ETV Bharat / bharat

କଂଗ୍ରେସ CWC ବୈଠକ ଆରମ୍ଭ, ହାଇକମାଣ୍ଡ ପରିବର୍ତ୍ତନ ଚର୍ଚ୍ଚାରେ ପଡିପାରେ ପୂର୍ଣ୍ଣଚ୍ଛେଦ ! - କଂଗ୍ରେସ ଉଚ୍ଚସ୍ତରୀୟ ବୈଠକ

ଆରମ୍ଭ ହେଲା କଂଗ୍ରେସ CWC ବୈଠକ । ଅଧ୍ୟକ୍ଷତା କରୁଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାହୁଲ, ପ୍ରିୟଙ୍କାଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ । ଆସିପାରେ କିଛି ବଡ ନିଷ୍ପତ୍ତି । ଅଧିକ ପଢନ୍ତୁ

କଂଗ୍ରେସ CWC ବୈଠକ ଆରମ୍ଭ, ହାଇକମାଣ୍ଡ ପରିବର୍ତ୍ତନ ଚର୍ଚ୍ଚାରେ ପଡିପାରେ ପୂର୍ଣ୍ଣଚ୍ଛେଦ !

author img

By

Published : Mar 13, 2022, 5:08 PM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଛି କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ । କିଛି ସମୟ ପୂର୍ବରୁ ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ଏହି ବୈଠକ ଆରମ୍ଭ ହୋଇଛି । ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବାବେଳେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ବରିଷ୍ଠ ଦଳୀୟ ନେତାମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ନିକଟରେ 5 ରାଜ୍ୟରେ ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ନେଇ ପରାଜୟ କାରଣ ଖୋଜୁଛି ଦଳ ।

ଅନ୍ୟପଟେ ବିଧାନସଭା ଫଳାଫଳ ପରେ କଂଗ୍ରେସର ଶୀର୍ଷ ନେତୃତ୍ବ ପରବର୍ତ୍ତନ ହେବା ନେଇ ଲାଗି ରହିଥିବା ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିପାରେ ବୋଲି ମଧ୍ୟ ଆଶା କରାଯାଉଛି । ଗତକାଲି କିଛି ଜାତୀୟ ଗଣମାଧ୍ୟମରେ ଦଳର ବର୍ତ୍ତମାନ ଅନ୍ତରୀଣ ଅଧ୍ୟକ୍ଷା ଦାୟିତ୍ବରେ ଥିବା ସୋନିଆ ଗାନ୍ଧୀ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଇଥିଲା । ତେବେ ଏପରି ଚର୍ଚ୍ଚାକୁ ଦଳ ପକ୍ଷରୁ ଖଣ୍ଡନ କରାଯାଇଥିଲା । ଆଜି ବୈଠକ ଜାରି ରହିଥିବାବେଳେ ଆଉ କିଛି ସମୟ ପରେ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.