ETV Bharat / bharat

Congress CWC Board: ମହିଳାଙ୍କୁ ମିଳିଲା ଗୁରୁତ୍ବ ! କମିଟିରେ ସୋନିଆ, ପ୍ରିୟଙ୍କାଙ୍କ ସମେତ 15ନେତ୍ରୀ

author img

By ETV Bharat Odisha Team

Published : Aug 22, 2023, 7:34 PM IST

କଂଗ୍ରେସ କାର୍ଯ୍ୟକାରୀ କମିଟି(cwc)ରେ ମହିଳାଙ୍କୁ ମିଳିଛି ଗୁରୁତ୍ବ । କମିଟିରେ ସୋନିଆ ପ୍ରିୟଙ୍କାଙ୍କ ସମେତ 15 ନେତ୍ରୀ । 20 ତାରିଖରେ ଏହି କମିଟିର ପୁନର୍ଗଠନ କରିଥିଲେ ଖଡଗେ । ଅଧିକ ପଢନ୍ତୁ

Congress CWC board: ମହିଳାଙ୍କୁ ମିଳିଛି ଗୁରୁତ୍ବ ! କମିଟିରେ 15 ମହିଳା

ନୂଆଦିଲ୍ଲୀ: କଂଗ୍ରେସ ପୁନର୍ଗଠନ କରିଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକରେ ସାମିଲ ହୋଇଛନ୍ତି 15 ଜଣ ମହିଳା । ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦଳର ଏହି ସର୍ବୋଚ୍ଚ ନୀତି ନିର୍ଣ୍ଣୟକାରୀ କମିଟିରେ ମହିଳାଙ୍କୁ ଗୁରୁତ୍ବ ମିଳିଥିବା କଥା ଦଳ କହିଛି । ଏହି ନିଷ୍ପତ୍ତି ମହିଳା ସଶକ୍ତିକରଣର ପ୍ରତି କଂଗ୍ରେସର ପ୍ରତିବଦ୍ଧତା ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଅଗଷ୍ଟ 20 ତାରିଖରେ ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ପୁନର୍ଗଠନ ହୋଇଥିବା କଂଗ୍ରେସ ୱାର୍କିଂ କମିଟି(CWC)ରେ ଦଳର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ 15 ଜଣ ମହିଳା ସଦସ୍ୟା ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଦଳର ବରିଷ୍ଠ ନେତ୍ରୀ ଅମ୍ବିକା ସୋନି, କୁମାରୀ ସେଲଜା, ମୀରା କୁମାର, ରଜନୀ ପାଟିଲ, ଦୀପା ଦାସ ମୁନସି, ପ୍ରତୀଭା ସିଂ, ମିନାକ୍ଷୀ ନଟରାଜନ୍, ଫୁଲ ଦେବୀ ନେତାମ, ଯଶୋମତି ଠାକୁର, ପ୍ରଣୀତି ସିନ୍ଦେ, ସୁପ୍ରିୟା ଶ୍ରୀନେତ, ଅଲକା ଲାମ୍ବାଙ୍କ ନାମ ରହିଛି ।

ଏଆଇସିସି ସାଧାରଣ ସମ୍ପାଦିକା ତଥା CWC ସଦସ୍ୟା କୁମାରୀ ସେଲଜା କହିଛନ୍ତି, “ଆମର ନେତ୍ରୀ ସୋନିଆ ଗାନ୍ଧୀ ଦଳରେ ଅଧିକ ପ୍ରତିନିଧିତ୍ୱ ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧ । ଏଥର 15 ନେତ୍ରୀଙ୍କୁ ଦଳର କାର୍ଯ୍ୟକାରୀ କମିଟିରେ ସ୍ଥାନ ମିଳିଛି । ଟିକେଟ୍ ଆବଣ୍ଟନ ସମୟରେ ମଧ୍ୟ ଦଳ ମହିଳାଙ୍କ ପ୍ରତି ସମାନ ଗୁରୁତ୍ୱର ସହ ବିଚାର କରିବ ।’’ ସେହିପରି ଜମ୍ମୁ କାଶ୍ମୀର ଦାୟିତ୍ୱରେ ଥିବା ଏଆଇସିସି ଏବଂ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟା ରଜନୀ ପାଟିଲଙ୍କ ଅନୁଯାୟୀ, କଂଗ୍ରେସ ସର୍ବଦା ମହିଳା ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଲୋକସଭା ତଥା ରାଜ୍ୟସଭାରେ ସେମାନଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷଣକୁ ସମର୍ଥନ କରୁଛି । କିନ୍ତୁ ଏ ଦିଗରେ ଶାସକ ବିଜେପି କୌଣସି ଆଇନ ପ୍ରଣୟନ କରୁନାହିଁ ।

ଏହା ମଧ୍ୟ ପଢନ୍ତୁ:-Lok Sabha polls: କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ପୁନଃଗଠନ କଲେ ଖଡଗେ

ଚଳିତ ଥର ଖଡଗେ ଗଠନ କରିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟିରେ 39 ସଦସ୍ୟ, 18 ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ 9 ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ସମେତ ମୋଟ 84 ସଦସ୍ୟ ରହିଛନ୍ତି । ଜାତିବର୍ଗରେ ଦେଖିଲେ, ଅନୁସୂଚୀତ ଜାତି (ଏସସି) ସଦସ୍ୟଙ୍କ ସଂଖ୍ୟା 12, ଅନୁସୂଚୀତ ଜନଜାତି (ST) ରୁ 4 ସଦସ୍ୟ, ଅନ୍ୟାନ୍ୟ ପଛୁଆ ବର୍ଗ (OBC) ରୁ 16, ସଂଖ୍ୟାଲଘୁ ବର୍ଗରୁ 9 ସଦସ୍ୟ, ମହିଳାଙ୍କ ସଂଖ୍ୟା 15 ଏବଂ ସାଧାରଣ ବର୍ଗରୁ ମୋଟ 43 ସଦସ୍ୟଙ୍କୁ ସ୍ଥାନ ମିଳିଛି । ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ଏବଂ ମହିଳାଙ୍କ ମିଳିତ ଆନୁପାତିକ ସଂଖ୍ୟା କମିଟିର ମୋଟ ସଂଖ୍ୟାର 66.6 ପ୍ରତିଶତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.