ETV Bharat / bharat

Caste census: ଆସାମରେ ଜାତିଭିତ୍ତିକ ଜନଗଣନା ଲାଗି କଂଗ୍ରେସ ସାଂସଦ ଗୋଗେଇଙ୍କ ଦାବି - କଂଗ୍ରେସ ସାଂସଦ ଗୌରବ ଗୋଗେଇ

ଆସାମରେ ଜାତିଭିତ୍ତିକ ଜନଗଣନା ଲାଗି ଦାବି କଲେ କଂଗ୍ରେସ ସାଂସଦ ଗୋଗେଇ । ଅଧିକ ପଢନ୍ତୁ

Caste census
Caste census
author img

By ETV Bharat Odisha Team

Published : Oct 8, 2023, 5:42 PM IST

ଦିସପୁର: ବିହାର ସରକାର ଜାତିଭିତ୍ତିକ ଜନଗଣନା ଆରମ୍ଭ କରିବା ପରେ ଏବେ ଅଧିକାଂଶ ରାଜ୍ୟରେ ଏନେଇ ଦାବି ଉଠିଛି । ଆସାମରେ ତୁରନ୍ତ ଜାତିଭିତ୍ତିକ ଜନଗଣନା ଲାଗି ଦାବି କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗେଇ । ରାଜ୍ୟରେ ଥିବା ପଛୁଆ ବର୍ଗଙ୍କୁ ସେମାନଙ୍କର ଅଧିକାର ଓ ନ୍ୟାୟ ଦେବା ଲାଗି ରାଜ୍ୟ ସରକାର ଜାତିଭିତ୍ତିକ ଜନଗଣନା ଆରମ୍ଭ କରନ୍ତୁ ବୋଲି ଗୋଗେଇ ଆଜି ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି ।

  • Yesterday I was at a function organised by a prominent Tai Ahom youth organisation. I demanded a caste census in Assam on the lines of the Bihar and Rajasthan model. We need to ensure that the SC, ST, OBC and minorities communities receive dignity and justice. https://t.co/8xOq8YzMXG

    — Gaurav Gogoi (@GauravGogoiAsm) October 8, 2023 " class="align-text-top noRightClick twitterSection" data=" ">

ଏନେଇ ଗୋଗେଇ X ସାଇଟ୍‌ରେ ପୋଷ୍ଟ କରି କହିଛନ୍ତି, "ତାଇ ଆହୋମ ୟୁବଗୋଷ୍ଠୀଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗତକାଲି ମୁଁ ଯୋଗ ଦେଇଥିଲି । ବିହାର ଓ ରାଜସ୍ଥାନ ମଡେଲ ଭଳି ଆସାମରେ ମଧ୍ୟ ଜାତିଭିତ୍ତିକ ଜନଗଣନା ଲାଗି ମୁଁ ଦାବି କରିଥିଲି । ଆମେ ଏହା ନିଶ୍ଚିତ କରିବା ଉଚିତ ଯେ ଯେପରି ରାଜ୍ୟରେ ଥିବା ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କୁ ସେମାନଙ୍କର ଅଧିକାର ଓ ନ୍ୟାୟ ମିଳିବା ଉଚିତ ।" ଏହାସହିତ ଗୋଗେଇ ଆସାମ କଂଗ୍ରେସର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଜାତିଭିତ୍ତିକ ଜନଗଣନା ହେବା ଲାଗି ଦାବି କରୁଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ବିଜେପି ଶାସିତ ରାଜ୍ୟରେ କାହିଁକି ହେଉନାହିଁ ଜାତିଭିତ୍ତିକ ଜନଗଣନା, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ସୂଚନା ଥାଉ କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗତ ଶୁକ୍ରବାର ରାଜ୍ୟରେ ଯଥାଶୀଘ୍ର ଜାତିଭିତ୍ତିକ ଜନଗଣନା ଆରମ୍ଭ କରିବା ଲାଗି ଘୋଷଣା କରିଥିଲେ । ରାଜ୍ୟସ୍ତରୀୟ ଦଳୀୟ ବୈଠକ ପରେ ଶୁକ୍ରବାର ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ଗେହଲଟ । ଏହି ସର୍ଭେରେ ଲୋକେ ମଧ୍ୟ ଅଂଶଗ୍ରହଣ କରିବା ଲାଗି ସେ ଆହ୍ବାନ ଦେଇଥିଲେ ।

ଏହା ବି ପଢନ୍ତୁ- ଛତିଶଗଡ଼ରେ କଂଗ୍ରେସ ଆସିଲେ ରାଜ୍ୟରେ ହେବ ଜାତିଭିତ୍ତିକ ଜନଗଣନା: ପ୍ରିୟଙ୍କା

ଅନ୍ୟପଟେ ଅକ୍ଟୋବର 2 ତାରିଖରେ ବିହାର ସରକାର ସର୍ଭେ ରିପୋର୍ଟ ପ୍ରକାଶ କରିଥିଲେ । ଏହି ରିପୋର୍ଟରେ ଦର୍ଶାଯାଇଥିଲା ଯେ ବିହାରର ମୋଟ ଜନସଂଖ୍ୟାର 63 ପ୍ରତିଶତ ପଛୁଆ ବର୍ଗ (OBC) ଏବଂ ଆର୍ଥିକ ପଛୁଆ ବର୍ଗ (EBC) ରହିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିଥିଲା । ରାଜ୍ୟର ମୋଟ ଜନସଂଖ୍ୟାର 36 ପ୍ରତିଶତ ଅତ୍ୟଧିକ ପଛୁଆ ବର୍ଗ ଓ 27.1 ପ୍ରତିଶତ ପଛୁଆ ବର୍ଗ ଭାବେ ରିପୋର୍ଟରେ ସ୍ଥାନ ପାଇଛନ୍ତି । ସେହିପରି 19.7 ପ୍ରତିଶତ ଅନୁସୂଚୀତ ଜାତି ଓ ମାତ୍ର 1.7 ପ୍ରତିଶତ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକେ ବିହାର ବାସ କରୁଥିବା ରିପୋର୍ଟରେ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.