ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର ଅଷ୍ଟମ ଦିନ (Parliament Winter Session day 8) । ସଂସଦ ଆରମ୍ଭରୁ ସାଂସଦଙ୍କ ସ୍ଥଗିତାଦେଶ ପ୍ରସ୍ତାବ ନୋଟିସ ଜାରି ହୋଇଛି । ଲୋକସଭାରେ ନାଗାଲାଣ୍ଡ ଘଟଣା ଆଲୋଚନା ନେଇ ବିରୋଧୀ ସାଂସଦ ଗୃହରେ ସ୍ଥଗିତାଦେଶ ପ୍ରସ୍ତାବ ନୋଟିସ ଜାରି (Adjournment motion notice) କରିଛନ୍ତି ।
କଂଗ୍ରେସ ସାଂସଦ ମନୀଷ ତିୱାରୀ ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାର ଆଲୋଚନାକୁ ନେଇ ଲୋକସଭାରେ ସ୍ଥଗିତାଦେଶ ପ୍ରସ୍ତାବ ନୋଟିସ ଜାରି କରିଛନ୍ତି । ଏହାସହ ଅନ୍ୟ ଜଣେ କଂଗ୍ରେସ ସାଂସଦ ମନିକମ ଟାଗୋର ନାଗାଲାଣ୍ଡ ଗୁଳି ବିନିମୟ (Nagaland Civilian killings)ସମ୍ପର୍କରେ ଆଲୋଚନା କରିବା ପାଇଁ ଲୋକସଭାରେ ସ୍ଥଗିତାଦେଶ ପ୍ରସ୍ତାବ ଦେଇଛନ୍ତି । ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ (AIMIM MP Asaduddin Owaisi) ମଧ୍ୟ ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାର ଆଲୋଚନାକୁ ନେଇ ଲୋକସଭାରେ ସ୍ଥଗିତାଦେଶ ପ୍ରସ୍ତାବ ନୋଟିସ ଜାରି କରିଛନ୍ତି ।
ନାଗାଲାଣ୍ଡ ଘଟଣାରେ ଆଲୋଚନା ପାଇଁ ରାଜ୍ୟସଭା ସାଂସଦ ଶୁଖେନ୍ଦୁ ଶେଖର ରଏ ୧୬୮ ନିୟମ ଅଧୀନରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯାହା ଜନସାଧାରଣଙ୍କ ପାଇଁ ଏକ ହିତକର ବିଷୟ । ଏହାବାଦ ରାଜ୍ୟସଭା ସାଂସଦ ମନୋଜ ଝା ନାଗାଲାଣ୍ଡରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ସହ ଜଡିତ ବିଷୟ ଉପରେ ଆଲୋଚନା ପାଇଁ ବ୍ୟବସାୟ ନୋଟିସ ସ୍ଥଗିତ ରଖିଛନ୍ତି ।
ପ୍ରକାଶ ଥାଉ କି, ଗତ ଶନିବାର ସନ୍ଧ୍ୟାରେ ନାଗାଲାଣ୍ଡ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ବିରୋଧୀ ଅପରେସନରେ ଭୁଲ୍ ତଥ୍ୟ ମିଳିଥିଲା । ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇ ସୁରକ୍ଷାବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଏହି ସମୟରେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ଟ୍ରକ୍ରେ ଘରକୁ ଫେରୁଥିଲେ । ଭୁଲରେ ଗ୍ରାମବାସୀଙ୍କୁ ଆତଙ୍କୀ ଭାବି ସେମାନଙ୍କ ଉପରେ ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ (Nagaland Security force firing) । ଏଥିରେ 14 ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି ।
@ANI