ETV Bharat / bharat

କଂଗ୍ରେସ ସାଂସଦଙ୍କ ଚରମପନ୍ଥୀ ବୟାନ,‘ବିନା ବିଚାରରେ ନେତାନ୍ୟାହୁଙ୍କୁ ଗୁଳି କରି ଦେବା କଥା’

author img

By ETV Bharat Odisha Team

Published : Nov 18, 2023, 3:51 PM IST

କେରଳ କଂଗ୍ରେସ ସାଂସଦଙ୍କ ଚରମପନ୍ଥୀ ବୟାନ । କହିଲେ ଇସ୍ରାଏଲ ଯୁଦ୍ଧ ଅପରାଧୀ । ବିନା କୌଣସି ବିଚାରରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଗୁଳି କରି ଦେବା କଥା । ଅଧିକ ପଢନ୍ତୁ

କଂଗ୍ରେସ ସାଂସଦଙ୍କ ବିସ୍ପୋରକ ବୟାନ, ବିନା ବିଚାରରେ ନେତାନ୍ୟାହୁଙ୍କୁ ଗୁଳି କରି ଦେବା କଥା

ଥିରୁଅନନ୍ତପୁରମ: ଇସ୍ରାଏଲ-ହମାସ ସଂଘର୍ଷ ଓ ଗାଜାରେ ଜାରି ରହିଥିବା ଇସ୍ରାଏଲ ଫୋର୍ସର ସାମରିକ ଅପରେସନ ସମ୍ପର୍କରେ ଚରମପନ୍ଥୀ ବୟାନ ଦେଇଛନ୍ତି କଂଗ୍ରେସର ଜଣେ ସାଂସଦ । ଇସ୍ରାଏଲ ଚଳାଇଥିବା ଅପରେସନକୁ ଯୁଦ୍ଧ ଅପରାଧ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ବିନା କୌଣସି ବିଚାରରେ ଗୁଳି କରିଦେବା ଉଚିତ ବୋଲି କହିଛନ୍ତି କେରଳର କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ ।

କାସରଗୋଡରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ବେଳେ ସେ ପାଲେଷ୍ଟାଇନକୁ ସମର୍ଥନ କରିବା ସହ ସେମାନଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଇଥିଲେ । ଇସ୍ରାଏଲର ଗାଜାରେ ଜାରି ରଖିଥିବା ସାମରିକ ଅପରେସନକୁ ଯୁଦ୍ଧ ଅପରାଧ ବୋଲି ମଧ୍ୟ ସେ ବର୍ଣ୍ଣନା କରିଥିଲେ । ଏହି ବର୍ବର ଯୁଦ୍ଧ ଅପରାଧ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦାୟୀ ଓ ତାଙ୍କୁ ବିନା କୌଣସି ଶୁଣାଣିରେ ସିଧା ଗୁଳି କରି ହତ୍ୟା କରାଯିବା ଉଚିତ୍‌ ବୋଲି ସେ ମତ ରଖିଥିଲେ ।

କଂଗ୍ରେସର ଏହି ସାଂସଦ ଆହୁରି ମଧ୍ୟ କହିଛନ୍ତି, ‘‘ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜେନେଭା ସମ୍ମିଳନୀରେ ହୋଇଥିବା ଚୁକ୍ତି ଅନୁଯାୟୀ ଇସ୍ରାଏଲ ଯୁଦ୍ଧ ଅପରାଧୀ । ସେତେବେଳେ ଦୋଷୀ ସାବ୍ୟସ୍ତ ହୋଇଥିବା ନାଜି ସେନା ପାଇଁ ନ୍ୟୁରେନବର୍ଗ ମଡେଲରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ନ୍ୟୁରେନବର୍ଗ ମଡେଲରେ ଯୁଦ୍ଧ ଅପରାଧରେ ଅଭିଯୁକ୍ତମାନଙ୍କୁ ବିନା ବିଚାରରେ ଗୁଳି କରି ମୃତ୍ୟୁଦଣ୍ଡ ପ୍ରଦାନ କରାଯାଉଥିଲା । ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧ ଅପରାଧୀ ଭାବରେ ବିଶ୍ୱ ସମ୍ମୁଖରେ ଠିଆ ହୋଇଛନ୍ତି । ନେତାନ୍ୟାହୁଙ୍କୁ ଗୁଳି କରି ହତ୍ୟା କରିବାର ସମୟ ଆସିଛି । ’’

ଏହା ମଧ୍ୟ ପଢନ୍ତୁ:- ‘ଆମେ ହମାସକୁ ଶେଷ କରିବୁ, ଆମ ବନ୍ଦୀଙ୍କୁ ଉଦ୍ଧାର କରିବୁ ’

ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ ଏହି ସଂଘର୍ଷ ସମ୍ପର୍କରେ ଦଳୀୟ ଆଭିମୁଖ୍ୟ ସହ ଏକ ରିଲିଜ ଜାରି କରିଥିଲେ । ସେଥିରେ କଂଗ୍ରେସର ଇସ୍ରାଏଲର ଆଭିମୁଖ୍ୟକୁ ନିନ୍ଦା କରିବା ସହ ତୁରନ୍ତ ଯୁଦ୍ଧ ବନ୍ଦ ସପକ୍ଷରେ କହିଥିଲା । ପୂର୍ବରୁ କେରଳରେ ପାଲେଷ୍ଟାଇନ ସମର୍ଥକଙ୍କ ଦ୍ବାରା ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଥିଲା । କଂଗ୍ରେସ ସାଂସଦ ଶଶିଥରୁର ମଧ୍ୟ ଏଥିରେ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଏହା ପରେ କେରଳରେ ଏକ ଖ୍ରୀଷ୍ଟିଆନଙ୍କ କନଭେନସନ ହଲରେ ହୋଇଥିବା ବିସ୍ଫୋରଣକୁ ଆତଙ୍କୀ ଷଡଯନ୍ତ୍ର ଭାବେ ବିଚାର କରାଯାଇ ତଦନ୍ତ କରାଯାଇଥିଲା । ଏବେ କଂଗ୍ରେସ ସାଂସଦଙ୍କ ଚରମ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.