ETV Bharat / bharat

ମହିଳାଙ୍କ ପ୍ରତି ଅପରାଧରେ ରାଜସ୍ଥାନରୁ ନମ୍ବର 1 କରିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 20, 2023, 3:44 PM IST

ନିର୍ବାଚନୀ ମୁହାଁ ରାଜସ୍ଥାନର ପାଲିରେ ଏକ ରାଲିକୁ ସମ୍ବୋଧନ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi adresses a rally in Rajasthan
PM Modi adresses a rally in Rajasthan

ଜୟପୁର/ରାୟପୁର: ଏତେ ଖରାରେ ଛିଡା ହୋଇ ଜନସଭାରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ବ୍ୟବସ୍ଥାରେ କମ ହୋଇଥିବାରୁ ମୁଁ ଭାଜପା କାର୍ଯ୍ୟକର୍ତ୍ତା ହିସାବରେ ସମସ୍ତଙ୍କୁ କ୍ଷମା ମାଗୁଛି । ଏ ତପର ତପସ୍ୟା କେବେ ବିଫଳ ହେବ ନାହିଁ । ମୁଁ ବିଶ୍ବାସ ଦେଉଛି ତୁମର ଏହି ତପସ୍ୟା ବେକାର ଯିବାକୁ ଦେବିନାହିଁ ବିକାଶ କରି ତାହାକୁ ଫେରାଇବି । କଲ୍ୟାଣ ଯୋଜନା ଆଣି ଏହାର ମୂଲ୍ୟ ଦେବା ପ୍ରତିଶ୍ରୁତି ଦେଉଛି । ଯେଉଁଠି ଭାଜପାର ଡବଲ ଇଞ୍ଜିନ ଯାଇଛି ସେଠାରେ ଯୋଜନା ପହଞ୍ଚିଛି ବୋଲି ନିର୍ବାଚନୀ ମୁହାଁ ରାଜସ୍ଥାନର ପାଲିରେ ଏକ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ପାଲିରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | PM Modi addressing an election rally in Rajasthan's Pali says "Today, we are working hard to become a developed nation. For this, a government which gives priority to development is needed in Rajasthan. Nothing is more important than corruption and familial politics for… pic.twitter.com/kCxVcPCc2b

    — ANI (@ANI) November 20, 2023 " class="align-text-top noRightClick twitterSection" data=" ">

ପାଲିରେ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''କଂଗ୍ରେସ ରାଜସ୍ଥାନକୁ ମହିଳାଙ୍କ ବିରୋଧରେ ଅପରାଧକୁ ନମ୍ବର ୱାନ କରିଛି । ଏଠାକାର ମୁଖ୍ୟମନ୍ତ୍ରୀ କୁହନ୍ତୁ ରାଜସ୍ଥାନ ମାଆ ଉଭଣୀ ଥାନାରେ ଅତ୍ୟାଚାରର ମିଛ ଅଭିଯୋଗ କରୁଛନ୍ତି । ଏହା କେବେ ସମ୍ଭବ କି । ସେମାନେ କେବେ ମିଛ କୁହନ୍ତୁ ନାହିଁ । ତାଙ୍କ ଅଭିଯୋଗରେ ସତ୍ୟତା ଅଛି । ଘଟଣାର ତଦନ୍ତ କରାଯିବା କହିବା ବଦଳରେ ସେମାନେ ମିଛ ଅଭିଯୋଗ କରୁଥିବା କହୁଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମହିଳାଙ୍କ ପ୍ରତି ଅପମାନ । ଅପମାନ ଦେଉଥିବା ଏହି ସରକାର ରାଜ୍ୟରୁ ବିଦା ହେବା ଦରକାର । ମୁଖ୍ୟମନ୍ତ୍ରୀଙ୍କ ନିକଟ ମନ୍ତ୍ରୀ ବିଧାନସଭାରେ ଏହି ଅତ୍ୟାଚାରକୁ ଠିକ କହି ରାଜସ୍ଥାନ ପୁରୁଷଙ୍କ ରାଜ୍ୟ ପ୍ରଦେଶ ବୋଲି କହୁଛନ୍ତି । ଏହା ବି ପୁରୁଷଙ୍କ ପ୍ରତି ଅପମାନ ।''

  • #WATCH | PM Modi, addressing an election rally in Rajasthan's Pali, says, "...In the neighbouring states of Rajasthan, there is a BJP government... There, petrol is Rs 97 per litre... But the Congress government in Rajasthan sells petrol at higher prices...I give a guarantee that… pic.twitter.com/nyXkLIiz7i

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ରାଜସ୍ଥାନର ପଡୋଶୀ ରାଜ୍ୟ ଦେଖିନିଅ ସେଠି ପେଟ୍ରୋଲ ଲିଟର ପିଛା 97 ଟଙ୍କାରେ ମିଳୁଛି । ମାତ୍ର କଂଗ୍ରେସର ରାଜସ୍ଥାନ ସରକାର 12 ଟଙ୍କା ଅଧିକ ଦାମରେ ପେଟ୍ରୋଲ ବିକୁଛି । ଆଜି ମୁଁ ରାଜସ୍ଥାନକୁ ଗ୍ୟାରେଣ୍ଟି ଦେଉଛି ଡିସେମ୍ବର 3 ତାରିଖରେ ଭାଜପା ସରକାର ହେଲେ ପେଟ୍ରୋଲ ଡିଜେଲ ଦରର ସମୀକ୍ଷା କରାଯିବ । ଏଥିରୁ ଗରିବ ପରିବାରକୁ ଲାଭ ମିଳିବ । ଆମେ ବିକଶିତ ଦେଶ ପାଇଁ କାମ କରୁଛୁ । ତେଣୁ ରାଜସ୍ଥାନର ଏପରି ସରକାର ଜରୁରୀ ଯିଏ ବିକାଶରୁ ସର୍ବୋଚ୍ଚ ପ୍ରାଥମିକତା ଦେବ । ଦୁର୍ଭାଗ୍ୟ ରାଜସ୍ଥାନରେ ଥିବା କଂଗ୍ରେସ ସରକାର ବିକାଶକୁ ପଛରେ ପକାଇ ଦେଇଛି । ଏଠାକାର କଂଗ୍ରେସ ସରକାର ପାଇଁ ଭ୍ରଷ୍ଟାଚାର ଛଡା ଆଉ କିଛି ନାହିଁ । ପରିବାରବାଦ ହିଁ ସବୁ କିଛି । ବିକୃତ ମାନସିକତା ଥିବା କଂଗ୍ରେସକୁ ଶିକ୍ଷା ଦେବାର ଆବଶ୍ୟକତା ରହିଛି । କଂଗ୍ରେସ ଓ ତାର ଘମଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଶେଷ କରିବାକୁ ଚାହୁଁଛି ।''

  • #WATCH | PM Modi addressing an election rally in Rajasthan's Pali says, "...Wherever there is the double-engine government of BJP, every scheme of the central government is implemented on the ground faster, or the state governments of the BJP add something to it... Wherever there… pic.twitter.com/WdiBqBIKpD

ଏହା ବି ପଢନ୍ତୁ...ଲାଲ ଡାଏରୀ ପୃଷ୍ଠା ଖୋଲୁଛି ଗେହଲଟଜୀଙ୍କ ଫ୍ୟୁଜ ଉଡୁଛି: ପ୍ରଧାନମନ୍ତ୍ରୀ

  • #WATCH | In Pali, PM Modi says, "Congress has made Rajasthan number one in crimes against women. The CM says that the complaints filed by the women are fake. Can it ever happen that a woman in our country files a fake case? The CM should say that a probe is underway, and not that… pic.twitter.com/ni3VZLsANM

ପ୍ରକାଶ ଥାଉ କି, ଦେଶରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି । ମିଜୋରାମ, ଛତିଶଗଡ ଓ ମଧ୍ୟପ୍ରଦେଶରେ ନିର୍ବାଚନ ଶେଷ ହୋଇଛି । ଆସନ୍ତା 25 ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ 2.73 କୋଟି ପୁରୁଷ ଭୋଟର ଓ 2.52 କୋଟି ମହିଳା ଭୋଟର ଥିବାବେଳେ 22.04 ଲକ୍ଷ ପ୍ରଥମ ଥର ଭୋଟ ହେବେ । ଡିସେମ୍ବର 3 ତାରିଖରେ ସମସ୍ତ 5 ରାଜ୍ୟର ଜନାଦେଶ ପ୍ରକାଶ ପାଇବ । କଂଗ୍ରେସ ଶାସନଧୀନ ରାଜସ୍ଥାନରେ 2024 ଜାନୁଆରୀ 14 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ରାଜ୍ୟରେ 200ଟି ଆସନରେ ମତଦାନ ହେବ । 2018 ନିର୍ବାଚନରେ କଂଗ୍ରେସ ବାଜି ମାରି ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.