ETV Bharat / bharat

ପବନ ଖେଡା ଗିରଫ: ପ୍ଲେନ୍‌ରୁ ଓହ୍ଲାଇ ଗିରଫ କଲା ଆସାମ ପୋଲିସ, ଦିଲ୍ଲୀ ବିମାନ ବନ୍ଦରରେ କଂଗ୍ରେସ ନେତାଙ୍କ ପ୍ରତିବାଦ

author img

By

Published : Feb 23, 2023, 3:29 PM IST

ବରିଷ୍ଠ କଂଗ୍ରେସ ନେତା ତଥା ଦଳର ପ୍ରବକ୍ତା ପବନ ଖେଡା ଗିରଫ । ଦିଲ୍ଲୀ ବିମାନ ବନ୍ଦରରୁ ଆସାମ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସ୍ୱର୍ଗତ ପିତାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ଗିରଫ ସୂଚନା । ଅଧିକ ପଢନ୍ତୁ

ପଓ୍ବନ ଖେଡା ଗିରଫ: ଦିଲ୍ଲୀ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଉଠାଇ ନେଲା ଆସାମ ପୋଲିସ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଦଳର ପ୍ରବକ୍ତା ପବନ ଖେଡା ଗିରଫ । ଦିଲ୍ଲୀ ବିମାନବନ୍ଦରରୁ ଆସାମ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଦେଇଥିବା ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ମାମଲାରେ ତାଙ୍କ ନାମରେ ଆସାମ ସମେତ ଏକାଧିକ ସ୍ଥାନରେ ମାମଲା ରୁଜୁ କରାଯାଇଥିଲା । ଆସାମ ପୋଲିସ ଆଜି ତାଙ୍କୁ ନାଟକୀୟ ଢଙ୍ଗରେ ବିମାନରୁ ଓହ୍ଲାଇ ଗିରଫ କରିଛି ।

  • Modi govt is acting like a bunch of goons by deplaning @Pawankhera ji from the Delhi-Raipur flight and preventing him from joining the AICC Plenary.

    Using a flimsy FIR to restrict his movement & silence him is a shameful, unacceptable act. The entire party stands with Pawan ji. pic.twitter.com/mKVeuRGnfR

    — K C Venugopal (@kcvenugopalmp) February 23, 2023 " class="align-text-top noRightClick twitterSection" data=" ">

ବରିଷ୍ଠ କଂଗ୍ରେସ ନେତାଙ୍କ ଏକ ଟିମ ସମେତ ପବନ ରାୟପୁରରେ ହେବାକୁ ଥିବା ଦଳୀୟ ମହାଧିବେଶନରେ ସାମିଲ ହେବା ପାଇଁ ଯାତ୍ରା କରୁଥିଲେ । ଆସାମ ପୋଲିସର ଅନୁରୋଧ କ୍ରମେ ଦିଲ୍ଲୀ ପୋଲିସ ପକ୍ଷରୁ ଉଡାଣ ଭରିବାକୁ ଥିବା ବିମାନକୁ ରୋକାଯାଇଥିଲା । ପରେ ତାଙ୍କୁ ଗିରଫ କରାଯାଇଛି । ଆଉ କିଛି ସମୟ ମଧ୍ୟରେ ତାଙ୍କୁ ଦିଲ୍ଲୀର ଦ୍ବାରକା କୋର୍ଟରେ ଆସାମ ପୋଲିସ ହାଜର କରିବ । ଜାରି ମାମଲାରେ ତାଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଆସାମ ନେବା ପାଇଁ ନିବେଦନ ମଧ୍ୟ କରିବା ନେଇ ସୂଚନା ରହିଛି ।

ଅନ୍ୟପଟେ ପବନଙ୍କ ନାଟକୀୟ ଗିରଫଦାରୀ ପରେ ଉକ୍ତ ବିମାନରେ ଯାତ୍ରା କରିବାକୁଥିବା ତମାମ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ବିମାନରୁ ଓହ୍ଲାଇ ଧାରଣରେ ବସିଛନ୍ତି । ମୋଦି ସରକାର ଏକଛତ୍ରବାଦୀ ନୀତି ଚଳାଇଛନ୍ତି ବୋଲି କଂଗ୍ରେସ ନେତା ଧାରଣ ଓ ନାରାବାଜୀ କରିଥିଲେ । ଏହାକୁ ନିନ୍ଦା କରିବା ସହ ଏହାକୁ ବରଦାସ୍ତ କାରଯିବ ନାହିଁ ବୋଲି କଂଗ୍ରେସ କହିଛି । ଏହି ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ପହଞ୍ଚିଛି । ବରିଷ୍ଠ ଆଇନଜୀବୀ ଅଭିଖେକ ମନୁ ସିଙ୍ଗଭି ପବନଙ୍କ ପକ୍ଷ ରଖୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.