ETV Bharat / bharat

Controversial statement on Sai Baba: ବାଘେଶ୍ବର ବାବାଙ୍କ ବିରୋଧରେ ମାମଲା ରୁଜୁ - ଶିରିଡି ସାଇ ବାବା

ଶିରିଡି ସାଇ ବାବାଙ୍କ ବିରୋଧରେ ବାଘେଶ୍ବର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିବାଦୀୟ ବୟାନ । ଶିବ ସେନା ଉଦ୍ଧବ ଗୋଷ୍ଠୀର ନେତା ରାହୁଲ ନରେନ ଦାବି କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Dhirendra Shastri
Dhirendra Shastri
author img

By

Published : Apr 4, 2023, 10:24 PM IST

ଭୋପାଳ: କିଛି ଦିନ ତଳେ ଚର୍ଚ୍ଚାରେ ଥିବା ବାଘେଶ୍ବର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ । ଶିବସେନା(ଉଦ୍ଧବ ଗୋଷ୍ଠୀ)ର ନେତା ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ୨୦ ଦଶକର ଶିରିଡ଼ି ସାଇ ବାବାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ମନ୍ତବ୍ୟ ଦେଇ ସେ ଅନେକ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ କରିଛନ୍ତି । ଏଥିଲାଗି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି ।

ଶିବ ସେନା ଉଦ୍ଧବ ଗୋଷ୍ଠୀର ନେତା ରାହୁଲ ନରେନ ଏପ୍ରିଲ ୩ ତାରିଖରେ ମୁମ୍ବାଇ ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ ନିଜକୁ ନିଜେ ବାବା କହୁଥିବା ବାଘେଶ୍ବର ଧାମର ବାବା ଧୀରେନ୍ଦ୍ର ଶାସ୍ତ୍ରୀ ବାବାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଧୀରେନ୍ଦ୍ର ଶାସ୍ତ୍ରୀ କହିଥିଲେ, "ଶିରିଡି ସାଇ ବାବା ଭଗବାନ ନଥିଲେ । ସେ କେବଳ ଜଣେ ଫକୀର ବା ସନ୍ଥ ଥିଲେ । ଆମ ଧର୍ମର ସର୍ବୋଚ୍ଚ ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ସାଇ ବାବାଙ୍କୁ ଭଗବାନଙ୍କ ସ୍ଥାନ ଦେଇନଥିଲେ । " ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ମହାରାଷ୍ଟ୍ରରେ ତାଙ୍କୁ ଘୋର ନିନ୍ଦା କରାଯାଇଛି । ମଧ୍ୟପ୍ରଦେଶ ଜବଲପୁରରେ ଏଭଳି ମନ୍ତବ୍ୟ ଦେଇଥିଲେ ଶାସ୍ତ୍ରୀ ।

ଏହା ବି ପଢନ୍ତୁ-Cyber Crime: ସାଇବର ଠକଙ୍କ କବଜାରେ ୧ଲକ୍ଷରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଘନିଷ୍ଠ କୁହାଯାଉଥିବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଶିବ ସେନା ଉଦ୍ଧବ ଗୋଷ୍ଠୀର ନେତା ରାହୁଲ ଦୃଢ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ସାଇ ବାବାଙ୍କ ଉପରେ ପ୍ରଶ୍ନ ଉଠାଇବାର କଣ ଅଧିକାର ରହିଛି ? ଯଦି ତାଙ୍କୁ କୌଣସି ସ୍ବତନ୍ତ୍ର ଧର୍ମ ବା ସଂଗଠନ ଲାଗି ପ୍ରଚାର କରିବାର ଅଛି ତେବେ ସେ ନିଜ ସୀମାରେ ରହି ପ୍ରଚାର କରନ୍ତୁ । ଏଭଳି ବିବାଦୀୟ ମନ୍ତବ୍ୟ ଦେଇ କୌଣସି ସମ୍ପ୍ରଦାୟର ଭାବାବେଗକୁ ଆଘାତ କରନ୍ତୁ ନାହିଁ । ସେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ କରିବା ଲାଗି ମାମଲା ରୁଜୁ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ସୂଚନା ଥାଉ କି ଗତ କିଛି ମାସ ତଳେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ବାବା ଅନେକଙ୍କ ବିଷୟରେ ଓ ସେମାନଙ୍କ ଜୀବନରେ କଣ ଚାଲିଛି ତାହା ସର୍ବସମ୍ମୁଖରେ କହୁଥିଲେ । ଏହାପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଚମତ୍କାରୀ ବାବା ବୋଲି ମଧ୍ୟ କୁହାଯାଇଥିଲା । ଅନ୍ୟପଟେ ବାବା ଧୀରେନ୍ଦ୍ର ସମାଜରେ ଅନ୍ଧବିଶ୍ବାସର ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ ଅନେକ ସମାଜକର୍ମୀ ଓ ନେତା । ଏହାକୁ ବାବା ଧୀରେନ୍ଦ୍ର ଖଣ୍ଡନ କରିବା ସହ ବିରୋଧୀଙ୍କ ନିଜ କଥା ପ୍ରମାଣିତ କରିବାକୁ ଖୋଲା ଚ୍ୟାଲଞ୍ଜ ମଧ୍ୟ ଦେଇଥିଲେ । ଏହି ବାବାଙ୍କ ବଚନ ଶୁଣିବାକୁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମୁଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.