ETV Bharat / bharat

ସୋନିଆ ହିଁ ରହିବେ କଂଗ୍ରେସ ସଭାପତି: ଗୁଲାମନବୀ

author img

By

Published : Mar 18, 2022, 10:01 PM IST

Updated : Mar 18, 2022, 10:12 PM IST

ନିକଟରେ ୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଆକ୍ସନ ମୋଡକୁ ଆସିଥିଲେ ଅନ୍ତରୀଣ ଦଳ ସଭାପତି ସୋନିଆ ଗାନ୍ଧୀ । ଏଥିସହ ୫ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ଇସ୍ତଫା ଦେବାକୁ କହିଥିଲେ ସୋନିଆ । ଅଧିକ ପଢନ୍ତୁ

ସୋନିଆ ହିଁ ରହିବେ କଂଗ୍ରେସ ସଭାପତି: ଗୁଲାମନବବୀ ଆଜାଦ୍‌

ନୂଆଦିଲ୍ଲୀ: ନିକଟରେ ୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଆକ୍ସନ ମୋଡକୁ ଆସିଥିଲେ ଅନ୍ତରୀଣ ଦଳ ସଭାପତି ସୋନିଆ ଗାନ୍ଧୀ । ଏଥିସହ ୫ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ଇସ୍ତଫା ଦେବାକୁ କହିଥିଲେ ସୋନିଆ । ତେବେ ଆଜି ୫ ରାଜ୍ୟର ପରାଜୟକୁ ନେଇ ଗୁଲାମନବୀ ଆଜାଦ୍‌ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ।

ସେହିପରି ୫ ରାଜ୍ୟ ପରାଜୟ ପରେ କଂଗ୍ରେସ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା । ମାତ୍ର ବୈଠକ ଶେଷ ପରେ ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ ସୋନିଆଙ୍କୁ ଭେଟିବା ସହ ପରଜାୟ ନେଇ ଆଲୋଚନ କରିଛନ୍ତି । ଏଥିସହ ବିରୋଧୀ ଦଳକୁ ପରାସ୍ତ କରିବାକୁ ଆଗାମୀ ବିଧାନସଭା ନିର୍ବାଚନରେ ​​ମିଳିତ ଭାବେ ଲଢିବା ପାଇଁ ଆଲୋଚନା କରିଛନ୍ତି ବୋଲି ଆଜାଦ୍‌ କହିଛନ୍ତି ।

ଅନ୍ୟପଟେ ସୋନିଆଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନ ହୋଇଛି ବୋଲି ଗୁଲାମ ନବି ଆଜାଦ୍‌ କହିଛନ୍ତି । ଏହା ସହିତ ଦଳର ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ସୋନିଆ ହିଁ ପାର୍ଟି ସଭାପତି ରହିବେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମାତ୍ର ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ଫଳାଫଳ କରିଥିଲା । ଏହାକୁ ନେଇ ଦଳ ସଭାପତି ଖପ୍ପା ହେବା ସହ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା ।

@ANI

Last Updated : Mar 18, 2022, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.