ETV Bharat / bharat

ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ପରିବାରର 3 ଜଣଙ୍କୁ ନିର୍ମମ ହତ୍ୟା, ପୂର୍ବଶତୃତା ସନ୍ଦେହ

author img

By

Published : Apr 21, 2021, 11:08 AM IST

ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ପୁତ୍ର, ବୋହୂ ଓ ଚାରି ବର୍ଷିୟ ଶିଶୁକୁ ନିର୍ମମ ହତ୍ୟା । ଘଟଣାସ୍ଥଳରେ ପୋଲିସ ଉଚ୍ଚସ୍ତରୀୟ ଅଧିକାରୀ ପହଞ୍ଚି ସାଇଣ୍ଟିଫିକ ଟିମ ଓ ଡଗସ୍କାର୍ଡ ମାଧ୍ୟମରେ ତଦନ୍ତ ଜାରୀ ରଖିଛନ୍ତି ।

Congress leader Harish Kanwar, his wife and child murdered in korba
ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ହତ୍ୟାକାଣ୍ଡ,ତିନି ଜଣଙ୍କୁ ନିର୍ମମ ହତ୍ୟା

ରାୟପୁର: ଛତିଶଗଡରେ କୋର୍ବାରେ ଜଘନ୍ୟ ହତ୍ୟାକାଣ୍ଡ । ମଧ୍ୟପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ପୁତ୍ର,ବୋହୂ ଓ ଚାରି ବର୍ଷିୟ ଶିଶୁକୁ ଅତି ନିର୍ମମଭବେ ହତ୍ୟା କରାଯାଇଛି । ଘଟଣା ବୁଧବାର ଭୋର ସକାଳ 4 ଟାରେ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ଉଚ୍ଚସ୍ତରୀୟ ଅଧିକାରୀ ପହଞ୍ଚି ସାଇଣ୍ଟିଫିକ ଟିମ ଓ ଡଗସ୍କାର୍ଡ ମାଧ୍ୟମରେ ତଦନ୍ତ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ଏକତ୍ର ଥିବା ସମୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପ୍ୟାରେଲାଲ କନୱରଙ୍କ ପୁତ୍ର ତଥା କଂଗ୍ରେସ ନେତା ହରିଶ କନୱର ଓ ତାଙ୍କ ସ୍ତ୍ରୀ ଏବଂ ଚାରି ବର୍ଷିୟ ଶିଶୁକନ୍ୟାକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ଖବରମୁତାବକ ମୃତକ କଂଗ୍ରେସ ନେତା ହରିଶ କନୱର, ମା, ସ୍ତ୍ରୀ ସୁମିତ୍ରା କନୱର ଓ 4 ବର୍ଷିୟ ଶିଶୁ ଘରେ ଥିଲେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଭୋର ସକାଳୁ ଅଜଣା ଦୃବୃର୍ତ୍ତ ଜଣକ କଂଗ୍ରେସ ନେତା ହରିଶ କନୱରଙ୍କ ଘରେ ପହଞ୍ଚିିଥିଲା । କବାଟ ଖୋଲି ଘର ଭିତରେ ପ୍ରବେଶ କରିଥିଲା । ହତ୍ୟାକାରୀ ଜଣକ ପ୍ରଥମେ ହରିଶ କନୱରଙ୍କ ମାଙ୍କୁ ଗାମୁଛା ସାହାଯ୍ୟରେ ଗଳାଚିପି ହତ୍ଯା କରିବାକୁ ଚେଷ୍ଟା କରିଥିଲା । ହେଲେ ଏହି ସମୟରେ ହରିଶ କନୱରଙ୍କ ମା ବେହୋସ ହୋଇପଡିଥିଲେ । ତେବେ ମା ବେହୋଶ ହେବା ପରେ ଦୁର୍ବୃତ୍ତ ଜଣଙ୍କ ହରିଶ କନୱର ସମେତ ତିନିଜଣକୁ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଛି । ହତ୍ୟାକାଣ୍ଡ ପରେ ଗ୍ରାମବାସୀଙ୍କୁ ଡକାଇଥିଲେ ମୃତକଙ୍କ ମାତା । ଏହା ପରେ ଗ୍ରାମବାସୀ ପହଞ୍ଚିଥିଲେ । ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ହତ୍ୟାକାରୀ ଫେରାର ହୋଇଥିବା ଜଣାପଡିଛି ।ଏହି ଘଟଣାକୁ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ସନ୍ଦେହ କରାଯାଇଛି ।

ଏହି ଘଟଣାକୁ ନେଇ ଛତିଶଗଡ ସରକାରର ମନ୍ତ୍ରୀ ଜୟସିଂହ ଅଗ୍ରୱାଲ,ପୂର୍ବତନ ବିଧାୟକ ଶ୍ୟାମଲାଲା କନୱର ଘଟଣାସ୍ଥଳରେ ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାମପୁର ବିଧାନସଭା ଆସନରୁ ସ୍ବର୍ଗୀୟ ପ୍ୟାରେଲାଲ କନୱର ବିଧାୟକ ଭାବରେ ନିର୍ବାଚିତ ହେଉଥିଲେ । ସେତେବେଳେ ସେ ମଧ୍ୟପ୍ରଦେଶରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବଗ୍ରହଣ କରିଥିଲେ । ଏହି ଅଞ୍ଚଳରେ ହରିଶ କନୱରଙ୍କ ରାଜନୀତିରେ ସଂପୃକ୍ତ ରହିଥିଲେ । ବର୍ତ୍ତମାନ ଏହି ଘଟଣାରେ ପୋଲିସ ତଦନ୍ତ ଜାରୀ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.