ETV Bharat / bharat

ହିମାଚଳରେ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ

ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଗଡେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

author img

By

Published : Dec 11, 2022, 2:53 PM IST

ହିମାଚଳରେ କଂଗ୍ରେସ ସରକାର
ହିମାଚଳରେ କଂଗ୍ରେସ ସରକାର

ଶିମଲା: ପାହାଡି ରାଜ୍ୟ ହିମାଚଳରେ ସରକାର ଗଢିଲା କଂଗ୍ରେସ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୁକେଶ ଅଗ୍ନିହୋତ୍ରୀ । ଅପରାହ୍ନ ସାଢେ 1ଟାରୁ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଗଡେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାମିଲ ହୋଇଥିଲେ । ରାଜ୍ୟର 15ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସୁଖବିନ୍ଦର ।

ହିମାଚଳରେ କଂଗ୍ରେସ ସରକାର

ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରବଳ ଜନ ସମାଗମ ହୋଇଥିଲା । ସୁଖବିନ୍ଦର ସିଂଙ୍କ ପରିବାର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କଂଗ୍ରେସ ଓ ସୁଖବିନ୍ଦର ସିଂ ନାରା କମ୍ପି ଉଠିଥିଲା ଅଞ୍ଚଳ । ଲୋକଙ୍କ ସେବା କରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂଙ୍କ ମାଆ ସଂସାର ଦେବୀ ।

ଏହା ବି ପଢନ୍ତୁ...ସୁଖବିନ୍ଦର ସିଂ ସୁଖୁ: ବାପା ଥିଲେ ଡ୍ରାଇଭର, ନିଜେ ଚଳାଉଥିଲେ କ୍ଷୀର କାଉଣ୍ଟର

ସଂକ୍ଷେପରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର...

୧୯୬୪ ମସିହା ମାର୍ଚ୍ଚ ୨୬ ତାରିଖରେ ହିମାଚଳ ପ୍ରଦେଶର ହମୀରପୁର ଜିଲ୍ଲା ଅନ୍ତର୍ଗତ ସେରା ଗ୍ରାମରେ ସୁଖବିନ୍ଦର ସିଂ ସୁଖୁଙ୍କ ଜନ୍ମ । ସେ କୌଣସି ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇନଥିଲେ । ସୁଖୁଙ୍କ ବାପା ରସିଲ ସିଂ ହିମାଚଳ ସଡକ ପରିବହନ ନିଗମ ଶିମଲାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ମାଆ ଥିଲେ ଗୃହିଣୀ । ଚାରି ଭାଇଭଉଣୀଙ୍କ ମଧ୍ୟରେ ସୁଖୁ ଥିଲେ ଦ୍ବିତୀୟ । ତେଣୁ ତାଙ୍କର ବାଲ୍ୟ ସମୟ ଅଭାବ ଅନଟନରେ କଟିଥିଲା । ସୁଖୁ କମ୍ ବୟସରେ ଛୋଟ ଶିମଲା ଅଞ୍ଚଳରେ ଏକ କ୍ଷୀର କାଉଣ୍ଟର ଚଳାଉଥିଲେ । ଏହାପରେ ସେ ଶିମଲାରେ ଏଲଏଲବି ଅଧ୍ୟୟନ କରିଥିଲେ । କଲେଜରେ ସେ ଶ୍ରେଣୀ ପ୍ରତିନିଧି, ଷ୍ଟୁଡେଣ୍ଟ ଆସୋସିଏସନର ଅଧ୍ୟକ୍ଷ ଓ ସଭାପତି ହୋଇଥିଲେ । ସୁଖୁ କଂଗ୍ରେସର ଛାତ୍ର ସଂଗଠନ NSUI (National Students' Union of India)ରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୮ରୁ ୧୯୯୫ ଯାଏଁ ସେ NSUIର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ । ଏହାପରେ ୧୯୯୫ରେ ତାଙ୍କୁ ଯୁବ କଂଗ୍ରେସ ରାଜ୍ୟ ସଭାପତି ଦାୟିତ୍ବ ମିଳିଥିଲା ।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇ କଂଗ୍ରେସ କ୍ଷମତାକୁ ଫେରିଛି । ପରିବର୍ତ୍ତନ ବନାମ ପରମ୍ପରାର ଲଢେଇରେ ପରମ୍ପରା ବଜାୟ ରଖିଛି କଂଗ୍ରେସ । ଗତକାଲି(ଶନିବାର) ଶିମଲାରେ ନବନିର୍ବାଚିତ ବିଧାୟକମନଙ୍କ ବୈଠକରେ କଂଗ୍ରେସର ପର୍ଯ୍ୟବେକ୍ଷକ ଭୂପେଶ ବାଘେଲ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁଙ୍କ ନାମ ଘୋଷଣା କରିଥିଲେ । ସେ ହିମାଚଳରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ।

ପ୍ରକାଶ ଥାଉ କି, ନଭେମ୍ବର 12 ତାରିଖରେ 68 ଆସନରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହୋଇଥିବା । କଂଗ୍ରେସ 40ଟି ଆସନ ଜିତିଥିବା ବେଳେ ବିଜେପି 25ଟି ଆସନରେ ଜିତିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.