ETV Bharat / bharat

NDA VS INDIA: ପ୍ରଧାନମନ୍ତ୍ରୀ ପଦ ନେଇ ନୀତିଶଙ୍କ ନାମ ରଖିଲା JDU, କଂଗ୍ରେସ କହିଲା କ୍ଷମତାକୁ ଆସିବା ପରେ ନିଷ୍ପତ୍ତି

author img

By

Published : Aug 21, 2023, 11:29 AM IST

କଂଗ୍ରେସ ନେତା ପିଏଲ ପୁନିଆ କହିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆ 2024 ଲୋକସଭା ନିର୍ବାଚନରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି ନିଆଯିବ । ଯେବେ କି ଜେଡିୟୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶ କୁମାରଙ୍କ ନାମ ଆଗରେ ରଖିଛି । ଅଧିକ ପଢନ୍ତୁ

NDA VS INDIA
ଇଣ୍ଡିଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ପ୍ରଧାନମନ୍ତ୍ରୀ ଚେହେରା କିଏ ହେବ ସେ ନେଇ କଳ୍ପନାଜଳ୍ପନା ଆକଳନ ଜାରି ରହିଛି । ଏବେ ଯାଏଁ ମେଣ୍ଟର ପ୍ରଧାନମନ୍ତ୍ରୀ ପଦର ଚେହେରା କିଏ ହେବ ସେ ନେଇ କୌଣସି ଆଲୋଚନା କିମ୍ବା ନିଷ୍ପତ୍ତି ହୋଇନାହିଁ । ଏନେଇ ଅନେକ କିଛି ଆକଳନ କରାଯାଉଛି । ଏହାରି ଭିତରେ ବିହାର ସରକାରର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶ କୁମାରଙ୍କ ନାମ ନେଇଛନ୍ତି । ଏହାକୁ ନେଇ କଂଗ୍ରେସ ନେତା ପିଏଲ ପୁନିଆ କହିଛନ୍ତି ପ୍ରଧାନମନ୍ତ୍ରୀ ଚୟନ କ୍ଷମତା ଆସିଲା ପରେ କରାଯିବ ।

ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆ (ଇଣ୍ଡିଆନ ନ୍ୟାସନାଲ ଡେଭେଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ) ପ୍ରସ୍ତୁତିରେ ଲାଗି ପଡିଛି । ଏବେ ଯାଏ INDIA ମେଣ୍ଟ ପ୍ରଧାନମନ୍ତ୍ରୀ ପଦ ପାଇଁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ନିଷ୍ପତ୍ତି ନେଇନାହିଁ । ଏହାରି ଭିତରେ ଜେଡିୟୁ ନେତା ପିଏମ ପଦ ପାଇଁ ବାରମ୍ବାର ନୀତିଶ କୁମାରଙ୍କ ନାମ ଆଗକୁ ନେଉଛି । ଏନେଇ କଂଗ୍ରେସ ନେତା ପିଏଲ ପୁନିଆ କହିଛନ୍ତି, ''ପ୍ରଧାନମନ୍ତ୍ରୀ ଚୟନ କ୍ଷମତାକୁ ଆସିବା ପରେ କରାଯିବ । କଣ ତାଙ୍କୁ ଜଣାନାହିଁ ଇଣ୍ଡିଆ ମେଣ୍ଟ ପ୍ରଧାନମନ୍ତ୍ରୀ ଚେହେରା କାହାକୁ କରାଯିବ ତାହା କ୍ଷମତାକୁ ଆସିବା ପରେ ନିଷ୍ପତ୍ତି ନିଆଯିବ । ବହୁମତ ମିଳିବା ପରେ ଚୟନ ହୋଇଥିବା ସଦସ୍ୟ ଦ୍ବାରା ନିଷ୍ପତ୍ତି ନିଆଯିବ । ଏହା ସ୍ପଷ୍ଟ ଏହା ଉପରେ ପ୍ରଶ୍ନ କରିବା ସଠିକ ନୁହେଁ । 2024ରେ ସ୍ମୃତି ଇରାନୀଙ୍କୁ ଅମେଠିରୁ ପରାସ୍ତ କରାଯିବ । ଇଣ୍ଡିଆ ମେଣ୍ଟ କିମ୍ବା କଂଗ୍ରେସ ପକ୍ଷରୁ ଯାହାକୁ ପ୍ରାର୍ଥୀ କରାଯିବ ତାହାର ବିଜୟ ନିଶ୍ଚିନ୍ତ ।''

ଉତ୍ତରପ୍ରଦେଶର ଅମେଠି କଂଗ୍ରେସର ଏକ ଗଡ ଥିଲା । ଯେଉଁଠି 2019 ନିର୍ବାଚନରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କଠୁ 55 ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲା । ସମୟ ଥିଲା ରାଇବରେଲିଠୁ ନେଇ ଅମେଠି କଂଗ୍ରେସର ଗଡ ଥିଲା ।

ଏହା ବି ପଢନ୍ତୁ...Bengaluru Meeting: ନାମ ଘୋଷଣା କଲା ବିରୋଧୀ ମହାମେଣ୍ଟ, ଏଥର NDA vs INDIA

ଏହା ବି ପଢନ୍ତୁ...ମୁଁ କୌଣସି ପଦବୀ ଚାହୁଁନାହିଁ, INDIA ସପକ୍ଷରେ ଜନମତ ଯିବ: ନୀତିଶ କୁମାର

ପ୍ରକାଶ ଥାଉ କି, ଗତ ଜୁଲାଇ 17 ଓ 18 ତାରିଖରେ ବେଙ୍ଗାଲୁରୁରେ ମିଳିତ ବିରୋଧୀ ଦଳ ବୈଠକ ବସିଥିଲା । କେନ୍ଦ୍ରରୁ ବିଜେପିକୁ ହଟାଇବା ଲାଗି ବୈଠକରେ ଏକାଠି ହୋଇ 26 ବିରୋଧୀ ଦଳ ପଣ କରିଛନ୍ତି । ମେଣ୍ଟର ନାମ ବଦଳାଇ ନୂଆ ନାମକରଣ କରାଯାଇଛି । ୟୁପିଏ ବଦଳରେ ଇଣ୍ଡିଆ (ଇଣ୍ଡିଆନ ନ୍ୟାସନାଲ ଡେଭେଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ) ରଖାଯାଇଥିଲା । ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ 'ଇଣ୍ଡିଆ' ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ କରି ସାରିଛି । ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.