ETV Bharat / bharat

ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ଗଲେ କାର୍ତ୍ତି ଚିଦାମ୍ବରମ - ଦିଲ୍ଲୀ ହାଇକୋର୍ଟ ଗଲେ କାର୍ତ୍ତି ଚିଦାମ୍ବରମ

ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ ସାଂସଦ କାର୍ତ୍ତି ଚିଦାମ୍ବରମ । ଅଧିକ ପଢନ୍ତୁ

ଆଗୁଆ ଜାମିନ ପାଇଁ ଦଲ୍ଲୀ ହାଇକୋର୍ଟ ଗଲେ କାର୍ତ୍ତି ଚିଦାମ୍ବରମ

author img

By

Published : Jun 5, 2022, 7:18 AM IST

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରରେ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ ସାସଂଦ କାର୍ତ୍ତି ଚିଦାମ୍ବରମ ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ତଳ କୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ପରେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । କାର୍ତ୍ତିଙ୍କ ଆବେଦନର ଶୁଣାଣିି ସୋମବାର ହେବା ନେଇ ସ୍ଥିର କରାଯାଇଛି ।

ଶୁକ୍ରବାର କାର୍ତ୍ତିଙ୍କ ଦ୍ବାରା କରାଯାଇଥିବା ମାମଲାର ଶୁଣାଣି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହୋଇଥିବା ବେଳେ ସିବିଆଇ ବିଚାରପତି ଏହି ଆବେଦନକୁ ଖାରଜ କରିଥିଲେ । ମାମଲାର ଗମ୍ଭୀରତା ଦର୍ଶାଇ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ । ତଳ କୋର୍ଟରେ ଆବେଦନ ଖାରଜ ହେବା ପରେ କୌଣସି ପରିସ୍ଥିତିରେ ଗିରଫ ହେବା ଆଶଙ୍କା ଥିବା କାର୍ତ୍ତି ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସୋମବାର ଶୁଣାଣି ପରେ କୋର୍ଟ ଏନେଇ ରାୟ ପ୍ରକାଶ କରିବେ । କାର୍ତ୍ତି ଓ ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ମଧ୍ୟ ତଦନ୍ତ ପରିସରରେ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.