ETV Bharat / bharat

INDIA Bloc: ‘ଆମେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟ ଦାୟିତ୍ବ ଦେଲୁ, ସେମାନେ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ’ - କଂଗ୍ରେସକୁ ନୀତିଶଙ୍କୁ ଟାର୍ଗେଟ

ଇଣ୍ଡିଆ ମେଣ୍ଟର ନେତୃତ୍ବ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କଲେ ନୀତିଶ । କହିଲେ ମେଣ୍ଟ ଦାୟିତ୍ବ ଛାଡି କଂଗ୍ରେସ ଏବେ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ଅଧିକ ପଢନ୍ତୁ

‘ଆମେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟ ଦାୟିତ୍ବ ଦେଲୁ, ସେମାନେ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ’

author img

By ETV Bharat Odisha Team

Published : Nov 2, 2023, 3:47 PM IST

ପାଟନା: 2024 ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଲଢିବାକୁ ଅଣ୍ଟା ଭିଡିଥିବା ‘ଇଣ୍ଡିଆ’ ମେଣ୍ଟରେ ଚାଲିଥିବା ଅନ୍ତଃକନ୍ଦଳକୁ ପୁଣି ପଦାରେ ପକାଇଛନ୍ତି ମେଣ୍ଟର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଯେଉଁ ଉଦ୍ଦେଶ୍ୟରେ ମେଣ୍ଟ ଗଠନ କରାଯାଇଥିଲା ତାହା ସେଦିଗରେ ଆଖିଦୃଶିଆ ଆଗେଇ ପାରିନି । ଏଥିପାଇଁ ନୀତିଶ ମେଣ୍ଟର ନେତୃତ୍ବ ନେଉଥିବା ପ୍ରମୁଖ ବିରୋଧୀ ଦଳ କଂଗ୍ରେସକୁ ଦୋଷାରୋପ କରିଛନ୍ତି । କଂଗ୍ରେସକୁ ସାଧାରଣ ନିର୍ବାଚନ ପାଇଁ ମେଣ୍ଟର ନେତୃତ୍ବ ଦିଆଯାଇଥିଲା । ମାତ୍ର କଂଗ୍ରେସ ଏବେ 5 ରାଜ୍ଯରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅଧିକ ରୁଚି ରଖୁଥିବା ନୀତିଶ କହିଛନ୍ତି ।

  • #WATCH | In Patna, Bihar CM Nitish Kumar says, "...We spoke with all the parties, urged them to unite and protect the country from those who are trying to alter its history. For this, meetings were held in Patna and elsewhere. INDIA Alliance was formed but nothing much is… pic.twitter.com/Kwe84TpQbK

    — ANI (@ANI) November 2, 2023 " class="align-text-top noRightClick twitterSection" data=" ">

ଆଜି ରାଜଧାନୀ ପାଟନାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ପକ୍ଷରୁ ଆୟୋଜିତ ‘ବିଜେପି ହଟାଓ,ଦେଶ ବଚାଓ’ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ନୀତିଶ ଏହି ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, ‘‘ଆମେ ମେଣ୍ଟ ଗଠନ କରିଥିଲୁ । କଂଗ୍ରସକୁ ଏହାର ନେତୃତ୍ବ ନେବା ପାଇଁ ସମର୍ଥନ କରିଥିଲୁ । ମାତ୍ର ଏ ଦିଗରେ ସେପ୍ରକାର କାମ ଆଗେଇ ପାରିନି । କଂଗ୍ରେସ ମେଣ୍ଟକୁ ସୁଦୃଢୀକରଣ ପରିବର୍ତ୍ତେ ଏବେ 5 ରାଜ୍ଯରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଅଧିକ ଆଗ୍ରହୀ ନଜର ଆସୁଛି । ସେମାନେ ବିଧାନସଭା ନିର୍ବାଚନ କାର୍ଯ୍ୟରେ ହିଁ ଲାଗିଛନ୍ତି । ’’

ଆହୁରି ମଧ୍ୟ ନୀତିଶ କହିଛନ୍ତି, ଏହି ସ୍ଥିତି ସତ୍ତ୍ବେ ମଧ୍ୟ ମେଣ୍ଟ ତାର ଲଢେଇ ବନ୍ଦ କରିବ ନାହିଁ । ମେଣ୍ଟର ପରବର୍ତ୍ତୀ ବୈଠକ 5 ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ପରେ ହେବ । ଏବେ ବିଜେପି ସରକାର ଦେଶର ଇତିହାସ ଓ ଲିଗାସିକୁ ପରିବର୍ତ୍ତନ କରିବାରେ ଲାଗିଛି । ଏହା ବିରୋଧରେ ଆମେ ବିରୋଧୀ ଦଳଙ୍କୁ ଏକାଠି କରି ମେଣ୍ଟ ଗଠନ କଲୁ । ବିଜେପି ବିରୋଧରେ ମେଣ୍ଟ ତାର ଲଢେଇ ଜାରି ରଖିବ ।

ଏହା ମଧ୍ୟ ପଢନ୍ତୁ :-ED ଜାଲରେ ଆଉ ଜଣେ AAP ମନ୍ତ୍ରୀ, ରାଜକୁମାର ଆନନ୍ଦ ଘରେ ଚଢାଉ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟର ଶେଷ ଦୁଇଦିନିଆ ବୈଠକ ମୁମ୍ବାଇରେ ଅଗଷ୍ଟ 31 ଓ ସେପ୍ଟେମ୍ବର ପହିଲାରେ ହୋଇଥିଲା । 2024 ସାଧାରଣ ନିର୍ବାଚନ ଆଉ ମାତ୍ର କିଛି ମାସ ଥିବା ବେଳେ ଏବେ ସୁଦ୍ଧା ମେଣ୍ଟର ରୂପରେଖରେ ସ୍ପଷ୍ଟତା ଆସିପାରିନି । ମେଣ୍ଟର ଜାତୀୟ ଆବାହକ କିଏ ହେବ ସେନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ । ସେହିପରି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚର୍ଚ୍ଚା ମଧ୍ୟ ନିଷ୍ପତ୍ତି ଠାରୁ ବେଶ ଦୂରରେ ରହିଛି । ଏହାରି ମଧ୍ଯରେ ମେଣ୍ଟର ନେତୃତ୍ବ ନେଉଥିବା କଂଗ୍ରେସ ଏବେ 5 ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ବ୍ୟସ୍ତ ଅଛି ବୋଲି କହି ଟାର୍ଗେଟ କରିଛନ୍ତି ମେଣ୍ଟ ଗଠନର ଅନ୍ୟତମ ବରିଷ୍ଠ ନେତା ନୀତିଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.