ETV Bharat / bharat

ପ୍ରତିଶୃତି ପୂରଣ ନ କରିବାରେ ଇତିହାସ ସୃଷ୍ଟି କରିଛି କଂଗ୍ରେସ: AIMIM ମୁଖ୍ୟ ଓୱେସୀ - ନିର୍ବାଚନୀ ପ୍ରତିଶୃତି

Telangana Assembly election:ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଉପରେ ବର୍ଷିଲେ ଏଆଇଏମଆଇଏମ ମୁଖ୍ୟ ଓୱେସୀ । କହିଲେ କଂଗ୍ରେସ ପ୍ରତିଶୃତି ପୂରଣ ନ କରିବାରେ ଇତିହାସ ସୃଷ୍ଟି କରିଛି । ଅଧିକ ପଢନ୍ତୁ

AIMIM chief Owaisi
AIMIM chief Owaisi
author img

By ETV Bharat Odisha Team

Published : Nov 17, 2023, 4:44 PM IST

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ବାଜି ସାରିଛି ବିଗୁଲ । ଆସନ୍ତା ୩୦ ତାରିଖରେ ପଡ଼ିବ ଭୋଟ । ଏହା ପୂର୍ବରୁ ତେଲେଙ୍ଗାନାବାସୀଙ୍କୁ ୬ ଗ୍ୟାରେଣ୍ଟି ଦେଇଥିବା କଂଗ୍ରେସକୁ ସମାଲୋଚନା କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ପ୍ରତିଶୃତି ପୂରଣ ନ କରିବାରେ କଂଗ୍ରେସ ଇତିହାସ ସୃଷ୍ଟି କରିଛି । କର୍ଣ୍ଣାଟକରେ କଂଗ୍ରେସ ୫ ଗ୍ୟାରେଣ୍ଟି ନେଇ ଘୋଷଣା କରିଥିଲା । ହେଲେ କ୍ଷମତାକୁ ଆସିବା ପରେ ଗରିବ ମେଧାବୀ ଛାତ୍ରଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତାକୁ ବନ୍ଦ କରାଯାଇଥିବା ବେଳେ ଚାଷୀଙ୍କ ନିକଟରେ ପହଞ୍ଚିପାରିନି ବିଦ୍ୟୁତ ସେବା । ଏଭଳି ଢଙ୍ଗରେ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି ଓୱେସୀ ।

ଏନେଇ ଓୱେସୀ କହିଛନ୍ତି, " କଂଗ୍ରେସ ଭୋଟରଙ୍କୁ ଧକ୍କା ଦେଇଛି । ଏହା ସର୍ବ ପୁରାତନ ଦଳ ହୋଇଥିଲେ ସୁଦ୍ଧା ଲୋକଙ୍କୁ ଗୋଟିଏ ପରେ ଗୋଟିଏ ପ୍ରତିଶୃତି ଦେଉଛି । ଯଦି ଭୋଟର ଦଳକୁ ବିପୁଳ ମାତ୍ରାରେ ସମର୍ଥନ କରି ସରକାର ଗଠନ କରିବାରେ ସହାୟକ ହେବେ ତେବେ ସମସ୍ତ ଆବଶ୍ୟକ ଦାବି ପୂରଣ ପାଇଁ ପ୍ରତିଶୃତି ଦେଉଛନ୍ତି । ଏହା ନିର୍ବାଚନୀ ଋତୁ । ସେମାନେ ନିଜ ଇଚ୍ଛା ମୁତାବକ ପ୍ରତିଶୃତି ଦେବେ । ତେବେ ବାସ୍ତବରେ ଏହା ପୂରଣ ହେବ କି ନାହିଁ ତାହା ଅଲଗା କଥା । ଆପଣାନେ କର୍ଣ୍ଣାଟକକୁ ଉଦାହରଣ ଭାବେ ନେଇପାରିବେ । କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବା ପରେ ଗରିବ ମେଧାବୀ ଛାତ୍ରଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ବନ୍ଦ ପରେ ଚାଷୀଙ୍କ ନିକଟରେ ପହଞ୍ଚୁନି ବିଦ୍ୟୁତ ସେବା । କଂଗ୍ରେସ କେବେ ହେଲେ ନିଜ ପ୍ରତିଶୃତି ପୂରଣ କରେନି । ସେମାନେ କ୍ଷମତା ପାଇଁ ପ୍ରତିଶୃତି ଦିଅନ୍ତି, ଯେଉଁଥିରେ ସେମାନେ ଇତିହାସ ସୃଷ୍ଟି କରିଛନ୍ତି ।"

ଏହା ବି ପଢନ୍ତୁ- ତେଲେଙ୍ଗାନା ବିଧାନସଭା ନିର୍ବାଚନ: ବିଆରଏସ-କଂଗ୍ରେସ-ବିଜେପି ମଧ୍ୟରେ ମେଗା ବ୍ୟାଟେଲ

ତେଲେଙ୍ଗାନାରେ ଆସନ୍ତା ୩୦ ତାରିଖରେ ବିଧାନସଭା ନିର୍ବାଚନ ଲାଗି ପଡ଼ିବ ଭୋଟ । ତେବେ AIMIM ଯେଉଁ ୯ଟି ଆସନରେ ପ୍ରାର୍ଥୀ ଦେଇଛି, ସେଠାରୁ ବିପୁଳ ବିଜୟ ହାସଲ କରିବ ବୋଲି ଓୱେସୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏନେଇ ସେ କହିଛନ୍ତି, " ଆମେ ଭଲ ଭାବରେ ପ୍ରଚାର କରୁଛୁ । ଦଳର ବିଶେଷତ୍ବ ହେଉଛି ଏହା ନିର୍ବାଚନ ସମୟରେ ପ୍ରସ୍ତୁତ ହୁଏ ନାହିଁ, ବରଂ ୧୨ ମାସ ଧରି ଲୋକଙ୍କ ସାଥୀରେ ରହିଥାଏ । ଏଣୁ ଆମେ ଆଶା କରୁଛୁ ଦଳର ସମସ୍ତ ବିଧାୟକ ନିର୍ବାଚନ ଜିତନ୍ତୁ । ଆମେ ରାଜେନ୍ଦ୍ର ନଗର ଓ ଜୁବିଲି ହିଲ୍ସ ଆସନରୁ ମଧ୍ୟ ନିର୍ବାଚନ ଜିତିବାକୁ ଆଶା ରଖିଛୁ ।"

କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ବିଜେପି ସଭାପତି ଜି କ୍ରୀଷ୍ଣା ରେଡ୍ଡୀ ଦୃଢୋକ୍ତି ପ୍ରକାଶ କରି କହିଥିଲେ ଯେ ଚଳିତ ନିର୍ବାଚନରେ ତେଲେଙ୍ଗାନାରେ ବୁଲଡୋଜର ସରକାର କ୍ଷମତାକୁ ଆସିବ । ଏହା ଉପରେ ପ୍ରତିକ୍ରିୟା ରଖି ଓୱେସୀ କହିଛନ୍ତି ଯେ ବୁଲଡୋଜର ହେଉଛି ବିନାଶର ସଙ୍କେତ । ଏଣୁ ତେଲେଙ୍ଗାନାରେ ବିଜେପି ଆସିଲେ ରାଜ୍ୟର ବିନାଶ ହେବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.