ୍ୟରେ ସମ୍ପର୍କ ସୃଦୁଢ କରିବ । ଫ୍ରାନ୍ସ ଭାଷା ଓ ସାହିତ୍ୟକୁ ସେ ଖୁବ ଭଲ ପାଆନ୍ତି ଏବଂ ସେଠାକାର ସଂସ୍କୃତିକୁ ପସନ୍ଦ କରନ୍ତି । ଏ ସମ୍ମାନ ପାଇଁ ମୋତେ ମନୋନୀତ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞ। ''
2010ରେ ଶଶୀ ଥରୁରଙ୍କୁ ସ୍ପେନ ସରକାରଙ୍କ ଦ୍ବାରା ଏହି ପରି ସମାନ ସମ୍ମାନ ପ୍ରଦାନ କରାଯାଇଥିଲା । ଥିରୁଅନନ୍ତପୁରମ୍ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିବା ଶଶୀ ଥରୁର ଦୁଇଥର ଲୋକସଭା ସାଂସଦ ତଥା ବୈଦେଶିକ ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଭାପତି ରହିଛନ୍ତି । ସେ ଏହା ପୂର୍ବରୁ ୟୁପିଏ ସରକାରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ତଥା ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଏହା ସହ ଜାତିସଂଘରେ ମଧ୍ୟ 23 ବର୍ଷ କାର୍ଯ୍ୟ କରିଛନ୍ତି । ଶଶୀ ଥରୁର ଗଳ୍ପ ଓ ଅଣ କାଳ୍ପନିକ ପୁସ୍ତକର ଜଣେ ପ୍ରସିଦ୍ଧ ଲେଖକ ।