ETV Bharat / bharat

ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା କଂଗ୍ରେସର କାମ: ଅମିତ ଶାହ

author img

By

Published : Oct 15, 2022, 5:29 PM IST

ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଗୁଲ ବାଜି ସାରିଥିବାବେଳେ, ରାଜ୍ୟକୁ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଏଠାରେ ଏକ ଜନସଭାକୁ ସମ୍ବୋଧିତ କରିଥିବାବେଳେ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହ । ଅଧିକ ପଢନ୍ତୁ

ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା କଂଗ୍ରେସର କାମ: କେନ୍ଦ୍ର ଗୃହମନ୍ତ୍ରୀ ଶାହ

ସିମଲା: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ (HP Assembly Election) ଲାଗି ବାଜି ସାରିଛି ବିଗୁଲ । ଆସନ୍ତା ନଭେମ୍ବର ୧୨ ତାରିଖରେ ନିର୍ବାଚନ ଲାଗି ମତଦାନ ଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) ରାଜ୍ୟକୁ ଗସ୍ତ କରିଛନ୍ତି । ଶନିବାର ସିରମୌରରେ ଏକ ଜନସଭାରେ ବିଜେପି ନିର୍ବାଚନୀ ପ୍ରଚାର ଗୀତ 'ହିମାଚଳ କି ପୁକାର ଫିର ବିଜେପି ସରକାର' ଲଞ୍ଚ୍‌ କରିଥିବାବେଳେ କଂଗ୍ରେସ ଉପରେ ବର୍ଷିଛନ୍ତି । ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା କଂଗ୍ରେସର କାର୍ଯ୍ୟ ବୋଲି ସେ କହିଛନ୍ତି ।

  • कांग्रेसी लोगों को आग लगाए बगैर चैन नहीं आता है,

    अब हाटी समुदाय को आदिवासी का स्टेटस दे दिया तो दलित लोगों को और अनुसूचित भाई-बहनों को उकसाने के लिए कहेंगे कि आपका अधिकार चला जाएगा।

    लेकिन कोई डरने की जरूरत नहीं है, मैंने अपनी पेन से लिखकर सभी दलित समाज को सुरक्षित किया है। pic.twitter.com/q8sILvXhJi

    — BJP (@BJP4India) October 15, 2022 " class="align-text-top noRightClick twitterSection" data=" ">

ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାବେଳେ ଶାହ କହିଛନ୍ତି, "ହିମାଚଳ ପ୍ରଦେଶ ଏହି ନିର୍ବାଚନରେ ଏକ ନୂଆ ପ୍ରଥା ଆଣିବାକୁ ଯାଉଛି । ତାହା ହେଉଛି 'ଏକ ବାର ବିଜେପି, ବାର୍‌ ବାର୍‌ ବିଜେପି' । ଉତ୍ତରାଖଣ୍ଡରେ କ୍ଷମତାରେ ପରିବର୍ତ୍ତନ ଲାଗି ଅନେକ ଦିନରୁ କଂଗ୍ରେସ କହିଆସୁଛି । ମାତ୍ର ତାହା ଫଳପ୍ରଦ ହୋଇନାହିଁ । ଉତ୍ତରାଖଣ୍ଡରେ ବିଜେପି ସରକାର ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ ଭାର ଗ୍ରହଣ କରିଛି ।"

ଏହା ବି ପଢନ୍ତୁ- Himachal Assembly Poll: ନିର୍ବାଚନ ତାରିଖ ଘୋଷଣା, ଗୋଟିଏ ପର୍ଯ୍ୟାୟରେ ମତଦାନ

ଏହାସହିତ ଶାହ ହିମାଚଳ ପ୍ରଦେଶର ହାତି ସମ୍ପ୍ରଦାୟକୁ (Hati Community) ଅନୁସୂଚିତ ଜନଜାତି (ST Status) ମାନ୍ୟତା ପାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ଶାହ କହିଛନ୍ତି, "ମୋଦି ସରକାର ହାତି ସମ୍ପ୍ରଦାୟର ଦୀର୍ଘ ୫୫ ବର୍ଷର ସଂଘର୍ଷ ଉପରେ ବିରାମ ଲଗାଇଛନ୍ତି । ଶେଷରେ ଏହି ସମ୍ପ୍ରଦାୟ ଏସଟି ମାନ୍ୟତା ହାସଲ କରିଛି । ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ଯନ୍ତ୍ରଣାକୁ ହୃଦୟଙ୍ଗମ କରିଛନ୍ତି । ହିମାଚଳବାସୀଙ୍କ ସହିତ ସେ ଲଗାତାର ଭାବେ ସମ୍ପର୍କରେ ଥିବାରୁ ହିମାଚଳବାସୀଙ୍କୁ ନିଜର ବୋଲି ଗର୍ବର ସହିତ କହିଛନ୍ତି ।"

ତେବେ ବିଜେପି ହିମାଚଳପ୍ରଦେଶରେ ଦୁଇ-ତୃତୀୟାଂଶ ବହୁମତ ସହିତ କ୍ଷମତାକୁ ଫେରିବ ବୋଲି ଶାହ କହିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ଶାହ କହିଛନ୍ତି, "କଂଗ୍ରେସ ଲୋକଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ବିନା ଶାନ୍ତିରେ ବସିବ ନାହିଁ । ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ହେଉଛି କଂଗ୍ରେସର କାମ । ମାତ୍ର ପ୍ରଧାନମନ୍ତ୍ରୀ ମୋଦି ବିକାଶ ଉପରେ ଫୋକସ କରନ୍ତି ।" ଶାହଙ୍କ ଏହି ରାଲିରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ଅନ୍ୟ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ ।

ବିଜେପି ପୁଣି ଥରେ ନିର୍ବାଚନକୁ ଫେରିବା ନେଇ ମୁଖ୍ୟମନ୍ତ୍ରୀ ଠାକୁର କହିଛନ୍ତି, "ରାଜ୍ୟରେ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ଆମ ପାଇଁ କୌଣସି ସ୍ବପ୍ନଠୁ କମ ନୁହେଁ । ଏହା କେବଳ ଡବଲ-ଇଞ୍ଜିନ ସରକାର ପାଇଁ ସମ୍ଭବ ।" ସୂଚନା ଥାଉ କି ଆସନ୍ତା ନଭେମ୍ବର ୧୨ ତାରିଖରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ମତଦାନ ହେବାକୁ ଥିବାବେଳେ ଡିସେମ୍ବର ୮ ତାରିଖରେ ଫଳ ଘୋଷଣା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.