ETV Bharat / bharat

ଅଧ୍ୟକ୍ଷ ନିର୍ବାଚନ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି

କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ନିଷ୍ପତ୍ତି ନେଇପାରନ୍ତି ହାଇକମାଣ୍ଡ । ଏହାକୁ ନେଇ ରାଜସ୍ଥାନ ରାଜନୈତିକ ମହଲରରେ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ

author img

By

Published : Oct 2, 2022, 9:14 PM IST

congress high command likely to decide Rajasthan cm after congress presidential polls
ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବ, ନିଷ୍ପତ୍ତି ନେବେ ହାଇକମାଣ୍ଡ !

ନୂଆଦିଲ୍ଲୀ: ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ନିଷ୍ପତ୍ତି ନେଇପାରନ୍ତି ହାଇକମାଣ୍ଡ(Congress high command । ତେବେ ବର୍ତ୍ତମାନ ପାଇଁ ଅଶୋକ ଗେହେଲଟଙ୍କ ସ୍ଥାନ ସୁରକ୍ଷିତ ରହିଛି । ଏହାକୁ ନେଇ କଂଗ୍ରେସର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି ।

ରାଜସ୍ଥାନରେ ଗେହଲଟ-ପାଇଲଟ ମତଭେଦ ପଦାରେ ପଡ଼ିଛି । ସେହି ସମୟରେ କଂଗ୍ରେସ ଅଧ୍ୟକ୍ଷ ପଦ(Congress Presidential Polls) ରେସ୍‌ରେ ଅଶୋକ ଗେହେଲଟଙ୍କ ନାମ ସର୍ବଶୀର୍ଷରେ ରହିଥିଲା । ତେବେ ଗେହେଲଟଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ବ ନେବାପରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହାପରେ ଗେହେଲଟ ଗୋଷ୍ଠୀ ବିଧାୟକ ବିଦ୍ରୋହ ଆରମ୍ଭ କରିଥିଲେ । ଗେହେଲଟଙ୍କ ପକ୍ଷରେ ଥିବା ୧୦୦ରୁ ଅଧିକ ବିଧାୟକ ସମୁହ ଇସ୍ତଫା ଦେବାକୁ ଧମକ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୬ ବିଧାୟକ ବାଚସ୍ପତ୍ତିଙ୍କୁ ଇସ୍ତଫା ପ୍ରଦାନ ମଧ୍ୟ କରିଛନ୍ତି । ଗେହଲଟ ଗୋଷ୍ଠୀର କାହାକୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ବିଦ୍ରୋହୀ ବିଧାୟକ ଦାବି କରିଥିଲେ ।

ତେବେ ଏଭଳି ସ୍ଥିତିକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଖୋଦ ସମୀକ୍ଷା କରିଥିଲେ । ଦୁଇ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଓ ଅଜୟ ମାକନ ପହଞ୍ଚି ବିଦ୍ରୋହୀଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ । ତେବେ ସମ୍ଭବପର ହୋଇପାରିନଥିଲା । ଶାନ୍ତି ଧାରିୱାଲ ବିଧାୟକଙ୍କ ପ୍ରତିନିଧି ଭାବରେ ଆସି ସର୍ତ୍ତ ବିଷୟରେ ଆଲୋଚନା କରିଥିଲେ । ଏହାକୁ ନେଇ ସୋନିଆ ଗାନ୍ଧୀଙ୍କ ରୋଷର ଶିକାର ହୋଇଥିଲେ ଅଶୋକ ଗେହଲଟ । ତେବେ ବର୍ତ୍ତମାନ ଅଧ୍ୟକ୍ଷ ପଦ ନିର୍ବାଚନ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଗାଦି ଉପରକୁ ସଙ୍କଟ ଆସିପାରେ ବୋଲି ଆଲୋଚନା ଜୋର୍‌ ଧରିଛି ।

ବର୍ତ୍ତମାନ ରାଜସ୍ଥାନର AICC ପ୍ରଭାରୀ ଅଜୟ ମାକନ ରାଜସ୍ଥାନରେ ନେତୃତ୍ବ ପରିବର୍ତ୍ତନ କରାଇବା ନେଇ ବିଧାୟକଙ୍କ ମଧ୍ୟରେ ଏକ ସର୍ଭେ କରାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହାପୂର୍ବରୁ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ବ ନେଇଥିବା ଗେହଲଟଙ୍କ ଘନିଷ୍ଠ ଶାନ୍ତି ଧାରିୱାଲ, ମହେଶ ଜୋଶୀ ଓ ଧର୍ମେନ୍ଦ୍ର ରାଠୌରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.