ETV Bharat / bharat

କଂଗ୍ରେସରେ କୋଣଠେସା, ଦଳ ଛାଡିବା ପରେ ମୁଖ୍ୟମନ୍ତ୍ରୀ - ଉତ୍ତର ପୂର୍ବ ରାଜନୀତି

ଉତ୍ତର ପୂର୍ବରେ ବିଜେପିର ଭିନ୍ନ ରଣନୀତି । କଂଗ୍ରେସ ଛାଡି ଦଳରେ ମିଶିଥିବା 3 ନେତାଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପଦ । ନାଗାଲାଣ୍ଡରେ କଂଗ୍ରେସ ଛାଡିଥିବା ବିଜେପି ସମର୍ଥନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଛନ୍ତି ନିପ୍ୟୁ ରିଓ । ଅଧିକ ପଢନ୍ତୁ

କଂଗ୍ରେସରେ କୋଣଠେସା, ଦଳ ଛାଡିବା ପରେ ମୁଖ୍ୟମନ୍ତ୍ରୀ

author img

By

Published : May 15, 2022, 4:37 PM IST

ନୂଆଦିଲ୍ଲୀ: ଦକ୍ଷିଣପନ୍ଥୀ ବିଚାରଧାରାର ବିରୋଧୀ ତଥା କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିରେ ଯୋଗଦାନ ପରେ ବଦଳିଛି ରାଜନୈତିକ ଯାତ୍ରା । କେବଳ ଦଳୀୟ ଚିକେଟ କି ଜନ ପ୍ରତିନିଧି ଭାବେ ନିର୍ବାଚିତ ନୁହେଁ ବରଂ ମିଳିଛି ମୁଖ୍ୟମନ୍ତ୍ରୀ ପରି ସର୍ବୋଚ୍ଚ ପ୍ରାଦେଶିକ କ୍ଷମତା । ମୂଳ ରାଜନୈତିକ ବିଚାରଧାରା ପୃଷ୍ଠଭୂମିରୁ ହୋଇନଥିଲେ ସୁଦ୍ଧା ଗ୍ରହଣ କରିଛି ବିଜେପି ଆଉ ଦେଇଛି ପୂର୍ବାପେକ୍ଷା ଅଧିକ ଗୁରୁତ୍ବ ।

ଉତ୍ତର-ପୂର୍ବ 3 ରାଜ୍ୟ ଏବେ ବିଜେପି ଶାସନାଧୀନ ଥିବାବେଳେ 3 ମୁଖ୍ୟମନ୍ତ୍ରୀ କିନ୍ତୁ ମୂଳ ବିଜେପି ପୃଷ୍ଠଭୂମିର ନେତା ନୁହନ୍ତି । ସେହିପରି ଅନ୍ୟତମ ରାଜ୍ୟ ନାଗାଲାଣ୍ଡରେ ମଧ୍ୟ ବିଜେପି ସମର୍ଥନରେ ଶାସନ ଚାଲିଛି । ଆଉ ସେଠାରେ ବି ଜଣେ କଂଗ୍ରେସ ଛାଡିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ଦଳ । ବର୍ତ୍ତମାନ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ମାଣିକ ସାହା ଶପଥ ନେବା ପରେ ପୁଣି ଥରେ ଏହି ପ୍ରସଙ୍ଗ ଚର୍ଚ୍ଚାର ମୁଖ୍ୟସ୍ରୋତକୁ ଆସିଛି । ତେବେ ଦେଖନ୍ତୁ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା କାହାକୁ ମିଳିଛି ମୁଖ୍ୟମନ୍ତ୍ରୀ ପଦ ।

ହିମନ୍ତ ବିଶ୍ୱଶର୍ମା (ଆସାମ):-

2021 ମସିହାରେ ଆସାମରେ ବିଧାନସଭା ନର୍ବାଚନରେ କ୍ଷମତା ବଜାୟ ରଖେ ବିଜେପି । କିନ୍ତୁ ପୂର୍ବପରି ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାରେ ସକ୍ଷମ ହୁଅନ୍ତି ନାହିଁ ସର୍ବାନନ୍ଦ ସୋନଓ୍ବାଲ । ସୋନଓ୍ବାଲଙ୍କ ସ୍ଥାନରେ ଆସାମର 15ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରନ୍ତି ହିମନ୍ତ ବିଶ୍ବଶର୍ମା । ତେବେ ହିମନ୍ତ ମୂଳ ବିଜେପିର ନେତା ନୁହନ୍ତି ବରଂ 2015ରେ ସେ କଂଗ୍ରେସ ବିଜେପିରେ ଯୋଗ ଦେଇଥିଲେ । 2016 ବିଧାନସଭା ନିର୍ବାଚନରେ ଶର୍ମାଙ୍କ ପରିଶ୍ରମ ବିଜେପିକୁ ସଶକ୍ତ କରିଛି ବୋଲି ଚର୍ଚ୍ଚା ଜୋର ଧରିବା ସହ ଦଳରେ ତାଙ୍କ ପ୍ରଭାବ ବଢେ ।

ସେହିପରି 2019 ଲୋକସଭା ନିର୍ବାଚନରେ ​​ବିଜେପିର ଭଲ ପ୍ରଦର୍ଶନରେ ହିମନ୍ତ ବିଶ୍ବଶର୍ମାଙ୍କ ଭୂମିକା ଓ କର୍ମ କୁଶଳତାକୁ ମଧ୍ୟ ଗୁରୁତ୍ବ ମିଳେ । 2021 ରାଜ୍ୟ ବିଧାନସଭା ନିର୍ବାଚନରେ ପୁଣି ଥରେ ଆସାମରେ ବିଜେପି ତାର କ୍ଷମତା ବଜାୟ ରଖିବା ସହ ନୂତନ ମୁଖ୍ୟମନ୍ତ୍ରୀ ଭାବେ 5ବର୍ଷ ପୂର୍ବେ ପାରମ୍ପରିକ ବିରୋଧୀ ଦଳ କଂଗ୍ରେରୁ ଆସିଥିବା ହିମନ୍ତ ବିଶ୍ବଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦିଏ ବିଜେପି । କୁହାଯାଏ ଦିନେ କଂଗ୍ରେସରେ ଗୁରୁତ୍ବ ନପାଇ କୋଣଠେସା ହୋଇଥିବା ହେମନ୍ତ ବିଶ୍ବଶର୍ମାଙ୍କ ବିଜେପି ଯୋଗଦାନ ନିଷ୍ପତ୍ତି ତାଙ୍କ ରାଜନୈତିକ ଯାତ୍ରାର ଗତିପଥ ବଦଳାଇ ଦିଏ ।

ବିରେନ ସିଂ(ମଣିପୁର):

ମଣିପୁରର ମୁଖ୍ୟମନ୍ତ୍ରୀ ବିରେନ ସିଂ ଚଳିତ ନିର୍ବାଚନରେ ଦଳ କ୍ଷମତା ହାତେଇବା ପରେ କ୍ରମାଗତ 2ଥର ଲାଗି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାରେ ସକ୍ଷମ ହୋଇଛନ୍ତି । ଚଳିତ ବିଧାନସଭା ନିର୍ବାଚନ ପରେ ଦଳୀୟ କନ୍ଦଳ ମଧ୍ୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନମିଳିବା ସହ ମଣିପୁରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ନେଇ ଆକଳନକୁ ଭୁଲ ପ୍ରମାଣିତ କରିଥିଲେ ବିରେନ । ଏହି ବରିଷ୍ଠ ବିଜେପି ନେତା ମଧ୍ୟ ମୁଖ୍ୟ ଗେରୁଆ ଶିବିରର ନୁହନ୍ତି । 2016ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ବିରେନ ।

ପରବର୍ଷ ଅର୍ଥାତ 2017 ବିଧାନସଭା ନିର୍ବାଚନରେ ମଣିପୁରରେ ଦୀର୍ଘ 15ବର୍ଷ ବ୍ୟବଧାନ ପରେ ପ୍ରଥମ ଅଣ-କଂଗ୍ରେସ ସରକାର କ୍ଷମତାକୁ ଆସିଥିଲା । ନବ ଗଠିତ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପାଳି ସମ୍ଭାଳନ୍ତି ବିରେନ । ପରେ ଚଳିତ ବର୍ଷ ନିର୍ବାଚନରେ ମଧ୍ୟ ବିଜେପି କ୍ଷମତା ବଜାୟ ରଖିବା ସହ ତାଙ୍କୁ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ମିଳେ । ପ୍ରଥମେ ଜଣେ କ୍ରୀଡାବିତ, ପରେ ସାମ୍ବାଦିକତା ଓ ଶେଷରେ ରାଜନୀତିକୁ ବାଛିଥିବା ବିରେନ ସିଂ ଜଣେ ସଫଳ ରାଜନେତା ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ।

ମାଣିକ ସାହା (ତ୍ରିପୁରା)

ତ୍ରିପୁରାରେ ବର୍ତ୍ତମାନ ବିପ୍ଳବ ଦେବଙ୍କ ଇସ୍ତଫା ପରେ ମାତ୍ର କେଇ ଘଣ୍ଟା ମଧ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ମାଣିକ ସାହା । ମାଣିକ ସାହା କଂଗ୍ରେସ ଛାଡି 2016ରେ ବିଜେପିରେ ଯୋଗ ଦେଇଥିଲେ । ବିଜେପିକୁ ଆସିବା ପରେ ମାଣିକଙ୍କୁ ଚାରି ବର୍ଷ ପରେ 2020 ରେ ଦଳର ରାଜ୍ୟ ସଭାପତି କରାଯାଇଥିଲା । ତ୍ରିପୁରା କ୍ରିକେଟ୍ ଆସୋସିଏସନର ସଭାପତି ମଧ୍ୟ ହୋଇଥିଲେ ମାଣିକ । ସାହାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିଲା ଦଳ । ତେବେ ମୂଳ ବିଜେପି ପୃଷ୍ଠଭୂମିରୁ ଆସି ନଥିବା ମାଣିକଙ୍କୁ ବର୍ତ୍ତମାନ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି ।

ନିପ୍ୟୁ ରିଓ (ନାଗାଲାଣ୍ଡ):

ବର୍ତ୍ତମାନର ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାସୀନ ଥିବା ନିପ୍ୟୁ ରିଓ ଲଗାତାର ତିନି ନିର୍ବାଚନରେ ​​ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଆସୁଛନ୍ତି । ସିଧାସଳଖ ବିଜେପିରେ ସାମିଲ ହୋଇନଥିବା ରିଓ କିନ୍ତୁ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତା ବଜାୟ ଆସୁଛନ୍ତି । ଭାରତୀୟ ଜାତୀୟ କଂଗ୍ରେସରୁ ରାଜନୈତିକ କ୍ଯାରିୟର ଆରମ୍ଭ କରିଥିବା ନିପ୍ୟୁ 2002ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଏସ ସ ଜମିରଙ୍କ ସହ ମତପାର୍ଥକ୍ୟ ପାଇଁ କଂଗ୍ରେସ ଛାଡି ନାଗା ପିପୁଲ୍ସ (NPF) ଫ୍ରଣ୍ଟ ନାମକ ଏକ ଦଳ ଗଠନ କରିଥିଲେ । ବିଜେପି ଓ ଅନ୍ୟ ଦଳ ସହଯୋଗରେ ତାଙ୍କ ନେତୃତ୍ବରେ ପ୍ରଥମେ 2003 ରେ Democratic Alliance of Nagaland (DAN) କ୍ଷମତାକୁ ଆସେ ଓ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରନ୍ତି । ବର୍ତ୍ତମାନ ମଧ୍ୟ ସେ ବିଜେପି ସମର୍ଥନରେ ନାଗାଲାଣ୍ଡର 9ମ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି ।

ବ୍ୟୁରୋ ରପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.