ETV Bharat / bharat

Contractor Suicide Case: ମନ୍ତ୍ରୀଙ୍କ ବହିଷ୍କାର ଦବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା କଂଗ୍ରେସ - ବେଙ୍ଗାଲୁରରେ କଣ୍ଟ୍ରାକ୍ଟର ଆତ୍ମହତ୍ୟା ମାମଲା

ବେଙ୍ଗାଲୁରରେ ପ୍ରଦର୍ଶନ ବେଳେ କଂଗ୍ରେସ ନେତା ଅଟକ । ମନ୍ତ୍ରୀ ଇଶ୍ବରପ୍ପାଙ୍କ ଇସ୍ତାଫା ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲେ । ଆସନ୍ତାକାଲି ଇସ୍ତଫା ଦେବା ନେଇ ଇଶ୍ବରପ୍ପାଙ୍କ ଘୋଷଣା । ଅଧିକ ପଢନ୍ତୁ

ବେଙ୍ଗାଲୁରରେ କଂଗ୍ରେସ ନେତା ଅଟକ
ବେଙ୍ଗାଲୁରରେ କଂଗ୍ରେସ ନେତା ଅଟକ
author img

By

Published : Apr 14, 2022, 8:47 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଉଗ୍ର ହେବାରେ ଲାଗିଛି କଣ୍ଟ୍ରାକ୍ଟର ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ମାମଲା । ଆଜି ଗ୍ରାମ ଉନ୍ନୟନ ମନ୍ତ୍ରୀ କେ.ଏସ ଇଶ୍ବରପ୍ପାଙ୍କ ବରଖାସ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିଛି କଂଗ୍ରେସ । ଫଳରେ ବରିଷ୍ଠ କଂଗ୍ରସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ପ୍ରଦେଶ କଂଗ୍ରସ ମୁଖ୍ୟ ଡି.କେ ଶିବକୁମାର, କେନ୍ଦ୍ରୀୟ ନେତା ରଣଦ୍ବୀପ ସୂର୍ଯେଓ୍ବାଲାଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ଅଟକ ରଖିଛି ପୋଲିସ ।

ଠିକାଦାର ଆତ୍ମହତ୍ୟା ମାମଲା: ମନ୍ତ୍ରୀଙ୍କ ବହିସ୍କାର ଦବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା କଂଗ୍ରେସ, ଏକାଧିକ କଂଗ୍ରେସ ନେତା ଅଟକ

ଆଜି କଂଗ୍ରେସ ନେତାମାନେ ବାଙ୍ଗାଲୋରର ରେସ କୋର୍ସ ରୋଡରେ ଥିବା କଂଗ୍ରେସ ଭବନରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାତ୍ରା ଆରମ୍ଭ କରିିଥିଲେ । ସୂର୍ଯେଓ୍ବାଲା, କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ ଜାତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ ଏବଂ ଅନ୍ୟ ନେତାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ 100 ମିଟର ଦୂରରେ ବ୍ୟାରିକେଡ ଲଗାଇଥିଲା । ପୋଲିସ ସେମାନଙ୍କୁ ବାଧା ଦେବା ପରେ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଏକାଧିକ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଶତାଧିକ କର୍ମୀଙ୍କୁ ଅଟକ ରଖିଛି ପୋଲିସ ।

କର୍ଣ୍ଣାଟକର ଠିକାଦାର ସନ୍ତୋଷ ପାଟିଲ ମନ୍ତ୍ରୀ କେ.ଏସ ଇଶ୍ବରପ୍ପାଙ୍କ ଦ୍ବାରା ଲାଞ୍ଚ ମଗାଯିବା ଓ ମାନସିକ ନିର୍ଯାତନା କାରଣରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଅଭିଯୋଗ କରିଥିଲେ । ସନ୍ତୋଷ ଏକ ପ୍ରକଳ୍ପ ପାଇଁ 4 କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଲ କ୍ଲିଅର କରିବା ପାଇଁ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ମୋଟା ଅଙ୍କର ଲାଞ୍ଚ ମାଗିଥିବା ଅଭିଯୋଗ କରିଥିଲେ ଠିକାଦାର ସନ୍ତୋଷଙ୍କ ଭାଇ । ପରେ ବିରୋଧୀ ଏହି ମାମଲାରେ ବୋମ୍ମାଇ ସରକାରଙ୍କୁ ଘେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.