ETV Bharat / bharat

ନୂଆବର୍ଷ ପାର୍ଟିରେ ବନ୍ଧୁକରୁ ଗୁଳି ଫୁଟାଇ ନାଚିଲେ କଂଗ୍ରେସ ବିଧାୟକ - ବନ୍ଧୁକରୁ ଗୁଳି ଫୁଟାଇ ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ

ନୂଆବର୍ଷ ପାର୍ଟିରେ ବନ୍ଧୁକରୁ ଗୁଳି ଫୁଟାଇ ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ ସୁନିଲ ସରାଫ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ମାମରା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ

Congress MLA Suneel Saraf
Congress MLA Suneel Saraf
author img

By

Published : Jan 3, 2023, 9:41 AM IST

ଗୁଳି ଫୁଟାଇ ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ

ଭୋପାଳ: ନୂଆବର୍ଷ ପାର୍ଟିରେ କଂଗ୍ରେସ ବିଧାୟକଙ୍କ ଡନ ଅନ୍ଦାଜ । ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ ସୁନୀଲ ସରାଫ(Congress MLA Suneel Saraf ) । ବନ୍ଧୁକରୁ ଗୁଳି ଫୁଟାଇ ନୂଆବର୍ଷ ଉତ୍ସବ ମନାଉଥିବାର ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ବିଧାୟକ ମେ ହୁଁ ଡନ ଗୀତରେ ଡ୍ୟାନ୍ସ କରିବା ସହ ପକେଟରୁ ଏକ ବନ୍ଧୁକ ବାହାର କରି ହାତକୁ ଉପରୁ ଟେକୁଛନ୍ତି । ଏହାପରେ ସେଥିରୁ ଗୁଳି ଫୁଟାଇ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର କୋଟମା ଅଞ୍ଚଳରେ କଂଗ୍ରେସ ବିଧାୟକ ଏହିପରି ଭାବେ ନୂଆବର୍ଷ ଉତ୍ସବ ମନାଇବା ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋବାପରେ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

କୋଟମା ନିର୍ବାଚନମଣ୍ଡଳୀର ବିଧାୟକ ହେଉଛି ସୁନୀଲ ସରାଫ । ନୂଆବର୍ଷ ସାଙ୍ଗକୁ ତାଙ୍କ ଜନ୍ମଦିନ ଅବସରରେ ସେ ଏକ ପାର୍ଟିର ଆୟୋଜନ କରିଥିଲେ । ଷ୍ଟେଜ୍‌ ଉପରେ ଜଣେ ଗୀତ ଗାଉଥିବା ବେଳେ କିଛି ବ୍ୟକ୍ତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ଗୀତିକାର ମେ ହୁଁ ଡନ ଗୀତ ଗାଉଥିବା ବେଳେ ବିଧାୟକ ପକେଟରୁ ଏକ ବନ୍ଧୁକ ବାହାର କରି ଗୁଳି ଫୁଟାଇବା ସହ ଡ୍ୟାନ୍ସ କରୁଥିଲେ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, "ଏନେଇ କୋଟମା ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ଏହାପରେ ଭିଡିଓର ଯାଞ୍ଚ କରାଯାଇ ବିଧାୟକଙ୍କୁ ଚିହ୍ନଟ କରାଯାଇଥିଲା । ଏହାପରେ ବିଧାୟକଙ୍କ ବିରୋଧରେ ଆଇପିସିର ଧାରା 336 ଓ ଧାରା 25 (9) ଅଧିନରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବିଧାୟକକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ପୋଲିସ ଅଧିକାରୀ ।"

ବିଧାୟକକଙ୍କ ଏପରି ଭିଡିଓ ଭାଇରାଲ ପରେ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ,"କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁପପୁର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ରେଓ୍ବାନଚାଲ ଏକ୍ସପ୍ରେସରେ ବିଧାୟକ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.