ETV Bharat / bharat

NDA VS INDIA: 26 ବିରୋଧୀ ଦଳ ନାମରେ ଏତଲା, ଜାଣନ୍ତୁ କଣ ଅଭିଯୋଗ

author img

By

Published : Jul 20, 2023, 9:19 AM IST

26 ବିରୋଧୀ ଦଳ ମେଣ୍ଟର ନୂଆ ନାମକରଣ ଇଣ୍ଡିଆକୁ ନେଇ ଏବେ ଚର୍ଚ୍ଚା । ଏହି ନାମକରଣକୁ ନେଇ 26 ବିରୋଧୀ ଦଳର ନାମରେ ମାମଲା ଦାୟର ହୋଇଛି । ଅଧିକ ପଢନ୍ତୁ

complaint lodged
ମେଣ୍ଟ ନାମ INDIA ରଖିବାରୁ ଏତଲା

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ 26 ବିରୋଧୀ ଦଳ ବିଜେପି ବିରୋଧରେ 2024 ନିର୍ବାଚନ ପାଇଁ ନୂଆ ମେଣ୍ଟ ଗଠନ କରିଛନ୍ତି । ଯାହାର ନାମ 'ଇଣ୍ଡିଆ' (ଇଣ୍ଡିଆନ ନ୍ୟାସନାଲ ଡେଭେଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ) ରଖାଯାଇଛି । ୟୁପିଏ ବଦଳରେ ଏହି ନାମକରଣ କରାଯାଇଛି । 26 ବିରୋଧୀ ଦଳର ମେଣ୍ଟ ନାମକରଣ ଘୋଷଣା କରିବା ପରେ ରାଜନୀତି ସରଗମର ରହିଛି । ଏହି ନୂଆ ନାମକୁ ନେଇ ଥାନାରେ ମାମଲା ପହଞ୍ଚିଛି । ବିରୋଧୀ ଦଳ ବିରୋଧରେ 'ଭାରତ' ନାମକୁ ଅପବ୍ୟବହାର ଏବଂ ନିର୍ବାଚନ ପ୍ରତୀକ ଅଧିନିୟମ ଉଲ୍ଲଘଂନ ଅଭିଯୋଗ ହୋଇଛି । ନୂଆଦିଲ୍ଲୀର ବାରଖମ୍ବା ରୋଡ ଥାନାରେ ଅବିନାଶ ମିଶ୍ର ନାମକ ଜଣେ ଓକିଲ ମେଣ୍ଟରେ ସାମିଲ 26 ବିରୋଧୀ ଦଳ ନାମରେ ମାମଲା ରୁଜ୍ଜୁ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି,''ପ୍ରତୀକ ଅଧିନିୟମ ଧାରା-3 ଅନୁସାରେ କୌଣସି ବ୍ୟକ୍ତି ବା ସଂଗଠନ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ 'ଇଣ୍ଡିଆ' ନାମକୁ ବ୍ୟବହାର କରିପାରିବେ ନାହିଁ । ବିରୋଧୀ ଦଳ ସେମାନଙ୍କ ମେଣ୍ଟ ନାମ 'ଇଣ୍ଡିଆ' ରଖିବା ଫଳରେ ଅନେକ ଭାରତୀୟଙ୍କ ଭାବାବେଗକୁ ଆଘାତ ଲାଗିଛି । ଆଇନର ଉଲ୍ଲଘଂନ କରିଥିବା ଦଳ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ଧାରା-3 ଆଇନ ଉଲ୍ଲଘଂନକାରୀଙ୍କୁ ଜରିମାନା ସହ ଦଣ୍ଡବିଧାନ କରାଯିବାର ପ୍ରାବଧାନ ରହିଛି । ବିରୋଧୀ ଦଳ ସେମାନଙ୍କ ନାମ ଇଣ୍ଡିଆ ରଖି ଆଇନ ଉଲ୍ଲଘଂନ କରିଛନ୍ତି । ତେଣୁ ତାଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯାଉ ।''

କିଏ ଦେଇଥିଲେ ନାମ: 26 ବିରୋଧୀ ଦଳ ସେମାନଙ୍କ ମେଣ୍ଟ ନାମ 'ଇଣ୍ଡିଆ' ରଖିଛନ୍ତି । ଏହି ନାମ ରଖିଥିବାକୁ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରସ୍ତାବ ଦେଇଥିବା କୁହାଯାଉଛି । ମମତା ବାନାର୍ଜୀ ପ୍ରସ୍ତାବ ଦେବା ପରେ ରାହୁଲ ଗାନ୍ଧୀ ଏହାକୁ ସମର୍ଥନ କରିଥିଲେ । ନାମକୁ ଅଧିକ ସମର୍ଥନ ମିଳିବାକୁ ବିରୋଧୀ ଦଳ ଏହି ନାମକୁ ଚୂଡାନ୍ତ କରିଥିଲେ ।

ବିଜେପି-କଂଗ୍ରେସ ମୁହାଁମୁହିଁ: ଯେବେଠୁ ବିରୋଧୀ ଦଳ ତାଙ୍କ ନୂଆ ମେଣ୍ଟ ନାମ ଘୋଷଣା କରିଛନ୍ତି ବିଜେପି କଂଗ୍ରେସ ଉପରେ ଜୋରଦାର ଆଟାକ କରିଛି । କଂଗ୍ରେସ ମଧ୍ୟ ଏହାର ଜବାବ ଦେଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଟ୍ବିଟର ବାୟୋ ବଦଳାଇ ଇଣ୍ଡିଆ ବଦଳରେ ଭାରତ ଲେଖିଛନ୍ତି । ଇଂରେଜ ଆମ ଦେଶର ନାମ ଇଣ୍ଡିଆ ରଖିଥିଲେ । ଆମେ ଭାରତ ପାଇଁ କାମ କରିବା ଜାରି ରଖିବୁ । ଏହାର ଜବାବ ଦେଇ କଂଗ୍ରେସ ପ୍ରବକ୍ତା ସୁପ୍ରିମୋ ଶ୍ରୀନେତ୍ର କହିଛନ୍ତି, ''ତାଙ୍କୁ ଇଣ୍ଡିଆ ନାମ ଉପରେ ଔପୋନିବେଶ ମାନସିକତା ଝଲକ ଦେଖାଯିବା ଘଟଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିବା ଦରକାର ଯେବେ ସେ ସ୍କିଲ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ' ଭଳି ଅନେକ ନାମରେ ସରକାରୀ କାର୍ଯ୍ୟକ୍ରମ କରିଛନ୍ତି ।

ଏହା ବି ପଢନ୍ତୁ...ମୁଁ କୌଣସି ପଦବୀ ଚାହୁଁନାହିଁ, INDIA ସପକ୍ଷରେ ଜନମତ ଯିବ: ନୀତିଶ କୁମାର

ଏହା ବି ପଢନ୍ତୁ...INDIA VS NDA: ସୋସିଆଲ ମିଡିଆ ବାୟୋ ବଦଳାଇଲେ ଆସାମ ମୁଖ୍ୟମନ୍ତ୍ରୀ, INDIA ପରିବର୍ତ୍ତେ ଲେଖିଲେ ‘ଭାରତ’

ପ୍ରକାଶ ଥାଉ କି, ଜୁଲାଇ 17 ଓ 18 ତାରିଖରେ ବେଙ୍ଗାଲୁରୁରେ ମିଳିତ ବିରୋଧୀ ଦଳ ବୈଠକ ବସିଥିଲା । କେନ୍ଦ୍ରରୁ ବିଜେପିକୁ ହଟାଇବା ଲାଗି ବୈଠକରେ ଏକାଠି ହୋଇ 26 ଦଳ ପଣ କରିଛନ୍ତି । ମେଣ୍ଟର ନାମ ବଦଳାଇ ନୂଆ ନାମକରଣ କରାଯାଇଛି । ୟୁପିଏ ବଦଳରେ ଇଣ୍ଡିଆ ରଖାଯାଇଛି । ଇଣ୍ଡିଆ ନାମକୁ ନେଇ ରାଜନୀତି ସରଗରମ ହୋଇଛି । ସାମାଜିକ ଗଣମାଧ୍ୟମରେ ଏହି ନାମକୁ ସମାଲୋଚନା କରିଛି ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.