ETV Bharat / bharat

'One nation, one election': ଏକକ ନିର୍ବାଚନ ବିଚାର ଦେଶ ଓ ସବୁ ରାଜ୍ୟ ଉପରେ ଆକ୍ରମଣ କହିଲେ ରାହୁଲ - ରାହୁଲ ଗାନ୍ଧୀ

ଏକକ ନିର୍ବାଚନ ବିଚାରକୁ ଦେଶ ଉପରେ ଆକ୍ରମଣ କହିଲେ ରାହୁଲ । ଗତକାଲି ଅନୁଧ୍ୟାନ କମିଟିରେ ସାମିଲ ହେବାକୁ ମନା କରିଥିଲେ ଅଧୀର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ

ଦେଶ ଓ ସମସ୍ତ ରାଜ୍ୟ ଉପରେ ଆକ୍ରମଣ କହିଲେ ରାହୁଲ

author img

By ETV Bharat Odisha Team

Published : Sep 3, 2023, 4:05 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଏକକ ନିର୍ବାଚନ ବିଚାର ବିମର୍ଶ ପ୍ରକ୍ରିୟା ଏବେ ସମସ୍ତ ବିରୋଧୀ ରାଜନୈତିକ ଦଳଙ୍କ ମଧ୍ୟରେ ଛନକା ପୁରାଇଛି । କାରଣ 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ BJP ବିରୋଧରେ ମିଳିତ ଲଢେଇ ପାଇଁ ଏକାଠି ହେଉଥିବା ବେଳେ ଏକକ ନିର୍ବାଚନ ପ୍ରକ୍ରିୟା ପାଇଁ ଅନୁଧ୍ୟାନ ଆରମ୍ଭ କରିଛି କେନ୍ଦ୍ର ସରକାର । ଏହି ନୀତି ଦେଶ ଓ ସମସ୍ତ ରାଜ୍ୟ ଉପରେ ଆକ୍ରମଣ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ ଆଜି ଏକ୍ସରେ ଟ୍ବିଟ୍‌ କରି କହିଛନ୍ତି, "ଇଣ୍ଡିଆ ହେଉଛି ଭାରତ । ଏହା ରାଜ୍ୟଗୁଡିକର ଏକ ସମଷ୍ଟି । ‘ଗୋଟିଏ ଦେଶ- ଗୋଟିଏ ନିର୍ବାଚନ’ ନୀତି ଦେଶ ଓ ରାଜ୍ୟଗୁଡିକ ଉପରେ ଆକ୍ରମଣ ।"

  • INDIA, that is Bharat, is a Union of States.

    The idea of ‘one nation, one election’ is an attack on the 🇮🇳 Union and all its States.

    — Rahul Gandhi (@RahulGandhi) September 3, 2023 " class="align-text-top noRightClick twitterSection" data=" ">

କେନ୍ଦ୍ର ସରକାର ଏହି ଗମ୍ଭୀର ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ 8 ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପରେ ରାହୁଲଙ୍କର ଏହି ମନ୍ତବ୍ୟ ସାମ୍ନାକୁ ଆସିଛି । ଏହି କମିଟିରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ସ୍ଥାନ ମିଳିଥିଲା । ମାତ୍ର ସେ ଏହି କମିଟିରେ ସାମିଲ ହେବେ ନାହିଁ ମନା କରିସାରିଛନ୍ତି । ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ଯ ଏହି କମିଟିରେ ସଦସ୍ୟ ଭାବେ ଚୟନ କରାନଯିବାକୁ ନେଇ ମଧ୍ୟ ଅଧୀର ଦୁର୍ଭାଗ୍ୟଜନକ କହିଥିଲେ । ଅଧୀରଙ୍କ ମନା କରିବା ପରେ କଂଗ୍ରେସର ଆଭିମୁଖ୍ୟ ଏହି ବିଚାରର ବିରୋଧୀ ରହିବା ନେଇ ପୂର୍ବ ସଙ୍କେତ ମିଳିଥିଲା । ଆଜି ରାହୁଲ ଏହାକୁ ସିଧା ଟାର୍ଗେଟ କରି ଦେଶ ଉପରେ ଆକ୍ରମଣ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-One nation, One Election: 8ଜଣିଆ କମିଟିରେ ଶାହ, ଆଜାଦ ଓ ଅଧୀର

ସରକାର ଏହି ପ୍ରସଙ୍ଗରେ କେତେ ଗମ୍ଭୀର ତାହା କାର୍ଯ୍ୟ ପ୍ରଣାଳୀରୁ ଜଣାପଡ଼ୁଛି । ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଏହି ପ୍ରସ୍ତାବର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯିବା ନେଇ ସରକାର ଘୋଷଣା କରିଥିଲେ । ହେଲେ କମିଟିର ରୂପରେଖ, ସଦସ୍ୟଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନଥିଲା । ଗତକାଲି ଆଇନ ମନ୍ତ୍ରଣାଳୟ ଏକ 8ଜଣିଆ ଉଚ୍ଚସ୍ତରୀୟ କମିଟି ଘୋଷଣା କରିଥିଲା ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷତା କରିବାକୁ ଥିବା ବେଳେ କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ, ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂ, ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ, ପୂର୍ବତନ ଲୋକସଭା ସଚିବ ସୁଭାଷ ସି.କଶ୍ୟପ ଓ ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଆୟୁକ୍ତ ସଞ୍ଜୟ କୋଠାରୀଙ୍କୁ ସଦସ୍ୟ ଭାବେ କମିଟିରେ ସ୍ଥାନ ମିଳିଥିଲା । ହେଲେ ନାମ ପ୍ରକାଶ ପାଇବାର କିଛି ଘଣ୍ଟା ମଧ୍ୟରେ ଅଧୀର ରଞ୍ଜନ ଏହି କିମିଟିରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏବେ କଂଗ୍ରେସ ସିଧା ଏହି ବିଚାରକୁ ବିରୋଧ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.