ଭୋପାଳ: ପାରିବାରିକ ରାଜନୀତିରେ ଏଣ୍ଟ୍ରି ମାରିବେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା । ଏନେଇ ଚର୍ଚ୍ଚା ଜୋର ଧରିଛି । ‘ଇଟିଭି ଭାରତ’କୁ ସାକ୍ଷାତକାର ଦେଇ ଏନେଇ ସଙ୍କେତ ଦେଇଛନ୍ତି ରବର୍ଟ ଭଦ୍ରା । ଯଦି ଲୋକ ଚାହିଁବେ ତେବେ ନିଶ୍ଚୟ ରାଜନୀତିରେ ପ୍ରବେଶ କରିବି ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ।
ରାଜନୀତିକୁ ନେଇ ଆଲୋଚିତ ବିଭିନ୍ନ ପ୍ରସଙ୍ଗରେ ରବର୍ଟ ଭଦ୍ରା କହିଛନ୍ତି ଖୁବ ଶୀଘ୍ର ସକ୍ରିୟ ରାଜନୀତି ମଇଦାନକୁ ଓହ୍ଲାଇ ପ୍ରିୟଙ୍କାଙ୍କ ସାଥ ଦେବି। ସେ ଆହୁରି କହିଛନ୍ତି, 'ମୁଁ ସବୁବେଳେ ଲୋକଙ୍କ ସେବା କରେ । ମୁଁ ରାଜନୀତିରେ ଆସେ କି ନ ଆସେ ଜନତାଙ୍କ ସେବା ଜାରି ରଖିବି । ମୁଁ ରାଜନୀତିକୁ ବୁଝେ ବୋଲି କହିଛନ୍ତି ରବର୍ଟ ଭଦ୍ରା ।
ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ସର୍ବଦା ସକ୍ରିୟ ରାଜନୀତି ଏବଂ ଗଣମାଧ୍ୟମଠାରୁ ଦୂରରେ ରୁହନ୍ତି । ରବିବାର ମହାକାଳ ଭଗବାନଙ୍କୁ ଦର୍ଶନ ପାଇଁ ଉଜ୍ବୈନ ଯାଇଥିଲେ । ସେଠାରୁ ଇନ୍ଦୋରକୁ ଫେରିବା ପରେ ଭଦ୍ରା ତାଙ୍କ ଘରେ କଂଗ୍ରେସ କର୍ମୀଙ୍କୁ ଭେଟିଥିଲେ । ସେ କହିଥିଲେ ଯେ, ପ୍ରତ୍ୟେକ ଜିନିଷରେ ମୋର ଦାୟିତ୍ବକୁ ଦେଖିବାକୁ ପଡିବ । ମୁଁ ଅସୁବିଧାର ମୁକାବିଲା କରିବାକୁ ଶିଖିଛି । ମୁଁ ରାଜନୀତିକୁ ବୁଝି ପାରୁଛି ବୋଲି କହିଛନ୍ତି ରବର୍ଟ ଭଦ୍ରା ।
ସେ ଆହୁରି କହିଛନ୍ତି ଗାନ୍ଧୀ ପରିବାରରୁ ମୋତେ ବହୁତ କିଛି ଶିଖିବାକୁ ମିଳିଛି । ଗାନ୍ଧୀ ପରିବାରର ପ୍ରଶଂସା କରି ରବର୍ଟ କହିଛନ୍ତି, ମୁଁ ଗାନ୍ଧୀ ପରିବାରର ସଦସ୍ୟ ଏହି ପରିବାରରୁ ଦେଶ ପାଇଁ ବହୁତ କିଛି ଶିଖିବାକୁ ମିଳିଛି । ଯଦି ଲୋକ ଚାହିଁବେ ମୁଁ ଗାନ୍ଧୀ ପରିବାର ପକ୍ଷରୁ ରାଜନୀତିକୁ ଓହ୍ଲାଇବି ଓ ପରିବର୍ତ୍ତନ ଆଣିବି ।
ସାକ୍ଷାତକାରରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ରବର୍ଟ ଭଦ୍ରା । ସରକାର କୌଣସି କାମ କରି ନାହାଁନ୍ତି, ସରକାର ମୁଦ୍ରାସ୍ଫୀତିକୁ ଆହୁରି ବଢାଇଛନ୍ତି । ଏହି ଲୋକମାନେ କେବଳ ନିଜ ବିଷୟରେ ଭାବନ୍ତି ସାଧାରଣ ଲୋକଙ୍କ ବିଷୟରେ ନୁହେଁ ବୋଲି କହିଛନ୍ତି ରବର୍ଟ । ବାସ୍ତବରେ ଦେଶ ବଦଳୁଛି ଏବଂ ଏ ନେଇ ଆତଙ୍କ ମଧ୍ୟ ସୃଷ୍ଟି ହେଉଛି । ଗଣମାଧ୍ୟମ ନାମରେ ଅଭିଯୋଗ କରି ସେ କହିଛନ୍ତି ଗଣମାଧ୍ୟମ ସତ କହିବାକୁ ଭୟ କରୁଛି, ଆଗକୁ ଆସୁନାହିଁ ଏହା ଲୋକତନ୍ତ୍ର ନୁହେଁ ବୋଲି କହିଛନ୍ତି ରବର୍ଟ ଭଦ୍ରା ।