ETV Bharat / bharat

ସାଧାରଣ ପାସପୋର୍ଟ ପାଇଲେ ରାହୁଲ, ଆଜି କରିବେ ଆମେରିକା ଗସ୍ତ - ରାହୁଲ ଗାନ୍ଧୀ

କୋର୍ଟରୁ ଅନାପତ୍ତି ପ୍ରମାଣପତ୍ର ସହ ସ୍ବଳ୍ପ ଅବଧି ବିଶିଷ୍ଟ ସାଧାରଣ ପାସପୋର୍ଟ ପାଇଲେ ରାହୁଲ ଗାନ୍ଧୀ । ଆଜିଠାରୁ କରିବେ 4 ଦିନିଆ ଆମେରିକା ଗସ୍ତ । ରାହୁଲଙ୍କ ବିଦେଶ ଗସ୍ତ ଅନୁମତି ନେଇ ପ୍ରଶ୍ନ ଉଠାଇଥିଲେ ସୁବ୍ରମଣ୍ୟମ ସ୍ବାମୀ । ଅଧିକ ପଢନ୍ତୁ

ପାସପୋର୍ଟ ପାଇଲେ ରାହୁଲ, ଆଜି କରିବେ ଆମେରିକା ଗସ୍ତ

author img

By

Published : May 29, 2023, 4:27 PM IST

ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ଏକ ସ୍ଥାନୀୟ ଅଦାଲତଙ୍କ ଦ୍ବାରା ଆନପତ୍ତି ପ୍ରମାଣପତ୍ର ପ୍ରଦାନ କରାଯିବା ପରେ ତାଙ୍କୁ ତାଙ୍କ ସଧାରଣ ପାସପୋର୍ଟ ପ୍ରଦାନ କରାଯାଇଛି । ରାହୁଲଙ୍କୁ ବିଦେଶ ଗସ୍ତ ଅନୁମତି ମିଳିଲେ ନ୍ୟାସନାଲ୍‌ ହେରାଲ୍ଡ ମାମଲାର ତଦନ୍ତ ପ୍ରଭାବିତ ହେବା ନେଇ ଅଭିଯୋଗ କରିଥିଲେ ମାମଲାର ଅଭିଯୋଗକାରୀ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ପାସ୍‌ପୋର୍ଟ ପାଇବା ପରେ ସେ ଆଜି (ସୋମବାର)ଠାରୁ 4 ଦିନିଆ ଆମେରିକା ଗସ୍ତରେ ବାହାରିବେ । ପୂର୍ବରୁ ରାହୁଲ ସଂସାଦ ଭାବେ ସ୍ବତନ୍ତ୍ର ତଥା ରାଜନୈତିକ ପାସପୋର୍ଟ ବ୍ଯବହାର କରି ଆସୁଥିଲେ । ହେଲେ ସଂସଦ ପଦ ରଦ୍ଦ ହେବା ପରେ ରାହୁଲଙ୍କୁ ଏହି ସ୍ବତନ୍ତ୍ର ପାସପୋର୍ଟ ଫେରସ୍ତ କରିବାକୁ ପଡିଥିଲା । ପରେ ସେ ସାଧାରଣ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ପାସପୋର୍ଟ ପାଇଁ ଆବେଦନ କରିଥିଲେ ।

ହେଲେ ଅନ୍ୟ ଏକ ସୂଚନା ଅନୁସାରେ, ରାହୁଲ ସାଧାରଣ ପାସପୋର୍ଟ ହାସଲ କରିଥିଲେ ସୁଦ୍ଧା ସେଥିରେ କିଛି ବ୍ୟତିକ୍ରମ ରହିଛି । ସାଧାରଣ ପାସପୋର୍ଟ 10 ବର୍ଷ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ନବୀକରଣ କରିବାର ନିୟମ ରହିଛି । ହେଲେ ରାହୁଲ ଏବେ ପାଇଥିବା ପାସପୋର୍ଟ ମାତ୍ର 3 ବର୍ଷ ଅବଧି ବିଶିଷ୍ଟ ରହିଛି । ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ ଶୁକ୍ରବାର ରାହୁଲଙ୍କୁ ପାସପୋର୍ଟ ମିଳିବା ନେଇ ଅନାପତ୍ତି ପ୍ରମାଣପତ୍ର ଜାରି କରିଥିଲେ ସୁଦ୍ଧା ମାତ୍ର 3 ବର୍ଷ ପାଇଁ ପାସପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ରାହୁଲ ଗାନ୍ଧୀ ଆଜି(ସୋମବାର) ସଂଧ୍ୟାରେ ଆମେରିକା ଗସ୍ତ କରିବାର ସୂଚନା ରହିଛି । ସେଠାରେ ତାଙ୍କର ସାନ ଫ୍ରାନ୍ସିକୋ ଓ ଅନ୍ୟ କିଛି ସହରରେ ଏକାଧିକ କାର୍ଯ୍ୟକ୍ରମ ରହିଛି । ସେ ଜୁନ୍‌ 4 ତାରିଖରେ ନ୍ୟୁୟର୍କରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ ମଧ୍ୟ କରିବା ନେଇ ଜଣାପଡିଛି । ପରେ ସେ ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବେ । ହେଲେ ରାହୁଲଙ୍କ ବିଦେଶ ଗସ୍ତ ନେଇ ଆପତ୍ତି ଉଠାଇଥିଲେ ନ୍ୟାସନାଲ ହେରାଲ୍ଡ ମାମଲାର ଅଭିଯୋଗକାରୀ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ରାହୁଲଙ୍କୁ ବିଦେଶ ଗସ୍ତ ଅନୁମତି ମିିଳିଲେ ଏହି ମାମଲାର ତଦନ୍ତ ପ୍ରଭାବିତ ହେବ ବୋଲି ସ୍ବାମୀ ଅଭିଯୋଗ କରିଥିଲେ । ରାହୁଲ ଗାନ୍ଧୀ ଓ ମା’ ସୋନିଆ ଗାନ୍ଧୀ ଏହି ବହୁଚର୍ଚ୍ଚିତ ଘୋଟାଲା ମାମଲାରେ ଅଭିଯୁକ୍ତ ରହିଛନ୍ତି । ସ୍ବାମୀଙ୍କ ଅଭିଯୋଗ ପରେ ରାହୁଲ ସ୍ବଳ୍ପ ଅବଧି ବିଶିଷ୍ଚ ସାଧାରଣ ପାସପୋର୍ଟ ହାସଲ କରିଛନ୍ତି ।

ନିକଟରେ ରାହୁଲ ଭାରତ ଯୋଡ଼ୋ ଯାତ୍ରା ଶେଷ କରି ଲଣ୍ଡନ ଗସ୍ତ କରିଥିଲେ । ସେ ସେଠାରେ ବିଜେପି ସରକାର ବିରୋଧରେ ଦେଇଥିବା ବୟାନ ପାଇଁ ବିବାଦୀୟ ହୋଇପଡିଥିଲେ । ରାହୁଲ ବିଦେଶରେ ଦେଶକୁ ଅପମାନିତ କରିବା ସହ ଗଣତନ୍ତ୍ରର ଛବି ଖରାପ କରୁଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

ରାହୁଲ ଭାରତ ଫେରିବା ପରେ ସୁରଟର ଏକ କୋର୍ଟ 4 ବର୍ଷ ତଳର ଏକ ଅପରାଧିକ ମାନହନୀ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ସଂସଦ ପଦ ରଦ୍ଦ ହୋଇଯାଇଥିଲା । ସେ ଜନପ୍ରତିନିଧି କୋଟାରେ ପାଇଥିବା ବଙ୍ଗଳା ଓ ଅନ୍ୟ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିଲେ । ତାଙ୍କୁ ତାଙ୍କ ରାଜନୈତିକ ପାସପୋର୍ଟ ମଧ୍ୟ ଫେରାଇବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.