ETV Bharat / bharat

1984 Riots Case: ଜଗଦୀଶ ଟାଇଟଲରଙ୍କ ନାମରେ ଚାର୍ଜସିଟ ଦାଖଲ କଲା CBI - କଂଗ୍ରେସ ନେତା ଜଗଦୀଶ ଟାଇଟେଲର

1984 ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ବରିଷ୍ଠ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ନାମରେ ଚାର୍ଜସିଟ ଦାଖଲ କଲା CBI । ଗତମାସରେ ଭଏସ ସାମ୍ପଲ ସଂଗ୍ରହ କରିଥିଲା ସଂସ୍ଥା । ଅଧିକ ପଢନ୍ତୁ

1984 Riots Case: ଜଗଦୀଶ ଟାଇଟଲରଙ୍କ ନାମରେ ଚାର୍ଜସିଟ ଦାଖଲ କଲା CBI

author img

By

Published : May 20, 2023, 9:41 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚତ 1984 ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ବରିଷ୍ଠ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ନାମରେ ଚାର୍ଜସିଟି ଦାଖଲ କଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ରହି କ୍ଲିନଚିଟ୍‌ ପାଇସାରିଥିଲେ ଟାଇଟଲର । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ପୁନର୍ବାର ତଦନ୍ତ ପରିସରଭୁକ୍ତ ହୋଇଥିଲେ । ଗତ ମାସରେ ସିବିଆଇ ତାଙ୍କୁ ସମନ କରି କଣ୍ଠସ୍ବର ନମୂନା (ଭଏସ ସାମ୍ପଲ) ସଂଗ୍ରହ କରି ଫୋରେନସିକ ଲ୍ୟାବକୁ ପଠାଯାଇଥିଲା ।

ଆଜି ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଟାଇଟଲରଙ୍କ ନାମରେ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରିଛି । ସିବିଆଇ ଚାର୍ଜସିଟ୍‌ରେ ଦର୍ଶାଇଯାଇଛି, 1984 ନଭେମ୍ବର 1 ତାରିଖରେ ଉତ୍ତର ଦିଲ୍ଲୀରେ ସଂଗଠିତ ହୋଇଥିବା ହିଂସାରେ ଭିଡକୁ ଉତ୍ତେଜିତ କରିବା ପରି ଭାଷଣ ଦେଇଥିଲେ ଟାଇଟେଲର । ତାଙ୍କ ଉତ୍ତେଜିତ ଭାଷଣ କାରଣରୁ ଏକତ୍ରୀତ ହୋଇଥିବା ଭିଡ ବେକାବୁ ହେବା ସହ ଏକ ଶିଖ୍‌ ଗୋଷ୍ଠୀ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ଘଟଣାସ୍ଥଳରେ 3ଜଣ ଶିଖ୍ ପ୍ରାଣ ହରାଇଥିଲେ । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (IPC) ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଦାଖଲ ହୋଇଥିବା ଏହି ଚାର୍ଜସିଟ ସମ୍ପର୍କରେ ଜୁନ 2 ତାରିଖରେ କୋର୍ଟ ପ୍ରକ୍ରିୟା ଆରମ୍ଭ କରିବେ ।

1984 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦିଲ୍ଲୀରେ ଦେଖାଯାଇଥିବା ଶିଖ ବିରୋଧୀ ହିଂସାରେ ଏକାଧିକ କଂଗ୍ରେସ ନେତାଙ୍କ ସମେତ ଜଗଦୀଶ ଟାଇଟେଲର ମଧ୍ୟ ଅନ୍ୟତମ ଅଭିଯୁକ୍ତ ଭାବେ ପୋଲିସ ରେକର୍ଡରେ ସ୍ଥାନ ପାଇଥିଲେ । ଏହି ଦଙ୍ଗାର ତଦନ୍ତ ଲାଗି ଗଠନ ହୋଇଥିବା ନାନାବତୀ କମିଶନରେ ମଧ୍ୟ ଟାଇଟେଲରଙ୍କ ନାମ ରହିଥିଲା । ହେଲେ ସେ ପରେ ସମସ୍ତ ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତେବେ ପରେ ତାଙ୍କୁ 2015 ରେ ପୁଣି ତଦନ୍ତ ପରିସରକୁ ଅଣାଯାଇଥିଲା । ନିକଟରେ ତାଙ୍କ ଭଏସ ସାମ୍ପଲ ସଂଗ୍ରହ କରି କେନ୍ଦ୍ରୀୟ ସଂସ୍ଥା ଫେରନସିକ ଟିମକୁ ପଠାଇଥିବା ବେଳେ ଆଜି ତାଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ କରିଛି ।

ଖଲିସ୍ତାନ ଗଠନ ଦାବିରେ ଜାରି ରହିଥିବା ହିଂସାତ୍ମକ ବିଦ୍ରୋହକୁ ପ୍ରଶମିତ କରିବା ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅପରେସନ ବ୍ଲୁ-ଷ୍ଟାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କାରଣରୁ ତାଙ୍କୁ ତାଙ୍କର ସୁରକ୍ଷା ଦାୟିତ୍ବରେ ଥିବା ଶିଖ୍‌ ଅଙ୍ଗରକ୍ଷୀ ଗୁଳି କରି ହତ୍ୟା କରିଥିବା କୁହାଯାଏ । ଏହା ପରେ ଉତ୍ତର ଦିଲ୍ଲୀରେ ଶିଖ ବିରୋଧୀ ଦଙ୍ଗା ହୋଇଥିଲେ । ଏଥିରେ ଏକାଧିକ କଂଗ୍ରେସ ନେତାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଗଦୀଶ ଟାଇଟଲର ପ୍ରମୁଖ ଅଭିଯୁକ୍ତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.