ETV Bharat / bharat

ପଶ୍ଚିମବଙ୍ଗରେ ଅଜବ ନିଶା, ବଢୁଛି କଣ୍ଡୋମ ଡିମାଣ୍ଡ - ଦୁର୍ଗାପୁରରେ କଣ୍ଡୋମ ଚାହିଦା ବୃଦ୍ଧି

ପଶ୍ଚିମବଙ୍ଗ ଦୁର୍ଗାପୁରରେ ଅଜବ ନିଶା । କଣ୍ଡୋମକୁ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି ଯୁବକ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ଅଜବ ନିଶା, ବଢୁଛି କଣ୍ଡୋମ ଡିମାଣ୍ଡ

author img

By

Published : Jul 29, 2022, 2:40 PM IST

Updated : Jul 29, 2022, 4:09 PM IST

କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରର ଯୁବକମାନଙ୍କୁ ଏକ ଅଜବ ନିଶା ଘାରିଛି । ଯାହାକୁ ଶୁଣିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ । ଏଠାରେ ଯୁବକମାନେ କଣ୍ଡୋମକୁ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି । ରାତିରେ କଣ୍ଡୋମକୁ ଗରମ ପାଣିରେ ଭିଜାଉଛନ୍ତି ଏବଂ ପରଦିନ ସକାଳୁ ଏହାକୁ ପିଉଛନ୍ତି । ଏହି ଘଟଣା ପଦାକୁ ଆସିବା ପରେ ସହରବାସୀ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ଯାହା ସୂଚନା ମିଳିଛି, ବିଗତ କିଛି ଦିନ ହେବ ଦୁର୍ଗାପୁର ସହରରେ ବିଭିନ୍ନ ଫ୍ଲେଭରର କଣ୍ଡୋମ ବିକ୍ରି ଖୁବ୍ ବୃଦ୍ଧି ପାଇଛି ।

ଯୁବକମାନଙ୍କ ମଧ୍ୟରେ ଏହାର ଡିମାଣ୍ଡ ଅଧିକ ରହୁଛି । ବିଶେଷକରି ସହରର ସିଟି ସେଣ୍ଟର, ବିଧାନନଗର, ବେନାଚିଟି, ମୂଚିପାରା, ସି ଜୋନ ଆଦି ଅଞ୍ଚଳରେ କଣ୍ଡୋମ ବିକ୍ରୟ ଚକିତ କଲାଭଳି ରହିଛି । ଏହାକୁ ନେଇ ଥରେ ଗୋଟିଏ ଦୋକାନୀ ଜଣେ ଯୁବକଙ୍କୁ ଏ ବାବଦରେ ପଚାରିଥିଲେ ।

ଯୁବକ ଜଣକ କରିଥିଲେ ଯେ, ''ସେ କଣ୍ଡୋମକୁ ପାନୀୟ ଭାବେ ବ୍ୟବହାର କରନ୍ତି । ନିୟମିତ ଭାବେ କଣ୍ଡୋମ କିଣନ୍ତି ଏବଂ ଏହାରୁ ରାତିରେ ଗରମ ପାଣିରେ ପକାଇ ସକାଳୁ ପାଣିକୁ ପିଅନ୍ତି ।'' ତେବେ କଣ୍ଡୋମ କିଣୁଥିବା ଗ୍ରାହକଙ୍କ ମଧ୍ୟରେ ଅଧିକ ଅବିବାହିତ ଏବଂ କଲେଜ ଛାତ୍ର ରହିଥିବା ଦେଖାଯାଇଛି । ଲୋକଙ୍କ କହିବା ମୁତାବକ, କଣ୍ଡୋମରେ ସୁଗନ୍ଧିତ ଡେନଡ୍ରାଇଟ(Dendrites) ପଦାର୍ଥ ରହିଥାଏ । ଏହା ମଦ ତିଆରିରେ ବ୍ୟବହୃତ ହୋଇଥାଏ । ଅଧିକାଂଶ ଲୋକେ ଡେନଡ୍ରାଇଟକୁ ନିଶାଦ୍ରବ୍ୟ ଭାବେ ବ୍ୟବହାର କରିଥାନ୍ତି ।

Last Updated : Jul 29, 2022, 4:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.