ଜୟପୁର: ରାଜସ୍ଥାନ ଶ୍ରୀକରଣପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସର ବାଜିମାତ । ବିଜେପି ପ୍ରାର୍ଥୀ ତଥା ରାଜ୍ୟ କ୍ୟାବିନେଟର ମନ୍ତ୍ରୀ ସୁରେନ୍ଦ୍ର ପାଲ ସିଂ ଟିଟିଙ୍କୁ ପଛରେ ପକାଇ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ରୁପିନ୍ଦର ସିଂ କୁନ୍ନର । କଂଗ୍ରେସ ପ୍ରାର୍ଥୀ ରୁପେନ୍ଦ୍ର ସିଂ କୁନ୍ନର ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ପାଲ ସିଂ ଟିଟିଙ୍କୁ ପ୍ରାୟ 11 ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସୁରେନ୍ଦ୍ର ପାଲ ସିଂ ବିଜେପି ନବଗଠିତ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଜି ତାଙ୍କୁ ଉପନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଛି । ସେ ଇସ୍ତଫା ଦେବା ଏକପ୍ରକାର ନିଶ୍ଚିତ ହୋଇଛି ।
-
श्रीकरणपुर में कांग्रेस प्रत्याशी श्री रुपिन्दर सिंह कुन्नर को जीत की हार्दिक बधाई एवं शुभकामनाएं। यह जीत स्व. गुरमीत सिंह कुन्नर के जनसेवा कार्यों को समर्पित है।
— Ashok Gehlot (@ashokgehlot51) January 8, 2024 " class="align-text-top noRightClick twitterSection" data="
श्रीकरणपुर की जनता ने भारतीय जनता पार्टी के अभिमान को हराया है। चुनाव के बीच प्रत्याशी को मंत्री बनाकर आचार संहिता…
">श्रीकरणपुर में कांग्रेस प्रत्याशी श्री रुपिन्दर सिंह कुन्नर को जीत की हार्दिक बधाई एवं शुभकामनाएं। यह जीत स्व. गुरमीत सिंह कुन्नर के जनसेवा कार्यों को समर्पित है।
— Ashok Gehlot (@ashokgehlot51) January 8, 2024
श्रीकरणपुर की जनता ने भारतीय जनता पार्टी के अभिमान को हराया है। चुनाव के बीच प्रत्याशी को मंत्री बनाकर आचार संहिता…श्रीकरणपुर में कांग्रेस प्रत्याशी श्री रुपिन्दर सिंह कुन्नर को जीत की हार्दिक बधाई एवं शुभकामनाएं। यह जीत स्व. गुरमीत सिंह कुन्नर के जनसेवा कार्यों को समर्पित है।
— Ashok Gehlot (@ashokgehlot51) January 8, 2024
श्रीकरणपुर की जनता ने भारतीय जनता पार्टी के अभिमान को हराया है। चुनाव के बीच प्रत्याशी को मंत्री बनाकर आचार संहिता…
ସ୍ଥାନୀୟ ବିଧାୟକ ତଥା ଚଳିତ ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଗୁରୁମିତ ସିଂ କୁନ୍ନରଙ୍କ ଦେହାନ୍ତ ହେବା ପରେ ଏହି ଆସନରେ ଭୋଟିଂ ସ୍ଥଗିତ ରଖିଥିଲେ ନିର୍ବାଚନ ଆୟୋଗ । ପରବର୍ତ୍ତୀ ସମୟରେ ଉପନିର୍ବାଚନ ଘୋଷଣା ହୋଇଥିଲା । କଂଗ୍ରେସ ଦିବଙ୍ଗତ ବିଧାୟକ ଗୁରୁମିତ ସିଂ କୁନ୍ନରଙ୍କ ପୁଅ ରୁପିନ୍ଦର ସିଂ କୁନ୍ନରଙ୍କୁ ଟିକେଟ୍ ଦେଇ ସିମ୍ପାତି ଭୋଟ ସଂଗ୍ରହ କରିବା ପାଇଁ ପ୍ରୟାସ କରିଥିଲା । ଯାହା ଦଳ ପାଇଁ ଠିକ ନିଷ୍ପତ୍ତି ମଧ୍ୟ ସାବ୍ୟସ୍ତ ହୋଇଛି । ରୁପିନ୍ଦରଙ୍କ ବିଜୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଯୁବନେତା ସଚିନ ପାଇଲଟ ଓ କଂଗ୍ରେସର ବହୁ ବରିଷ୍ଠ ନେତା ଟ୍ବିଟ କରି ରୁପିନ୍ଦର ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଶୋକ ଗେହେଲଟ ଏହି ବିଜୟଙ୍କୁ ଦଳର ଦିବଙ୍ଗତ ନେତା ଗୁରମିତ ସିଂ କୁନ୍ନରଙ୍କ ବିଜୟ ଭାବେ ସମର୍ପିତ କରିଛନ୍ତି ।
-
श्रीकरणपुर विधानसभा उपचुनाव में श्री रुपिंदर सिंह कुन्नर जी के विजयी होने पर उन्हें शुभकामनाएं।
— Sachin Pilot (@SachinPilot) January 8, 2024 " class="align-text-top noRightClick twitterSection" data="
स्व. श्री गुरमीत सिंह कुन्नर जी द्वारा किए गए जनहित, जनकल्याण एवं क्षेत्र के विकास के कार्यों को अपने हृदय में रखकर जनता ने मतदान किया था।
मुझे खुशी है कि श्रीकरणपुर की स्वाभिमानी… pic.twitter.com/Iu63EWGwEU
">श्रीकरणपुर विधानसभा उपचुनाव में श्री रुपिंदर सिंह कुन्नर जी के विजयी होने पर उन्हें शुभकामनाएं।
— Sachin Pilot (@SachinPilot) January 8, 2024
स्व. श्री गुरमीत सिंह कुन्नर जी द्वारा किए गए जनहित, जनकल्याण एवं क्षेत्र के विकास के कार्यों को अपने हृदय में रखकर जनता ने मतदान किया था।
मुझे खुशी है कि श्रीकरणपुर की स्वाभिमानी… pic.twitter.com/Iu63EWGwEUश्रीकरणपुर विधानसभा उपचुनाव में श्री रुपिंदर सिंह कुन्नर जी के विजयी होने पर उन्हें शुभकामनाएं।
— Sachin Pilot (@SachinPilot) January 8, 2024
स्व. श्री गुरमीत सिंह कुन्नर जी द्वारा किए गए जनहित, जनकल्याण एवं क्षेत्र के विकास के कार्यों को अपने हृदय में रखकर जनता ने मतदान किया था।
मुझे खुशी है कि श्रीकरणपुर की स्वाभिमानी… pic.twitter.com/Iu63EWGwEU
ରାଜ୍ୟରେ ସରକାର ଗଠନ କରିବାରେ ବିଜେପି ସଫଳ ହୋଇଥିଲେ ସୁଦ୍ଧା ଦଳକୁ ଏହି ଉପନିର୍ବାଚନରେ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଛି । ବିଜେପି ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ସୁରେନ୍ଦ୍ର ପାଲ ସିଂ ଟିଟି ଉପନିର୍ବାଚନ ଜିତିପାରି ନାହାନ୍ତି । ଆଜିର ଫଳାଫଳ ସହ ବିଜେପିର ସଂଖ୍ୟା ପୂର୍ବପରି 115 ରେ ସ୍ଥିର ଥିବା ବେଳେ କଂଗ୍ରେସ ବିଧାୟକ ସଂଖ୍ୟା 79 ରୁ 80 କୁ ବୃଦ୍ଧି ପାଇଛି । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ବହୁମତ ହାସଲ କରିବା ସହ ଭଜନଲାଲ ଶର୍ମାଙ୍କ ନେତୃତ୍ବରେ ସରକାର ଗଠନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ