ETV Bharat / bharat

ସଂସଦ ପର୍ଯ୍ୟନ୍ତ ବିରୋଧୀଙ୍କ ସାଇକେଲ ମାର୍ଚ୍ଚ

author img

By

Published : Aug 3, 2021, 12:06 PM IST

ଆଜି(ମଙ୍ଗଳବାର) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆହ୍ବାନ କ୍ରମେ ବ୍ରେକଫାଷ୍ଟ ବାହାନାରେ ଏକାଠି ହୋଇଥିଲେ ସମସ୍ତ ରାଜ୍ୟସଭା ଓ ଲୋକସଭାର ବିରୋଧୀ ଦଳ ସାଂସଦ । କନଷ୍ଟିଚ୍ୟୁସନ କ୍ଲବ ପରିସରରେ ହୋଇଥିବା ଏହି ବୈଠକରେ ମୋଟ ୧୪ଟି ରାଜନୈତିକ ଦଳର ସାଂସଦ ଯୋଗଦେଇଥିଲେ । ଅଧିକ ପଢନ୍ତୁ...

Rahul Gandhi
Rahul Gandhi

ନୂଆଦିଲ୍ଲୀ: ଜାରି ରହିଛି ସଂସଦ ମୌସୁମୀ ଅଧିବେଶନ । ଜୁଲାଇ ୧୯ ରୁ ଆରମ୍ଭ ହୋଇଥିବା ଅଧିବେଶନ ଚଳିତ ମାସ ୧୩ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆଶା ଜନକ କାର୍ଯ୍ୟ ହୋଇ ପାରିନାହିଁ ସଂସଦର । ତେବେ ସଂସଦରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଆଜି ବଡ ରଣନୀତି କରିଛନ୍ତି ପ୍ରସ୍ତୁତ ।

ଆଜି(ମଙ୍ଗଳବାର) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆହ୍ବାନ କ୍ରମେ ବ୍ରେକଫାଷ୍ଟ ବାହାନାରେ ଏକାଠି ହୋଇଥିଲେ ସମସ୍ତ ରାଜ୍ୟସଭା ଓ ଲୋକସଭାର ବିରୋଧୀ ଦଳ ସାଂସଦ । କନଷ୍ଟିଚ୍ୟୁସନ କ୍ଲବ ପରିସରରେ ହୋଇଥିବା ଏହି ବୈଠକରେ ମୋଟ ୧୪ଟି ରାଜନୈତିକ ଦଳର ସାଂସଦ ଯୋଗଦେଇଥିଲେ । ବୈଠକରେ ରାହୁଲ ଗାନ୍ଧୀ ସାଂସଦ ମାନଙ୍କୁ ସମ୍ବୋଧିତ କରି କହିଥିଲେ, ଜନତାଙ୍କ ମଙ୍ଗଳ ପାଇଁ ବିରୋଧୀଙ୍କୁ ଏକାଠି ହେବାକୁ ପଡିବ । ପେଗାସସ ଜାସୁସୀ ପ୍ରସଙ୍ଗରେ ଆଲୋଚନା ଓ କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହୃତ ନହେବା ଯାଏଁ ସଂସଦ ଚଳାଇ ଦିଆଯିବ ନାହିଁ ବୋଲି ରାହୁଲ ଗାନ୍ଧୀ କହିଥିଲେ । ବୈଠକରେ ଆପ ଓ ବହୁଜନ ସମାଜବାଦୀ ପାର୍ଟି ସାମିଲ ହୋଇନଥିଲେ ।

ବୈଠକ ପରେ କନଷ୍ଟିଚ୍ୟୁସନ କ୍ଲବ ଠାରୁ ସଂସଦ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଏକ ସାଇକେଲ ମାର୍ଚ୍ଚ କରିଥିଲେ । ସମସ୍ତ ସାଂସଦ ସାଇକେଲ ଚଳାଇ ସଂସଦକୁ ଆସିଥିଲେ । ଏହା ପରେ ବିରୋଧୀ ଦଳ ସାଂସଦ ମାନେ ସରକାରଙ୍କ ବିରୋଧୀରେ ଗର୍ଜିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.