ନୂଆଦିଲ୍ଲୀ: ଆମେରିକା କ୍ୟାପିଟୋଲ ଦଙ୍ଗାରେ ତ୍ରିରଙ୍ଗା ଧରି ବିରୋଧ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ। ଦିଲ୍ଲୀ କାଲକାଜି ପୋଲିସ ଷ୍ଟେସନରେ ରୁଜୁ ହୋଇଛି ମାମଲା । ଭିନ୍ସେଣ୍ଟ ଜାଭିୟର ନାମକ ବ୍ୟକ୍ତି ନାଁରେ ମାମଲା ରୁଜୁ କରାଯାଇଛି । 54 ବର୍ଷୀୟ ଭିନ୍ସେଣ୍ଟ ଜାଭିୟର ଭାରତୀୟ ବଂଶୋଦ୍ଭବ ।
ସୂଚନାମୁତାବକ, ଆମେରିକାର ରାଜଧାନୀ ୱାଶିଂଟନର କ୍ୟାପିଟୋଲରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ବାରା ହଙ୍ଗାମା କରାଯାଇଥିଲା । ଏହି ସମୟରେ ଜଣେ ବ୍ୟକ୍ତି ତ୍ରିରଙ୍ଗା ଧରିଥିବାର ଦେଖିବାକୁ ମିଳିଥିଲା । ଏହି ବିରୋଧ ପ୍ରଦର୍ଶନ ସମୟରେ କାହିଁକି ଭାରତୀୟ ତ୍ରିରଙ୍ଗା ପତାକା ଦେଖାଇଥିଲେ ସେନେଇ ଦିଲ୍ଲୀ କାଳକାଜି ଥାନାରେ ମାମଲା ରୁଜୁ କରାଯାଇଛି ।
ସୂଚନାଯୋଗ୍ୟ, ଗତ ଗୁରୁବାର କ୍ଷମତାକୁ ନେଇ ଡୋଲାନ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାର କ୍ୟାପିଟଲ ବିଲ୍ଡିଂ ବାହାରେ ଓ ହ୍ବାଇଟ ହାଉସ ବାହାରେ ଦଙ୍ଗା ଦେଖିବାକୁ ମିଳିଥିଲା । ପୋଲିସ ଓ ଦଙ୍ଗାକାରୀଙ୍କ ମୁହାଁମୁହିଁରେ 4 ଜଣଙ୍କ ଜୀବନ ଯାଇଛି । ଏହି ଘଟଣାରେ 52 ଜଣକୁ ଗିରଫ କରାଯାଇଛି । ଶୁକ୍ରବାର ଜଣେ ଆହତ ପୋଲିସ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ