ETV Bharat / bharat

ପୁଣି ବିବାଦରେ କଙ୍ଗନା, ୧୯୪୭ରେ ନୁହେଁ ୨୦୧୪ରେ ସ୍ବାଧୀନତା ପାଇଥିଲା ଭାରତ - Kangana Ranaut

ପୁଣି ବିବାଦରେ ଅଭିନେତ୍ରୀ କଙ୍ଗନା ରଣାଓ୍ବାତ । କହିଲେ ଦେଶକୁ ୨୦୧୪ରେ ମିଳିଛି ସ୍ବାଧୀନତା । ଥାନାରେ ଏତଲା ଦେଲା AAP । ଅଧିକ ପଢନ୍ତୁ...

ପୁଣି ବିବାଦରେ କଙ୍ଗନା, ୧୯୯୭ ରେ ନୁହେଁ ୨୦୧୪ ରେ ସ୍ବାଧୀନ ହୋଇଥିଲା ଭାରତ

author img

By

Published : Nov 11, 2021, 9:17 PM IST

ମୁମ୍ବାଇ: ଦୁଇ ଦିନ ତଳେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ବତ ପୁଣି ନିଜ ବୟାନ ପାଇଁ ବିବାଦ ପରିସରକୁ ଆସିଛନ୍ତି । ଆଜି ଆମ୍ ଆଦମୀ ପାର୍ଟି (APP) ପକ୍ଷରୁ ମୁମ୍ବାଇ ପୋଲିସରେ କଙ୍ଗନାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି । କଙ୍ଗନା ଦେଇଥିବା ବୟାନକୁ ଦେଶ ବିରୋଧୀ ଦର୍ଶାଇ ଏତଲା ଦାୟର କରିଛନ୍ତି ଆପ ନେତ୍ରୀ ତଥା ଦଳର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟା ପ୍ରୀତି ଶର୍ମା ମେନନ୍ । ଦେଶ ୧୯୪୭ ରେ ବରଂ ୨୦୧୪ ମସିହାରେ ସ୍ବାଧୀନ ହୋଇଥିଲା ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ କଙ୍ଗନା । ୧୯୪୭ରେ ଦେଶକୁ ଯାହା ମିଳିଥିଲା, ତାହା ସ୍ବାଧୀନତା ନୁହେଁ ବରଂ କେବଳ ଭିକ୍ଷା ବୋଲି କହିଥିଲେ କଙ୍ଗନା ।

ତେବେ ଆମ ଆଦମୀ ପାର୍ଟି ପକ୍ଷରୁ ଏହାକୁ କଡା ନିନ୍ଦା କରାଯିବା ସହ ଏହା ଏକ ଦେଶଦ୍ରୋହ ମନ୍ତବ୍ୟ ବୋଲି କହି ଟ୍ବିଟ କରିଛନ୍ତି ପ୍ରୀତି । ଅନ୍ୟ ଏକ ଟୁଇଟ୍‌ରେ ପ୍ରୀତି ମେନନ୍ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (IPC) ଧାରା 504, 505 ଏବଂ 124(A )ଅନୁଯାୟୀ କଙ୍ଗନାଙ୍କ ବିରୋଧର “ଦେଶଦ୍ରୋହୀ ମୂଳକ ବିବୃତ୍ତି” ମାମଲା ଦାୟର କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ଦଳ ଆପ ପକ୍ଷରୁ ସେ ଥାନାରେ ଏତଲା ଦାୟର କରିଛନ୍ତି । ଏବଂ ଆଶା କରୁଛନ୍ତି ମୁମ୍ବାଇ ପୋଲିସ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେବା ସହ କାର୍ଯ୍ୟାନୁଷ୍ଠାନ ଦିଗରେ କାର୍ଯ୍ୟ କରିବ ।

ଏହାପୂର୍ବରୁ ବିଜେପି ଲୋକସଭା ସାଂସଦ ବରୁଣ ଗାନ୍ଧୀ ମଧ୍ୟ କଙ୍ଗନାଙ୍କ ଏପରି ମନ୍ତବ୍ୟ ପାଇଁ ତାଙ୍କୁ ସମାଲୋଚନା କରିବା ଏହା ଜାତୀୟତା ବିରୋଧୀ କାର୍ଯ୍ୟ ବୋଲି କହିଛନ୍ତି । ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବା ଅବସରରେ କଙ୍ଗନା ଏପରି ବିବାଦୀୟ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଥିଲା । ଯାହାର ଏକ ସଂକ୍ଷିପ୍ତ ଭିଡିଓ କ୍ଲିପ ସାଂସଦ ବରୁଣ ଗାନ୍ଧୀ ମଧ୍ୟ ନିଜ ଟ୍ବିଟରରେ ସେୟାର କରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.