ETV Bharat / bharat

'କଂଗ୍ରେସ ଜାଣିନାହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେତେ ଗାଳି କରିବ, ସେ ସେତେ ଚମକିବେ' - ଅମିତ ଶାହ

କର୍ଣ୍ଣାଟକ ନାବାଲଗଣ୍ଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେତେ ଗାଳି କରିବ, ସେ ସେତେ ଚମକିବେ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 28, 2023, 9:31 PM IST

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ବରେ ସମ୍ମାନ ଦିଆଯାଉଛି । ହେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଅସମ୍ମାନ କରୁଛନ୍ତି । ମଲ୍ଲିକାର୍ଜୁନ ଆମ ପ୍ରଧାନମନ୍ତ୍ରୀଙ୍କୁ 'ବିଷଧର ସାପ' ବୋଲି ମଧ୍ୟ କହିଛନ୍ତି । ମାତ୍ର କଂଗ୍ରେସ ଜାଣିନାହିଁ, ଆପଣମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେତେ ଗାଳି କରିବେ, ସେ ସେତେ ଚମକିବେ । କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇ କେବେ ହେଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିପାରିବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିଷଧର ସାପ ମନ୍ତବ୍ୟ ଉପରେ ଏଭଳି କଂଗ୍ରେସ ଉପରେ ବର୍ଷିଛନ୍ତି ଶାହ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ନାବାଲଗଣ୍ଡ ନିର୍ବାଚନ ମଣ୍ଡଳୀରେ ଏକ ଜନସଭାରେ ଏପରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସେ ଆହୁରି କହିଛନ୍ତି, "ଗୋଟିଏ ପରେ ବିରୋଧୀ ଦଳ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କାର୍ଯ୍ୟ କରୁଥିବା ବେଳେ ଏପଟେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ନେତୃତ୍ବ ନେଉଛନ୍ତି । ତେବେ ଚଳିତ ନିର୍ବାଚନରେ ଏହା ସ୍ପଷ୍ଟ ହୋଇଯିବ ଯେ କର୍ଣ୍ଣାଟକବାସୀ କଣ ଚାହୁଁଛନ୍ତି । ସେମାନେ ଡବଲ ଇଞ୍ଜିନ ସରକାରଙ୍କୁ ଭୋଟ ଦେବେ ନା ରିଭର୍ସ ଗିଅର ସରକାର (କଂଗ୍ରେସ)କୁ ଭୋଟ ଦେବେ ।"

ଏହା ବି ପଢନ୍ତୁ- କର୍ଣ୍ଣାଟକ ଜନସଭାରେ କଂଗ୍ରେସକୁ ଟାର୍ଗେଟ, ନଡ୍ଡା କହିଲେ UPA ସମୟରେ ହୋଇଛି ୮୦ରୁ ଅଧିକ ସାମ୍ପ୍ରଦାୟିକ ଦଙ୍ଗା

କଂଗ୍ରେସକୁ ସମାଲୋନଚା କରି ଶାହ ଆହୁରି କହିଛନ୍ତି ଯେ ଦେଶର ଚାଷୀମାନଙ୍କୁ ସମ୍ମାନ କଂଗ୍ରେସ ସମ୍ମାନ ଦେଉନାହିଁ । ସେମାନଙ୍କ ଉପରକୁ ଲାଠି ଚାର୍ଜ କରିଛି । ଏପରି କରି କଂଗ୍ରେସ ନାଭାଲଗଣ୍ଡବାସୀଙ୍କୁ ଭୋଟ ମାଗିବାର କ୍ଷମତା ହରାଇଛି ବୋଲି କହିଛନ୍ତି ଶାହ । ହେଲେ ଏପଟେ ଡବଲ ଇଞ୍ଜିନ ସରକାର ସର୍ବଦା ରାଜ୍ୟର ବିକାଶ ଉପରେ ଗୁରୁତ୍ ଦେଇଛି । ରାଜ୍ୟବାସୀଙ୍କ ଲାଗି ଅନେକ ବିକାଶମୂଳକ କାର୍ଯ୍ୟ କରିଛି । ତେବେ କେବଳ ଗରିବ ଶ୍ରେଣୀର ବ୍ୟକ୍ତିମାନେ ଗରିବ ଲୋକଙ୍କ ଦୁଃଖ ବୁଝିପାରିବେ । 'କଂଗ୍ରେସ ଶେହଜାଦା' ଗରିବଙ୍କ ଦୁଃଖ ବୁଝିପାରିବେ ନାହିଁ ବୋଲି ସେ କହିଛନ୍ତି ।

ବିଜେପି ସର୍ବଦା କର୍ଣ୍ଣାଟକ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛି । ଏଣୁ ଆଜି ପିପୁଲ୍ସ ଫଣ୍ଟ ଅଫ ଇଣ୍ଡିଆ (PFI)କୁ ବ୍ୟାନ କରିଛି । ନାବାଲଗଣ୍ଡ ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କୁ ସମ୍ବୋଧିତ କରି କଂଗ୍ରେସର ବିଫଳତା, ଦୋଷ ଦୁର୍ବଳତାକୁ ବଖାଣିଛନ୍ତି ଶାହ । ରାଜ୍ୟର ବିକାଶ ଚାହୁଁଥିଲେ ବିଜେପିକୁ ଭୋଟ ଦେବା ଲାଗି ଆହ୍ବାନ ଦେଇଛନ୍ତି । ସୂଚନା ଥାଉ କି ଆସନ୍ତା ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ପଡ଼ିବ ଭୋଟ । ଦିନ ପାଖେଇ ଆସୁଥିବା ବେଳେ ବିଜେପିର ହେଭିୱେଟ ନେତା ରାଜ୍ୟରେ ପ୍ରଚାର କରୁଛନ୍ତି । ଏଥିଲାଗି ବିଜେପି ଓ କଂଗ୍ରେସ ମଧ୍ୟରେ ଲାଗାତାର ଭାବେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.